Punjab Election 2022 : ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କଲା AAP, ଲୋକଙ୍କ ପ୍ରଥମ ପସନ୍ଦ Bhagwant Mann
Advertisement

Punjab Election 2022 : ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କଲା AAP, ଲୋକଙ୍କ ପ୍ରଥମ ପସନ୍ଦ Bhagwant Mann

ପଞ୍ଜାବରେ ସରକାର ଗଠନ ହେଲେ ଭଗୱନ୍ତ ସିଂହ ମାନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ବୁଧବାର ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରୀୱାଲ ଘୋଷଣା କରିଛନ୍ତି। ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବାକୁ ଯାଉଛି।

ଡିଜାଇନ୍ ଫଟୋ

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (AAP) ରାଜ୍ୟର ସିଏମ ଚେହେରା ଘୋଷଣା କରିଛି। AAP ପଞ୍ଜାବରେ ଦଳର ମୁଖ୍ୟମନ୍ତ୍ରୀ ରୂପେ ଭଗୱନ୍ତ ସିଂହ ମାନଙ୍କ ନାମରେ ମୋହର ଲଗାଇଛି। ଯଦି ପଞ୍ଜାବରେ AAP ସରକାର ଗଠନ କରେ ତେବେ ଭାଗବତ ମନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ୨୧ ଲକ୍ଷରୁ ଅଧିକ ଲୋକ ମତାମତ ଆଧାରରେ ଭଗୱତ ମାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯାଇଥିବା AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

ପଞ୍ଜାବରେ ସରକାର ଗଠନ ହେଲେ ଭଗୱନ୍ତ ସିଂହ ମାନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ବୁଧବାର ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବାକୁ ଯାଉଛି। ପଞ୍ଜାବର ସିଏମ୍ ବାଛିବା ପାଇଁ ୨୧ ଲକ୍ଷ ୫୯ ହଜାର ଲୋକ ମତାମତ ଦେଇଛନ୍ତି। ସେଥିମଧ୍ୟରୁ ୯୩.୩ ପ୍ରତିଶତ ଲୋକ ଭଗୱନ୍ତ ସିଂହ ମାନଙ୍କ ନାମ ସୁପାରିସ କରିଛନ୍ତି।

Also Read: ପଞ୍ଜାବରେ CMଙ୍କ ଘରେ ହିଁ ବିଦ୍ରୋହ, କଂଗ୍ରେସ ବିରୋଧରେ ନିର୍ବାଚନ ଲଢ଼ିବେ ଚନ୍ନିଙ୍କ ଭାଇ

 

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଭଗୱନ୍ତ ସିଂହ ମାନ ମୋର ସାନ ଭାଇ ପରି। କିନ୍ତୁ ଯଦି ମୁଁ ପ୍ରଥମେ ତାଙ୍କ ନାମ ଘୋଷଣା କରିଥା’ନ୍ତି, ତେବେ ଲୋକମାନେ ତାଙ୍କୁ ଅଭିଯୋଗ କରିଥାନ୍ତେ। କିନ୍ତୁ ଆମ ଦଳ CM ଚେହେରା ବାଛିବା ପାଇଁ ଗଣତାନ୍ତ୍ରିକ ପଦ୍ଧତି ଗ୍ରହଣ କଲା। ଦେଶର ଇତିହାସରେ ଏହା ପ୍ରଥମ ଥର ପାଇଁ ଏକ ଦଳ ସିଏମଙ୍କ ଚେହେରାରେ ଲୋକଙ୍କ ମତାମତ ନେଇଛି।

ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବା ପାଇଁ ଆମ୍ ଆଦମୀ ପାର୍ଟି ଏକ ମୋବାଇଲ୍ ନମ୍ବର ଜାରି କରି ଜନସାଧାରଣଙ୍କ ମତାମତ ଲୋଡିଥିଲା। ତିନି ଦିନ ମଧ୍ୟରେ ୨୧ ଲକ୍ଷରୁ ଅଧିକ ଲୋକ ସେମାନଙ୍କ ମତ ଦେଇଛନ୍ତି। ଲୋକମାନେ ଫୋନ୍ କଲ, ହ୍ୱାଟସ୍ ଆପ୍ ଏବଂ ମେସେଜ୍ ମାଧ୍ୟମରେ ନିଜର ମତ ଦେଇଛନ୍ତି। ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରିସାରିଛନ୍ତି ଯେ, ସେ ପଞ୍ଜାବରେ ସିଏମ ଦୌଡ଼ରେ ନାହାଁନ୍ତି। ତଥାପି, କିଛି ଲୋକ ପରାମର୍ଶ ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନେଇଥିଲେ।

ଉଲ୍ଲେଖନୀୟ ବିଷୟ ହେଉଛି, ପଞ୍ଜାବର ସିଏମ୍‌ ଚେହେରା ଶିଖ ସମ୍ପ୍ରଦାୟର ହେବ ବୋଲି ଆମ୍ ଆଦମୀ ପାର୍ଟି ପୂର୍ବରୁ ସ୍ପଷ୍ଟ କରିସାରିଛି। ୨୦୧୭ରେ ମୁଖ୍ୟମନ୍ତ୍ରୀଙ୍କ ମୁହଁ ନ ଥିବାରୁ AAP ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲା। ସେତେବେଳେ ବିରୋଧୀମାନେ କହିଥିଲେ ଯେ, କିପରି ଜଣେ ରାଜ୍ୟ ବାହାରୁ ଆସି ମୁଖ୍ୟମନ୍ତ୍ରୀ ହୋଇପାରିବେ? କିନ୍ତୁ ଏଥର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ଆପ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛି। 

Also Read: କୋରୋନା କାଳରେ ଦେଢ଼ ଲକ୍ଷ ଅନାଥ; ଓଡ଼ିଶାର ସର୍ବାଧିକ ପିଲାଙ୍କ ମୁଣ୍ଡ ଉପରୁ ଗଲା ମାତାପିତାଙ୍କ ହାତ

ସୂଚନାଯୋଗ୍ୟ, ପ୍ରସିଦ୍ଧ ପଞ୍ଜାବୀ କମେଡିଆନ୍ ଭଗୱନ୍ତ ମାନ ଏବେ ପଞ୍ଜାବର ସଙ୍ଗରୁର ଆସନରୁ ଲୋକସଭା ସାଂସଦ ଅଛନ୍ତି। ୨୦୧୪ରୁ ସେ ଲଗାତାର ଏହି ଆସନରୁ ନିର୍ବାଚନ ଲଢି ବିଜୟ ହୋଇଛନ୍ତି। ସେ ୧୯୭୩ ଅକ୍ଟୋବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଘର ନାମ ଜୁଗୁନୁ। ମନପ୍ରୀତ ସିଂହ ବାଦଲଙ୍କ ପଞ୍ଜାବ ପିପୁଲ୍ସ ପାର୍ଟିରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। 

୨୦୧୨ରେ ଭଗୱନ୍ତ ପ୍ରଥମ ଥର ଲହରା ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଥିଲା। ଏହାପରେ ମନପ୍ରୀତ ସିଂହ କଂଗ୍ରେସର ହାତ ଧରିଲେ ଓ ଭଗୱନ୍ତ,କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟିରେ ସାମିଲ ହେଲେ। ଭଗୱତ, ଇନ୍ଦ୍ରପ୍ରୀତ କୌରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟସ୍ତତା ହେତୁ ପରିବାରକୁ ସମୟ ନ ଦେବାରୁ ୨୦୧୫ରେ ଆପୋଷ ବୁଝାମଣା ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।