ଏହି ମାମଲାରେ ବାପା ଲାଲୁ ଯାଦବଙ୍କ ରେକର୍ଡ ଭାଙ୍ଗିଲେ ତେଜସ୍ୱୀ
Advertisement

ଏହି ମାମଲାରେ ବାପା ଲାଲୁ ଯାଦବଙ୍କ ରେକର୍ଡ ଭାଙ୍ଗିଲେ ତେଜସ୍ୱୀ

ଏହାପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ରାଲି କରିବାର ରେକର୍ଡ ବିହାରର ପୂର୍ବତନ ସିଏମ ଏବଂ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନାମରେ ଥିଲା ।

ଏହି ମାମଲାରେ ବାପା ଲାଲୁ ଯାଦବଙ୍କ ରେକର୍ଡ ଭାଙ୍ଗିଲେ ତେଜସ୍ୱୀ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାର ଶେଷ ହୋଇସାରିଛି । ଏହି ସମୟ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ତେଜସ୍ୱୀ ଯାଦବ (Tejashwi Yadav) ନିଜ ନାଁରେ ଏକ ରୋଚକ ରେକର୍ଡ କରିଛନ୍ତି । ମହାମେଣ୍ଟର ସିଏମ୍ ପ୍ରାର୍ଥୀ ତେଜସ୍ୱୀ ଜୋରଦାର ପ୍ରଚାରରେ ଲାଗିଛନ୍ତି । ସେ ଗୋଟିଏ ଦିନରେ ସର୍ବାଧିକ ରାଲି କରିବା ମାମଲାରେ ନିଜ ବାପା ଲାଲୁ ପ୍ରସାଦ ଯାଦବ(Lalu Prasad Yadav) ଙ୍କୁ ପଛରେ ପକାଇ ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ତେଜସ୍ୱୀ ଶନିବାର ୧୭ଟି ରାଲି ଏବଂ ଦୁଇଟି ରୋଡ୍ ଶୋ' କରି ଏହି ରେକର୍ଡ ସୃଷ୍ଟି କରିଛନ୍ତି ।

ଅଧିକ ପଢ଼ନ୍ତୁ:-ମୋଦି ସରକାର ନିଜ ପ୍ରଚାର ପାଇଁ ପ୍ରତିଦିନ ଖର୍ଚ୍ଚ କରିଛନ୍ତି ପ୍ରାୟ ୨ କୋଟି ଟଙ୍କା

ଏହାପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ରାଲି କରିବାର ରେକର୍ଡ ବିହାରର ପୂର୍ବତନ ସିଏମ ଏବଂ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନାମରେ ଥିଲା । ଯେଉଁଥିରେ ଗୋଟିଏ ଦିନରେ ୧୬ଟି ସାଧାରଣ ସଭା ସାମିଲ ଥିଲା । ନ୍ୟୁଜ୍ ଏଜେନ୍ସି ANI କୁ ଦେଇଥିବା ଏକ ସାକ୍ଷାତକାରରେ ତେଜସ୍ୱୀ କହିଛନ୍ତି, "ମୁଁ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ନୁହେଁ । ମୁଁ ଲୋକମାନଙ୍କଠାରୁ ଅଦୃଶ୍ୟ ପ୍ରେମ, ସମର୍ଥନ ଏବଂ ଶକ୍ତି ଗ୍ରହଣ କରୁଛି, ଯାହା ମାଧ୍ୟମରେ ମୁଁ କ୍ରମାଗତ ଭାବରେ ପ୍ରଚାର କରୁଛି । ଅନ୍ୟପକ୍ଷରେ ଏନଡିଏ ୩୦ଟି ହେଲିକପ୍ଟର ସହିତ ସମଗ୍ର ମେଶୀନାରୀ ପ୍ରୟୋଗ କରୁଛି ।"

ଅଧିକ ପଢ଼ନ୍ତୁ:-ଦିଲ୍ଲୀ ସମେତ ଏହି ରାଜ୍ୟଗୁଡିକରେ ବଢ଼ୁଛି କୋରୋନା ସଙ୍କଟ, ସମୀକ୍ଷା ପାଇଁ ବୈଠକ ଡାକିଲେ ମୋଦି ସରକାର

ଶନିବାର ତେଜସ୍ୱୀ ନିଜର ପ୍ରଥମ ରାଲି ସୀତାମଢ଼ୀର ରିଗା ବ୍ଲକରେ ସକାଳ ୧୦.୫ରେ କରିଥିଲେ । ଏଥିସହିତ ଶେଷ ରାଲି ଅପରାହ୍ନ ୪.୪୫ ମିନିଟରେ ବୈଶାଳୀ ଜିଲ୍ଲାର ବିଦୁପୁର ବ୍ଲକରେ ସମ୍ବୋଧିତ କରିଥିଲେ । ତେଜସ୍ୱୀ ହାରାହାରି ୧୪ରୁ ୧୬ଟି ରାଲି ମାଧ୍ୟମରେ ମହାମେଣ୍ଟର ପ୍ରଚାର ଅଭିଯାନକୁ ଗତି ଦେଉଛନ୍ତି । ଏହାର ତୁଳନାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତିଦିନ ୬ରୁ ୭ଟି ସାଧାରଣ ସଭାକୁ ସମ୍ବୋଧିତ କରନ୍ତି । ଏହି ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୧୨ଟି ରାଲି କରୁଛନ୍ତି ।