'ଆଗାମୀ ୧୦-୨୦ ବର୍ଷ ଯାଏ ମୋଦିଙ୍କ କୌଣସି ବିକଳ୍ପ ନାହିଁ, ରାହୁଲ କରନ୍ତୁ ତ୍ରିଯୋଗ'
Advertisement

'ଆଗାମୀ ୧୦-୨୦ ବର୍ଷ ଯାଏ ମୋଦିଙ୍କ କୌଣସି ବିକଳ୍ପ ନାହିଁ, ରାହୁଲ କରନ୍ତୁ ତ୍ରିଯୋଗ'

ବାସ୍ତବରେ, ରାମଦେବଙ୍କୁ ପଚାରାଯାଇଥିଲା ଯେ ଦେଶରେ ମୋଦି ଫ୍ୟାକ୍ଟର୍ ଅଛି କି ନାହିଁ, ତେବେ ସେ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ପ୍ରତି ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଏତେ ଉଚ୍ଚ ବିଶ୍ୱାସ ରହିଛି ଯେ ତାଙ୍କର ଦ୍ୱିତୀୟ ନମ୍ୱର ଯିଏ ରାଜନୈତିକ ବ୍ୟକ୍ତି, ସେ ହଜାରେ କିଲୋମିଟର ଦୂରରେ ଅଛନ୍ତି । 

'ଆଗାମୀ ୧୦-୨୦ ବର୍ଷ ଯାଏ ମୋଦିଙ୍କ କୌଣସି ବିକଳ୍ପ ନାହିଁ, ରାହୁଲ କରନ୍ତୁ ତ୍ରିଯୋଗ'

ନୂଆଦିଲ୍ଲୀ: ଯୋଗଗୁରୁ ଏବଂ ପତଞ୍ଜଳିର ସର୍ବେସର୍ବା ବାବା ରାମଦେବ (Baba Ramdev) କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଙ୍କ ନୁହେଁ ବରଂ ଦେଶର ଭକ୍ତ, କାରଣ ପ୍ରଧାନମନ୍ତ୍ରୀ ଜଣେ ଦେଶପ୍ରେମୀ, ତେଣୁ ସେ ତାଙ୍କର ସହଯୋଗୀ । ଆଗାମୀ ୧୦-୨୦ ବର୍ଷ ପାଇଁ ମୋଦିଙ୍କର କୌଣସି ବିକଳ୍ପ ନାହିଁ । ବାବା ରାମଦେବ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Congress Leader rahul Gandhi) ଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେ ତ୍ରିଯୋଗ କରିବା ଉଚିତ । ଏହା ସହିତ ତାଙ୍କ ଦଳର ନେତା ଦିଗବିଜୟ ସିଂ (Digvijay Singh) ଙ୍କୁ ସମାଧି ମୌନ ଯୋଗ କରିବା ଉଚିତ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର ସରକାର ଏହି ସମୟରେ ଦେବେ ମହଙ୍ଗା ଭତ୍ତା (DA), ଜାଣନ୍ତୁ କେବେ ମିଳିବ ଲାଭ

ବାସ୍ତବରେ, ରାମଦେବଙ୍କୁ ପଚାରାଯାଇଥିଲା ଯେ ଦେଶରେ ମୋଦି ଫ୍ୟାକ୍ଟର୍ ଅଛି କି ନାହିଁ, ତେବେ ସେ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ପ୍ରତି ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଏତେ ଉଚ୍ଚ ବିଶ୍ୱାସ ରହିଛି ଯେ ତାଙ୍କର ଦ୍ୱିତୀୟ ନମ୍ୱର ଯିଏ ରାଜନୈତିକ ବ୍ୟକ୍ତି, ସେ ହଜାରେ କିଲୋମିଟର ଦୂରରେ ଅଛନ୍ତି । ଦୂରତା ଆକାଶ-ପାତାଳର ହେବ । ସମଗ୍ର ଦେଶ ଜାଣନ୍ତି ଯେ ମୋଦି କିଛି ଚାହାଁନ୍ତି ନାହିଁ, ଭଗବାନଙ୍କ କୃପାରୁ ସେ ସବୁକିଛି ପାଇଛନ୍ତି । ସେ ଦେଶ ବିକ୍ରୟ କରିପାରିବେ ନାହିଁ, ଦେଶ ପ୍ରତି ବିଶ୍ବାସଘାତକତା କରିପାରିବେ ନାହିଁ, ଦେଶ ଭାଙ୍ଗି ପାରିବେ ନାହିଁ ଏବଂ ଛାଡି ପାରିବେ ନାହିଁ । ଏପରି ବ୍ୟକ୍ତିଙ୍କ ପାଖରେ ନିଜ ପାଇଁ କିଛି ନାହିଁ, ସବୁକିଛି କେବଳ ମାତୃଭୂମି ପାଇଁ ରହିଛି ।

ଅଧିକ ପଢ଼ନ୍ତୁ:-ରାହୁଲଙ୍କ ଉପରେ ବର୍ଷିଲା ଆରଜେଡି, କହିଲା ନିର୍ବାଚନ ସମୟରେ ପ୍ରିୟଙ୍କାଙ୍କ ଘରେ କରୁଥିଲେ ପିକନିକ୍

ରାମଦେବଙ୍କୁ ପରବର୍ତ୍ତୀ ପ୍ରଶ୍ନ ପଚରାଯାଇଥିଲା ଯେ ବର୍ତ୍ତମାନ ସମୟରେ ଗଣତନ୍ତ୍ରରେ ସବୁଠାରୁ ବଡ ବିଶ୍ୱାସ କାହା ଉପରେ ରହିଛି ?  ଏହି ଉପରେ ସେ କହିଛନ୍ତି ଯେ ଏହି ସମୟରେ ଭାରତୀୟ ରାଜନୀତିରେ ମୋଦିଙ୍କ କୌଣସି ବିକଳ୍ପ ନାହିଁ । ଆଗାମୀ ୧-୨୦ ବର୍ଷ ମଧ୍ୟରେ ଭାରତୀୟ ରାଜନୀତିରେ ମୋଦିଙ୍କର କୌଣସି ବିକଳ୍ପ ଦେଖୁ ନାହିଁ, ଭଗବାନଙ୍କ ବିଧାନରୁ କେହିଁ ଜନ୍ମ ହୋଇଯାଏ । ତେବେ ସେତେବେଳେ ଚର୍ଚ୍ଚା କରିନିଆଯିବ ।