ଜମ୍ମୁ କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବଡ଼ ବୈଠକ: ଜାଣନ୍ତୁ ଆସୁଛନ୍ତି କେଉଁ କେଉଁ ନେତା, ଦେଖନ୍ତୁ ପୁରା ଲିଷ୍ଟ୍
Advertisement

ଜମ୍ମୁ କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବଡ଼ ବୈଠକ: ଜାଣନ୍ତୁ ଆସୁଛନ୍ତି କେଉଁ କେଉଁ ନେତା, ଦେଖନ୍ତୁ ପୁରା ଲିଷ୍ଟ୍

ଏହି ବୈଠକ ସହିତ ରାଜ୍ୟରେ ଡିଲିମିଟେଶନ ପ୍ରକ୍ରିୟାର ଆରମ୍ଭ ବୋଲି ମନେକରାଯିବ । ଗୋଟିଏ ପ୍ରକାରେ, ରାଜ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଏହା ଏକ ବ୍ୟାପକ ପରାମର୍ଶର ଆରମ୍ଭ ହେବ । ଡିଲିମିଟେଶନ ପ୍ରକ୍ରିୟା ଟିକେ ଲମ୍ବା ହୋଇପାରେ । ଡିଲିମିଟେଶନ ପରେ ନୂଆ ଭୋଟର ତାଲିକା ପ୍ରସ୍ତୁତି କରିବା ଓ ଏଥିରେ ସଂଶୋଧନ ପରେ ଜମ୍ମୁ କଶ୍ମୀରରେ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହୋଇପାରେ ।

ଜମ୍ମୁ କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବଡ଼ ବୈଠକ: ଜାଣନ୍ତୁ ଆସୁଛନ୍ତି କେଉଁ କେଉଁ ନେତା, ଦେଖନ୍ତୁ ପୁରା ଲିଷ୍ଟ୍

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର (Jammu and Kashmir) ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ଯୋଗଦେବା ପାଇଁ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୪ ଜଣ ନେତାଙ୍କୁ ଆମନ୍ତ୍ରଣ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ । ଏହି ବୈଠକ ପାଇଁ କୌଣସି ଏଜେଣ୍ଡା ସ୍ଥିର କରାଯାଇ ନାହିଁ ଏବଂ ଜମ୍ମୁ କାଶ୍ମୀରର ନେତାମାନେ କହିଛନ୍ତି ଯେ ସେମାନେ ଖୋଲା ମନରେ ଏହି ବୈଠକରେ ଯୋଗଦେବେ ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନା ମାମଲାରେ ପୁଣି ବୃଦ୍ଧି, ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ

ଗୁପକାର ମେଣ୍ଟର ମୁଖପାତ୍ର ସିପିଆଇଏମ୍ ନେତା ୟୁସୁଫ୍ ତାରିଗାମି କହିଛନ୍ତି ଯେ, "ଆମକୁ କୌଣସି ଏଜେଣ୍ଡା ଦିଆଯାଇ ନାହିଁ । କେନ୍ଦ୍ର କ'ଣ ଉପସ୍ଥାପନ କରୁଛି ତାହା ଜାଣିବା ପାଇଁ ଆମେ ବୈଠକରେ ଯୋଗଦେବୁ ।" ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡକାଯାଇଥିବା ବୈଠକକୁ ଆମନ୍ତ୍ରିତ ହୋଇଥିବା ୧୪ ଜଣ ନେତାଙ୍କ ମଧ୍ୟରେ ତାରିଗାମି ସାମିଲ ଅଛନ୍ତି । ଅନ୍ୟ ଆମନ୍ତ୍ରିତ ନେତାଙ୍କ ମଧ୍ୟରେ ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି- ଫାରୁକ୍ ଅବଦୁଲ୍ଲା, ଗୁଲାମ ନବୀ ଆଜାଦ, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍ତି ।

ପ୍ରଧାନମନ୍ତ୍ରୀଙ୍କ ବୈଠକରେ କେଉଁ କେଉଁ ନେତା ଯୋଗଦେବେ?

ନାସନାଲ କନଫରେନ୍ସର ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା 

କଂଗ୍ରେସର ଗୁଲାମ ନବୀ ଆଜାଦ, ଗୁଲାମ ଅହମ୍ମଦ ମୀର, ତାରାଚାନ୍ଦ

PDP ର ମେହବୁବା ମୁଫତି 

ବିଜେପିର ନିର୍ମଲ ସିଂ, କବିନ୍ଦର ଗୁପ୍ତା ଏବଂ ରବିନ୍ଦ୍ର ରୈନା

ପିପୁଲ୍ସ କନଫେରନ୍ସର ମୁଜାଫର ବାଗ ଓ ସଜ୍ଜାଦ ଲୋନ 

ପାନ୍ଥର୍ସ ପାର୍ଟିର ଭୀମ ସିଂ

CPIM ର ଏମୱାଇ ତାରିଗାମି

ଜେ.କେ ଆପନୀ ପାର୍ଟିର ଅଲତାଫ ବୁଖାରୀ 

ଅଧିକ ପଢ଼ନ୍ତୁ:-ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜି କେତେ ବଢ଼ିଲା ରେଟ୍

ସରକାରଙ୍କ ତରଫରୁ ଏହି ବୈଠକରେ କିଏ କିଏ ରହିବେ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗୃହମନ୍ତ୍ରୀ ଅମିତ ଶାହା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା

NSA ଅଜିତ ଡୋଭାଲ୍

ପି.କେ ମିଶ୍ରା, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ

ଗୃହ ସଚିବ ଅଜୟ ଭଲ୍ଲା

ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀ

ଅଧିକ ପଢ଼ନ୍ତୁ:-ଭାଙ୍ଗିଲା କୋହଲିଙ୍କ ସ୍ୱପ୍ନ, ଏପର୍ଯ୍ୟନ୍ତ ତାଙ୍କ ଅଧିନାୟକତ୍ୱରେ କୌଣସି ICC ଟାଇଟଲ୍ ଜିତି ପାରିନାହିଁ ଭାରତ

ବୈଠକରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ?

ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଡକାଯାଇଥିବା ବୈଠକର ଏଜେଣ୍ଡା ଗୁପ୍ତ ରଖାଯାଇଛି । କିନ୍ତୁ ଜମ୍ମୁ କଶ୍ମୀରର ବିକାଶ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାର ସ୍ଥାନୀୟ ପ୍ରତିନିଧୀଙ୍କ ସହ ଆଲୋଚନା କରିବେ ବୋଲି ମନେକରାଯାଉଛି ।