ପିଏମ ମୋଦିଙ୍କ ପ୍ରଶଂସା କଲେ କଂଗ୍ରେସର ଏହି ବରିଷ୍ଠ ନେତା
Advertisement

ପିଏମ ମୋଦିଙ୍କ ପ୍ରଶଂସା କଲେ କଂଗ୍ରେସର ଏହି ବରିଷ୍ଠ ନେତା

ତେବେ ଏହାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଏହି ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ ।

ପିଏମ ମୋଦିଙ୍କ ପ୍ରଶଂସା କଲେ କଂଗ୍ରେସର ଏହି ବରିଷ୍ଠ ନେତା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ପ୍ରଧାନମନ୍ତ୍ରୀ (Anand Sharma) ନରେନ୍ଦ୍ର ମୋଦି (PM Modi) ଙ୍କ ପ୍ରଶଂସା କରିଛନ୍ତି । କୋରୋନା ଟିକା (Coronavirus Vaccine) ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକର ପରିଦର୍ଶନ କରିବା ପାଇଁ ଏହି ପ୍ରଶଂସା କରାଯାଇଛି । ସେ କହିଛନ୍ତି ଯେ ଏଥିରୁ ଭାରତୀୟ ବୈଜ୍ଞାନିକମାନଙ୍କୁ ସ୍ୱୀକୃତି ମିଳିଛି ଏବଂ ଏହା ଆଗ ଧାଡ଼ିରେ କୋଭିଡ ଯୋଦ୍ଧାମାନଙ୍କ ମନୋବଳ ବଢ଼ାଇବ । ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୋରୋନା ଟିକା (COVID-19 Vaccine) ପ୍ରସ୍ତୁତ କରୁଥିବା କମ୍ପାନୀର ପ୍ଲାଣ୍ଟ ପରିଦର୍ଶନ କରିବାକୁ ଯାଇଥିଲେ ।

ଅଧିକ ପଢ଼ନ୍ତୁ:-ସଙ୍କଟରେ ମମତା ସରକାର!

କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଟ୍ୱିଟ୍ କରି କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେରମ୍ ଇନଷ୍ଟିଚ୍ୟୁଟ୍, ଭାରତ ବାୟୋଟେକ୍ ଏବଂ ଜାଇଡସ୍ କ୍ୟାଡିଲାର ଗସ୍ତ ଭାରତୀୟ ବୈଜ୍ଞାନିକମାନଙ୍କ ଏବଂ କୋଭିଡ-19 ପାଇଁ ଟିକା ପ୍ରସ୍ତୁତ କରିବାରେ ସେମାନଙ୍କର କାର୍ଯ୍ୟକୁ ପରିଚୟ ମିଳିବ । ଏହା ଆଗ ଧାଡିରେ କୋଭିଡ ଯୋଦ୍ଧାମାନଙ୍କର ମନୋବଳ ବୃଦ୍ଧି କରିବ ଏବଂ ଦେଶକୁ ଆଶ୍ୱସ୍ତ କରିବ ।"

ଆନନ୍ଦ ଶର୍ମା କହିଛନ୍ତି,  ଏହା ସେହି ସଂସ୍ଥାଗୁଡ଼ିକ ମଧ୍ୟ ସମ୍ମାନ, ଯାହାକୁ ଭାରତ ଅନେକ ଦଶନ୍ଧି ଧରି ଗଢ଼ିଛି, ଯେଉଁଥିରେ ଭାରତକୁ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କରିବାର ବିଶେଷଜ୍ଞତା ଏବଂ ଦକ୍ଷତା ରହିଛି । ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ଟିକା ଉପଲବ୍ଧ ହେଲେ ଦକ୍ଷ ଏବଂ ନ୍ୟାୟ ସଙ୍ଗତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉ ।

ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ହେବାକୁ ଯାଉଛି ଏହି ଚାରୋଟି ବଡ଼ ପରିବର୍ତ୍ତନ, ଜାଣନ୍ତୁ କିପରି ପ୍ରଭାବିତ ହେବେ ଆପଣ

ତେବେ ଏହାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଏହି ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ଯେତେବେଳେ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦ, ହାଇଦ୍ରାବାଦ ଏବଂ ପୁଣେ ଗସ୍ତ କରି କୋରୋନା ଭୂତାଣୁ ଟୀକାକରଣର ବିକାଶ ତଥା ଉତ୍ପାଦନ ପ୍ରକ୍ରିୟା ସମୀକ୍ଷା କରିଥିଲେ ।