Surgical Strike ଉପରେ ପ୍ରଶ୍ନ ଉଠାଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତିଦ୍ୱନ୍ଦ୍ୱୀ
Advertisement

Surgical Strike ଉପରେ ପ୍ରଶ୍ନ ଉଠାଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତିଦ୍ୱନ୍ଦ୍ୱୀ

ବିଧାନସଭା ନିର୍ବାଚନ ସମୟରେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ପୁଲୱାମା ଆକ୍ରମଣ।

Surgical Strike ଉପରେ ପ୍ରଶ୍ନ ଉଠାଇ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତିଦ୍ୱନ୍ଦ୍ୱୀ

ଲକ୍ଷ୍ନୌ: ଆଜକୁ ୩ ବର୍ଷ ପୂର୍ବେ ଅର୍ଥାତ ୨୦୧୯ ଫେବୃଆରୀ ୧୪ ତାରିଖରେ ପୁଲୱାମା ଠାରେ ହୋଇଥିବା ଆତଙ୍କୀ ହମଲା ଏବଂ ଏହି ଆକ୍ରମଣର ଜବାବ ଦେବାକୁ ଯାଇ ପାକିସ୍ତାନସ୍ଥିତ ବାଲକୋଟ ଠାରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠାଇବା ସହ ଏହାର ପ୍ରମାଣ ମାଗିଛନ୍ତି ଦେଶର ରାଜନେତା। ଏପରିକି ନିର୍ବାଚନ ସମୟରେ ଏହା ଏକ ଚର୍ଚ୍ଚିତ ପ୍ରସଙ୍ଗ ଭାବେ ଉଭା ହୋଇଛି।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Election 2022) ସମୟରେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ପୁଲୱାମା ଆକ୍ରମଣ। ଏହି ପ୍ରସଙ୍ଗରେ ଭୀମ ଆର୍ମୀ ମୁଖ୍ୟ (Bhim Army Chief) ତଥା ଆଜାଦ ସମାଜ ପାର୍ଟି (Azad Samaj Party) ଏସଏସପି ଅଧ୍ୟକ୍ଷ (ASP President) ଚନ୍ଦ୍ରଶେଖର ଆଜାଦ (Chandrashekhar Azad) ରଖିଥିବା ବୟାନକୁ ନେଇ  ସରଗରମ ହୋଇଠିଛି ରାଜ୍ୟ ରାଜନୀତି।

Also Read: UP Election 2022: CM Yogi ଙ୍କ ବିରୁଦ୍ଧରେ ଲଢିବେ Chandrashekhar Azad

ଏହି ପ୍ରସଙ୍ଗରେ ମତ ଚନ୍ଦ୍ରଶେଖର ଆଜାଦ କହିଛନ୍ତି କୋର୍ଟ ମଧ୍ୟ ଏହି ଘଟଣାରେ ପ୍ରମାଣ ଚାହୁଁଛନ୍ତି। ଯଦି ଜନସାଧାରଣ କୌଣସି କଥାକୁ ବିଶ୍ୱାସ କରୁ ନାହିଁନ୍ତି ତାହେଲେ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଆପଣ ଏହାକୁ ପ୍ରମାଣ କରନ୍ତୁ।

ବିଧାନସଭା ନିର୍ବାଚନ ଲାଗି ସହାରନପୁର ଜିଲ୍ଲାର ବେହଟ ବିଧାନସଭା ଆସନ ଅଧିନସ୍ଥ ଏକ ମତଦାନ କେନ୍ଦ୍ରରେ ମତଦାନ କରିବାକୁ ଆସିଥିବା ଚନ୍ଦ୍ରଶେଖର ଆଜାଦ ସର୍ଜିକାଲ ଷ୍ଟ୍ରାଇକ ବାବଦରେ ମତ ରଖି କହିଛନ୍ତି ମୁଁ ମଧ୍ୟ ମୋର ମତଦାନ କରିଛି। ମୁଁ ସ୍ଲିପ୍ ମଧ୍ୟ ଖୋଜୁଥିଲି କାରଣ ମୁଁ ଯେଉଁ ପ୍ରାର୍ଥୀଙ୍କୁ ଭୋଟ ଦେଇଛି ତାହା ତାଙ୍କୁ ମିଳିଛି ନା ନାହିଁ। ଯଦି ଆପଣ କିଛି ଭୁଲ୍ କରିଛନ୍ତି ଏବଂ ଏହାକୁ ନେଇ ଯଦି ଜନସାଧାରଣ ଆପଣଙ୍କ ଉପରେ ନାରାଜ ହୋଇ ଉଠିଛନ୍ତି ତାହେଲେ ଆପଣ ଏହାକୁ ପ୍ରମାଣିତ କରନ୍ତୁ।

Also Read: ଯଦି ମୁଁ ନିର୍ବାଚନ ଜିତେ ତାହେଲେ ମୁଁ ହେବି ମୁଖ୍ୟମନ୍ତ୍ରୀ: ଚନ୍ଦ୍ରଶେଖର ଆଜାଦ

ଉତ୍ତରପ୍ରଦେଶରେ ବେକାରୀ, ଦରଦାମ ବୃଦ୍ଧି, ମହିଳା ସୁରକ୍ଷା ଭଳି ପ୍ରସଙ୍ଗରେ ଆମକୁ କହିବାକୁ ହେବ। ନିର୍ବାଚନ ସମୟରେ ହିଜାବ ପ୍ରସଙ୍ଗ ଉଠାଇବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ହେଲେ ରାଜ୍ୟବାସୀ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ମୁଁ ବିଗତ ୫ ବର୍ଷରେ ଯାହା ଦେଖିଛି ତାହା ଭୁଲି ପାରିବି ନାହିଁ। ବୁଲଡୋଜର କାହାର ଘରେ ଚଳାଯାଉଛି? ଲକ୍ଷ୍ମୀପୁର ଖୀରୀ ହିଂସା ଘଟଣାରେ ଜଡିତ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ (Ajay  Mishra Teni) ପୁଅ  ଆଶୀଷ ମିଶ୍ରାଙ୍କୁ ଜାମିନ ମିଳିଯାଇଛି ହେଲେ କୃଷକ ଆନ୍ଦୋଳନ ସହ ଜଡିତ କୃଷକ ବର୍ତ୍ତମାନ ପର୍ଯ୍ୟନ୍ତ ଜେଲରେ ଅଛନ୍ତି।

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ଗୋରଖପୁର ସଦର ଆସନରୁ (Gorakhpur Sadar Assembly Seat) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି ଚନ୍ଦ୍ରଶେଖର ଆଜାଦ।