Advertisement
Article Detail0/zeeodisha/odisha873628
Zee OdishaOdisha PoliticsAssam Election: ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସମେତ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା

Assam Election: ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସମେତ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା

ଅଧିକାଂଶରେ ଶାସକ ବିଜେପି-ଏଜିପି ମେଣ୍ଟ ଓ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମହାମେଣ୍ଟ ଏବଂ ନବ ଗଠିତ ଆସାମ ଜାତୀୟ ପରିଷଦ (ଏଜେପି) ମଧ୍ୟରେ ତ୍ରିକୋଣୀୟ ଲଢେଇ ହେବ ବୋଲି ଆଶା କରାଯାଉଛି।

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଶନିବାର ଆସାମରେ ପ୍ରଥମ ପର୍ଯ୍ୟାୟରେ ଭୋଟ ପଡିବ। ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭାର ୪୭ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ (Sarvanand Sonoval) , ବିଧାନସଭା ବାଚସ୍ପତି ହିତେନ୍ଦ୍ର ନାଥ ଗୋସ୍ୱାମୀ, ପ୍ରଦେଶ କଂଗ୍ରେସ ସଭାପତି ରିପୁନ ବୋରା ଏବଂ ଅନେକ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ଏହି ଆସନଗୁଡିକ ମଧ୍ୟରୁ ଅଧିକାଂଶରେ ଶାସକ ବିଜେପି-ଏଜିପି ମେଣ୍ଟ ଓ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମହାମେଣ୍ଟ ଏବଂ ନବ ଗଠିତ ଆସାମ ଜାତୀୟ ପରିଷଦ (ଏଜେପି) ମଧ୍ୟରେ ତ୍ରିକୋଣୀୟ ଲଢେଇ ହେବ ବୋଲି ଆଶା କରାଯାଉଛି।

ମାର୍ଚ୍ଚ ୨୭, ଏପ୍ରିଲ ପହିଲା ଏବଂ ଏପ୍ରିଲ ୬ ତାରିଖରେ ଆସାମ (Assam Electin 2021) ରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମୋଟାମୋଟି ଭାବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ​​୨୩ ଜଣ ମହିଳାଙ୍କ ସମେତ ୨୬୪ଜଣ ପ୍ରାର୍ଥୀ ଅଛନ୍ତି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। କୋରୋନା ଗାଇଡଲାଇନ (Covid Guidelines) ନିଶ୍ଚିତ କରିବାକୁ ଭୋଟ୍ ସମୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି। ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ରାଜ୍ୟ ପୋଲିସକୁ ସାହାଯ୍ୟ କରିବ। ତେବେ ସେ ସେମାନଙ୍କ ସଂଖ୍ୟା ପ୍ରକାଶ କରାଯାଇନାହିଁ। ଆସାମର ୧୨ଟି ଜିଲ୍ଲା ଏବଂ ବ୍ରହ୍ମପୁତ୍ରର ଉତ୍ତର କୂଳରେ ଅବସ୍ଥିତ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ଏବଂ ସୁରକ୍ଷା କର୍ମୀମାନେ ସେମାନଙ୍କ ନିୟୋଜନ ସ୍ଥାନରେ ପହଞ୍ଚିବା ଆରମ୍ଭ କରିଛନ୍ତି।

Also Read: ପିପିଲି ଉପନିର୍ବାଚନ: ମୈଦାନରେ ଶଙ୍ଖ-ପଦ୍ମ, କେନ୍ଦ୍ରରେ ଫସିଛି ହାତ

Add Zee News as a Preferred Source

୧୯୧୭ଟି ସହାୟକ ମତଦାନ କେନ୍ଦ୍ର (Booth) ସମେତ ମୋଟ ୧୧୫୩୭ଟି ମତଦାନ କେନ୍ଦ୍ରରେ ପ୍ରାୟ ୮୧ ଲକ୍ଷ ୯ ହଜାର ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ତେବେ ୪୭୯ଟି ମତଦାନ କେନ୍ଦ୍ରର ସମ୍ପୂର୍ଣ୍ଣ ଭାବେ ମହିଳାମାନଙ୍କ ଦାୟୀତ୍ୱରେ ରହିବ। ପ୍ରଥମ ପର୍ଯ୍ୟାୟରେ ଶାସକ BJP ୩୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଏହାର ସହଯୋଗୀ AGP (Asom Gana Parishad) ୧୦ଟି ଆସନରେ ପ୍ରାର୍ଥୀ ଦେଇଛି। ସେପଟେ ବିରୋଧୀଙ୍କ ଗ୍ରାଣ୍ଡ ଆଲାଏନ୍ସ ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।

 

 

 

About the Author