ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟକୁ ବଡ଼ ଝଟକା, ଆଉ ଏକ ଦଳ ଛାଡ଼ିଲା ସାଥ୍
Advertisement

ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟକୁ ବଡ଼ ଝଟକା, ଆଉ ଏକ ଦଳ ଛାଡ଼ିଲା ସାଥ୍

Bihar Assembly Election 2020: ଶନିବାର ମହାମେଣ୍ଟରେ ଆସନ ବୁଝାମଣା ହୋଇଯାଇଛି । ଏହା ଅନୁଯାୟୀ, ରାଷ୍ଟ୍ରୀୟ ଜନତା ଦଳ (RJD) ୧୧୪ଟି, କଂଗ୍ରେସ (Congress) ୭୦ଟି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (CPI) ୬ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (CPM) ୪ଟି ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଏମଏଲ (CPI ML) ୧୯ଟି ଆସନରେ ନିର୍ବାଚନ ଲଢ଼ିବ ।

ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟକୁ ବଡ଼ ଝଟକା, ଆଉ ଏକ ଦଳ ଛାଡ଼ିଲା ସାଥ୍

ପାଟନା: Bihar Assembly Election 2020: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟକୁ ଲାଗିଲା ବଡ଼ ଝଟକା । ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ବିକାଶଶୀଳ ଇନସାନ ପାର୍ଟି( VIP) ମହାମେଣ୍ଟରୁ ଅଲଗା ହେବାର ନିଷ୍ପତ୍ତି ନେଇଛି । ଯାହା ପରେ ଆରଜେଡି ପାଇଁ ନୂଆ ସମସ୍ୟା ସୃଷ୍ଟି ହୋଇଛି । ମହାମେଣ୍ଟରେ ଆସନ ବୁଝାମଣାକୁ ନେଇ ଦଳଗୁଡ଼ିକ ସମ୍ବାଦଦାତା ସମ୍ମିଳନୀ (ପିସି) କରୁଥିବା ବେଳେ ଶନିବାର ଏକ ଅସହଜ ସ୍ଥିତି ଉପୁଜିଥିଲା, ଯେତେବେଳେ ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଭିଭିଆଇପି ଦଳର ସୁପ୍ରିମୋ ମୁକେଶ ସାହାନୀ (Mukesh Sahani) ମହାମେଣ୍ଟ ଛାଡ଼ିବାକୁ ଘୋଷଣା କରିଥିଲେ । ମୁକେଶ ସାହନୀ କହିଛନ୍ତି ଯେ, ତାଙ୍କ ସହ ଧୋକା କରାଯାଉଛି । ଏହି ଧୋକାର ପ୍ରତିବାଦରେ ସେ ମହାମେଣ୍ଟରୁ ବାହାରକୁ ଯାଉଛନ୍ତି ଏବଂ ରବିବାର ଆଗାମୀ ଯୋଜନା ବିଷୟ ଖୁଲାସ କରିବେ ବୋଲି କହିଛନ୍ତି । 

ସୂଚନାଯୋଗ୍ୟ ଯେ, ଶନିବାର ମହାମେଣ୍ଟରେ ଆସନ ବୁଝାମଣା ହୋଇଯାଇଛି । ଏହା ଅନୁଯାୟୀ, ରାଷ୍ଟ୍ରୀୟ ଜନତା ଦଳ (RJD) ୧୧୪ଟି, କଂଗ୍ରେସ (Congress) ୭୦ଟି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (CPI) ୬ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (CPM) ୪ଟି ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଏମଏଲ (CPI ML) ୧୯ଟି ଆସନରେ ନିର୍ବାଚନ ଲଢ଼ିବ । ଅନ୍ୟପକ୍ଷେ ଆରଜେଡି ନିଜ କୋଟାରୁ ଭିଆଇପି ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ର ଆସନ ଘୋଷଣା କରିବାର ଥିଲା । କିନ୍ତୁ ଏହାକୁ ଏକ ବିଶ୍ୱାସଘାତକ ବୋଲି କହି ଭିଆଇପି ଅଧ୍ୟକ୍ଷ ମୁକେଶ ସାହନୀ ମହାମେଣ୍ଟରୁ ଅଲଗା ହେବାର ଘୋଷଣା କରିଛନ୍ତି ।

ଏବେ ମୁକେଶ ସାହନୀଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିବ । ଏହା ବିଷୟରେ ସେ ରବିବାର ଘୋଷଣା କରିବେ ବୋଲି କହିଛନ୍ତି । ସେ ପପୁ ଯାଦବ କିମ୍ବା ଉପେନ୍ଦ୍ର କୁଶୱାହାଙ୍କ ମିଳିତ ମେଣ୍ଟରେ ସାମିଲ ହୋଇପାରନ୍ତି ବୋଲି ମନେ କରାଯାଉଛି । ଏହି ସମୟରେ ଆରଜେଡି ଦ୍ୱାରା ସ୍ଥିତିକୁ ସଠିକ୍ କରିବାର ପ୍ରୟାସ ମଧ୍ୟ ଜାରି ରହିଛି |