Assembly Election 2021: ମୁକାବିଲା ପାଇଁ ଅଣ୍ଟା ଭିଡିଲେ BJP-Congress
Advertisement

Assembly Election 2021: ମୁକାବିଲା ପାଇଁ ଅଣ୍ଟା ଭିଡିଲେ BJP-Congress

ଆଜି ଅପରାହ୍ନରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକରେ ପଶ୍ଚିମବଙ୍ଗର ପ୍ରଥମ-ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନରେ କିଏ ଦଳୀୟ ପ୍ରାର୍ଥୀ ଭାବେ କିଏ ନିର୍ବାଚନ ଲଢିବେ ସେ ନେଇ ଚର୍ଚ୍ଚା କରାଯିବ।

Assembly Election 2021: ମୁକାବିଲା ପାଇଁ ଅଣ୍ଟା ଭିଡିଲେ BJP-Congress

କୋଲକାତା: ଚଳିତ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ଦଳୀୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହିକ୍ରମରେ ଜାତୀୟ ରାଜନୀତିରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା କଂଗ୍ରେସ-ବିଜେପି ପରସ୍ପର ସହ ନିର୍ବାଚନ ମୈଦାନରେ ମୁହାଁମୁହିଁ ହେବା ଲାଗି ଅଣ୍ଟାଭିଡିଛନ୍ତି।  

ଚଳିତ ବିଧାନସଭା ନିର୍ବାଚନ ଲାଗି ପଶ୍ଚିମବଙ୍ଗ ବିଜେପି (West Bengal BJP) ମୁଖ୍ୟାଳୟ ଠାରେ ବୁଧବାର ସନ୍ଧ୍ୟା ୫ଟା ବେଳେ ଏକ ବୈଠକ ଅନୁଷ୍ଠିତ ହେଉଛି। ଏହି ଦଳୀୟ ସଭାରେ ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଉପସ୍ଥିତ ରହିବେ। କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହ ଏହି ବୈଠକରେ ଅଧ୍ୟକ୍ଷତା କରିବେ।       

Also Read: 'ମୋଦି-ଶାହ ହେଉଛନ୍ତି ରାବଣ-ଦାନବ'

 

ଆଜି ଅପରାହ୍ନରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକରେ ପଶ୍ଚିମବଙ୍ଗର ପ୍ରଥମ-ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନରେ କିଏ ଦଳୀୟ ପ୍ରାର୍ଥୀ ଭାବେ କିଏ ନିର୍ବାଚନ ଲଢିବେ ସେ ନେଇ ଚର୍ଚ୍ଚା କରାଯିବ। କୁହାଯାଇଛି ଗୋଟିଏ ଆସନରୁ ସାମ୍ଭାବ୍ୟ ୩ ଜଣ ପ୍ରାର୍ଥୀଙ୍କ ନାଁ ଦଳର କେନ୍ଦ୍ରୀୟ ନିର୍ବାଚନ ସମିତି ନିକଟକୁ ପଠାଯିବ। ଦଳୀୟ ପ୍ରତ୍ୟାଶୀ ଭାବେ କିଏ ନିର୍ବାଚନ ଲଢିବ ସେ ନେଇ ଅନ୍ତିମ ନିଷ୍ପତ୍ତି ନେବେ ପ୍ରଧାନମନ୍ତ୍ରୀ।    

Also Read: 2021 Election: ନିର୍ବାଚନ ବିଗୁଲ ବଜାଇଲେ PM Modi

ଅନ୍ୟପଟେ କଂଗ୍ରେସ ପକ୍ଷରୁ ମଧ୍ୟ ଚଳିତ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହିକ୍ରମରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ପୁଦୁଚେରୀ ଆଦି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଲାଗି ସ୍କ୍ରିନିଂ କମିଟି (Congress Screening Committee) ଗଠନ କରିଛି। ଦଳର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ତାମିଲନାଡୁ-ପୁଦୁଚେରୀ ନିର୍ବାଚନ ଲାଗି ଦଳୀୟ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭାବେ ନିପୁକ୍ତ କରାଯାଇଛି। ଅନ୍ୟପଟେ  ଏଚକେ ପାଟିଲଙ୍କୁ କେରଳ ଦାୟିତ୍ୱ ପ୍ରଦାନ କରିଛି କଂଗ୍ରେସ।         

Also Read: ହାତରୁ ଖସିଗଲା ପୁଡୁଚେରୀ, ଏହା ପରେ କିଏ?

 

ଅନ୍ୟପଟେ ମହେଶ ଯୋଶୀ ଏବଂ ନସୀମ ଖାନଙ୍କୁ ପଶ୍ଚିମବଙ୍ଗ ଦାୟିତ୍ୱ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ପଶ୍ଚିମବଙ୍ଗ କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭାବେ ଜେପି ଅଗ୍ରୱାଲଙ୍କୁ ଦାୟିତ୍ୱ ଦିଆଯାଇଛି।