• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ବଙ୍ଗଳାରେ ପୁଣି CM-Governor ଲଢେଇ, କେନ୍ଦ୍ରକୁ ଟେକା ଫୋପାଡିଲେ ଦିଦି

ନୂଆ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) , ବଙ୍ଗଳା ରାଜ୍ୟପାଳ ଜଗଦୀପ ଧନଖଡ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି କହିଥିଲେ। ସିଏମ୍ ମମତା କହିଛନ୍ତି ଯେ, ୧୯୯୬ ଜୈନ ହାୱାଲା ମାମଲାର ଚାର୍ଜସିଟରେ ଜଗଦୀପଙ୍କ ନାମ ଆସିଥିଲା।

ବଙ୍ଗଳାରେ ପୁଣି CM-Governor ଲଢେଇ, କେନ୍ଦ୍ରକୁ ଟେକା ଫୋପାଡିଲେ ଦିଦି
ଡିଜାଇନ ଫଟୋ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଶେଷ ହୋଇଛି ଏବଂ ମମତା ବାନାର୍ଜୀ ପୁଣି ଥରେ ରାଜଗାଦି ଅକ୍ତିଆର କରିଛନ୍ତି। କିନ୍ତୁ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତିକ୍ତତାର ଅନ୍ତ ହୋଇନାହିଁ। ସେମାନେ ପୁଣି ଥରେ ଏକ ନୂଆ ମାମଲାକୁ ନେଇ ମୁହାଁମୁହିଁ ହୋଇଛନ୍ତି।

ନୂଆ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) , ବଙ୍ଗଳା ରାଜ୍ୟପାଳ ଜଗଦୀପ ଧନଖଡ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି କହିଥିଲେ। ସିଏମ୍ ମମତା କହିଛନ୍ତି ଯେ, ୧୯୯୬ ଜୈନ ହାୱାଲା ମାମଲାର ଚାର୍ଜସିଟରେ ଜଗଦୀପଙ୍କ ନାମ ଆସିଥିଲା। ରାଜ୍ୟପାଳଙ୍କୁ ହଟାଇବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ତିନିଥର ଚିଠି ଲେଖିଛନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି।

Also Read: ୟୁପି ନିର୍ବାଚନ ପୂର୍ବରୁ BSP ସୁପ୍ରିମୋ ମାୟାବତୀଙ୍କ ବଡ ଘୋଷଣା

ସେ କହିଛନ୍ତି ଯେ, ଯଦି ଚାର୍ଜସିଟରେ ରାଜ୍ୟପାଳଙ୍କ ନାମ ଅଛି ବୋଲି କେନ୍ଦ୍ର ସରକାର ଜାଣି ନାହାଁନ୍ତି, ତେବେ ମୁଁ ବର୍ତ୍ତମାନ ସେମାନଙ୍କୁ କହୁଛି। ସେମାନେ ଜାଣିବା ଉଚିତ୍। ରାଜ୍ୟପାଳ ଧନଖଡଙ୍କ ଉତ୍ତର ବଙ୍ଗଳା ଗସ୍ତ ଉପରେ ମଧ୍ୟ  ମମତା ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟର ଉତ୍ତର ଭାଗକୁ ଭାଗ କରିବା ପାଇଁ ଏକ ଷଡଯନ୍ତ୍ର ରଚିଛନ୍ତି।

ଅନ୍ୟପଟେ ରାଜ୍ୟପାଳ ଧନଖଡ ( West Bengal Governor) ମଧ୍ୟ ମମତାଙ୍କ ଉପରେ ଆକ୍ରମଣ କରି ତାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ମହାମାରୀ ସମୟରେ ମମତା ବାନାର୍ଜୀ ତାଙ୍କ ଲୋକଙ୍କୁ ରାବିଡି ବଣ୍ଟନ କରିଥିଲେ। ମୋ ବିରୋଧରେ କୌଣସି ଚାର୍ଜସିଟ୍ ନାହିଁ କି ସେପରି କୌଣସି ଡକ୍ୟୁମେଣ୍ଟ ନାହିଁ ବୋଲି ରାଜ୍ୟପାଳ ଜଗଦୀପ ଧନଖଡ (Jagdeep Dhankhar) କହିଛନ୍ତି। ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଛନ୍ତି।

Also Read: ଦୁର୍ନୀତି ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ, ଜବାବ ରଖିଲେ ରାଜ୍ୟପାଳ

ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟପାଳ, ମମତାଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ, ସେ ଦୁର୍ନୀତି ଉପରେ ଚୁପ୍ ରହିବେ ନାହିଁ। ହାୱାଲା ମାମଲାରେ ତାଙ୍କ ବିରୋଧରେ କୌଣସି ଚାର୍ଜସିଟ୍ ନାହିଁ, ମମତା ହୀନ ରାଜନୀତି କରୁଛନ୍ତି। ମାମଲାରେ ବର୍ତ୍ତମାନର ଦୁଇ ଜଣ ତୃଣ ମୂଳ କଂଗ୍ରେସ ନେତାଙ୍କ ନାମ ଥିବା ରାଜ୍ୟ ପାଳ କହିଛନ୍ତି। ଏହାପୂର୍ବରୁ ଧନଖଡ କହିଥିଲେ ଯେ, ଦାର୍ଜିଲିଂ ପାହାଡର ବିକାଶକୁ ଦେଖୁଥିବା ସ୍ୱୟଂଶାସିତ ସଂସ୍ଥା ଗୋରଖାଲାଣ୍ଡ ଟେରିଟେରାଲ୍ ଆଡମିନିଷ୍ଟ୍ରେସନ୍ (GTA)ର ଆକାଉଣ୍ଟ୍ CAG ଦ୍ୱାରା ସେ ଏକ ସ୍ୱତନ୍ତ୍ର ଅଡିଟ୍ ନିଶ୍ଚିତ କରିବେ। କାରଣ ଏହି ବିଷୟରେ ତାଙ୍କ ନିକଟରେ ଅନେକ ଅଭିଯୋଗ ଆସିଛି।

ସୂଚନାଯୋଗ୍ୟ, ନବେ ଦଶକରେ ଜୈନ ହାୱାଲା ମାମଲା ଏକ ବୃହତ ରାଜନୈତିକ ଏବଂ ଆର୍ଥିକ ଘୋଟାଲା ଥିଲା। ଯେଉଁଥିରେ ବିଭିନ୍ନ ଦଳର ବରିଷ୍ଠ ରାଜନେତାମାନଙ୍କୁ ହାୱାଲା ମାଧ୍ୟମରେ ଟଙ୍କା ଦିଆଯାଇଥିବା ଦାବି କରାଯାଇଥିଲା। ଏହି ନେତାଙ୍କ ତାଲିକାରେ ଏଲ.କେ ଆଡଭାନୀ, ଭିସି ଶୁକ୍ଲା, ଶରଦ ଯାଦବ ଏବଂ ଅନ୍ୟମାନେ ସାମିଲ ଥିଲେ। ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଇନଗତ ଯାଞ୍ଚ ବେଳେ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା।