ମହାମେଣ୍ଟରେ ଫାଟ! ଉପନିର୍ବାଚନରେ RJD ବିରୋଧରେ ପ୍ରାର୍ଥୀ ଓହ୍ଲାଇବ ​​କଂଗ୍ରେସ
Advertisement

ମହାମେଣ୍ଟରେ ଫାଟ! ଉପନିର୍ବାଚନରେ RJD ବିରୋଧରେ ପ୍ରାର୍ଥୀ ଓହ୍ଲାଇବ ​​କଂଗ୍ରେସ

କଂଗ୍ରେସ କୁଶେଶ୍ୱରସ୍ତାନରୁ ଅତିରେକ କୁମାରଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ତାରାପୁରରୁ ରାଜେଶ କୁମାର ମିଶ୍ରଙ୍କୁ ଟିକେଟ ଦେଇଛି । କଂଗ୍ରେସ (Congress) ଏହି ବିଷୟକୁ ନେଇ ଅତ୍ୟଧିକ ଅସନ୍ତୁଷ୍ଟ ଥିଲା ଯେ RJD ଆଲୋଚନା ନକରି ଏକ ତରଫା ନିଷ୍ପତ୍ତି ନେଇଛି ।

ମହାମେଣ୍ଟରେ ଫାଟ! ଉପନିର୍ବାଚନରେ RJD ବିରୋଧରେ ପ୍ରାର୍ଥୀ ଓହ୍ଲାଇବ ​​କଂଗ୍ରେସ

ନୂଆଦିଲ୍ଲୀ: Bihar By-poll: ବିହାରରେ ୨ଟି ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ ​​ମହାମେଣ୍ଟ (Bihar By-poll) ରେ ଫାଟ ଦେଖାଦେଇଛି । ୨ ଦିନ ପୂର୍ବେ କୁଶେଶ୍ୱରସ୍ତାନ ଓ ତାରାପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ରାଷ୍ଟ୍ରୀୟ ଜନତା ଦଳ (RJD) ନିଜର ଉଭୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ସେପଟେ  ଗତକାଲି (ମଙ୍ଗଳବାର) ଆରଜେଡି (RJD) ବିରୋଧରେ ୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି  କଂଗ୍ରେସ (Congress) ।

କଂଗ୍ରେସ କୁଶେଶ୍ୱରସ୍ତାନରୁ ଅତିରେକ କୁମାରଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ତାରାପୁରରୁ ରାଜେଶ କୁମାର ମିଶ୍ରଙ୍କୁ ଟିକେଟ ଦେଇଛି । କଂଗ୍ରେସ (Congress) ଏହି ବିଷୟକୁ ନେଇ ଅତ୍ୟଧିକ ଅସନ୍ତୁଷ୍ଟ ଥିଲା ଯେ RJD ଆଲୋଚନା ନକରି ଏକ ତରଫା ନିଷ୍ପତ୍ତି ନେଇଛି । ଯାହା ପରେ ଦଳ ଉଭୟ ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି ।

ଗତ ବର୍ଷର ବିଧାନସଭା ନିର୍ବାଚନରେ ​​କଂଗ୍ରେସ କୁଶେଶ୍ୱରସ୍ତାନ ଆସନରେ ଦ୍ୱିତୀୟ ସ୍ଥାନ ଥିଲା । ତେଣୁ ଅନ୍ତତଃ ପକ୍ଷେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଉ ବୋଲି କଂଗ୍ରେସ ପକ୍ଷରୁ ଆରଜେଡିକୁ ଦାବି କରିଆସୁଥିଲା । ଏହି କାରଣରୁ କୁଶେଶ୍ୱରସ୍ତାନ ଆସନ ଉପରେ କଂଗ୍ରେସ ନିଜର ଦାବି ରଖିଥିଲା, କିନ୍ତୁ କଂଗ୍ରେସର ଦାବିକୁ ଅଣଦେଖା କରି ଆରଜେଡି ଉଭୟ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ବିହାର ପ୍ରଦେଶ ଅଧ୍ୟକ୍ଷ ମଦନ ମୋହନ ଝା ଦାବି କରିଛି ଯେ କଂଗ୍ରେସ ଯେଉଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ସେମାନେ ଉପନିର୍ବାଚନରେ ଆରଜେଡିକୁ ପରାସ୍ତ କରି ଉଭୟ ଆସନରେ ​​ଜିତିବେ । କଂଗ୍ରେସ ଓ ଆରଜେଡି ପୃଥକ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ବର୍ତ୍ତମାନ ଆଧିକାରୀକ ରୂପେ ସ୍ପଷ୍ଟ ହୋଇଯାଇଛି ଯେ ଆସନ୍ତା ଉପନିର୍ବାଚନରେ ମହାମେଣ୍ଟ (Grand Alliance) ଭାଙ୍ଗିଯାଇଛି । ତେବେ ମହାମେଣ୍ଟରେ ଫାଟ ସୃଷ୍ଟି ହେବା ଖବରକୁ ଆରଜେଡି ନେତା ତେଜସ୍ୱୀ ଯାଦବ (RJD leader Tejashwi Yadav) ଖଣ୍ଡନ କରିଛନ୍ତି ଓ କହିଛନ୍ତି ଯେ ଉଭୟ ଆସନରେ କଂଗ୍ରେସ ସହ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ହେବ । 

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ପୌର ନିର୍ବାଚନରେ ବିଜେପିକୁ ମିଳିଲା ବଡ଼ ସଫଳତା, ଜାଣନ୍ତୁ କ'ଣ ରହିଛି କଂଗ୍ରେସର ସ୍ଥିତି

ଅଧିକ ପଢ଼ନ୍ତୁ:-ନିଜ ଲୋକସଭା ଆସନରେ ହିଁ ଅସୁବିଧାର ସାମ୍ନା କରୁଛନ୍ତି ରାହୁଲ! ୱାୟନାଡରୁ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା