ବିହାରରେ ବଦଳିବ ରାଜନୈତିକ ସମୀକରଣ, ଏନଡିଏ ଓ ମହାମେଣ୍ଟରେ ହେବ ବଡ଼ ପରିବର୍ତ୍ତନ !
Advertisement

ବିହାରରେ ବଦଳିବ ରାଜନୈତିକ ସମୀକରଣ, ଏନଡିଏ ଓ ମହାମେଣ୍ଟରେ ହେବ ବଡ଼ ପରିବର୍ତ୍ତନ !

ଆରଏଲଏସପି (RLSP) ର ମୁଖିଆ ଉପେନ୍ଦ୍ର କୁଶୱାହା (Upendra Kushwaha) ଗତ ସପ୍ତାହରେ ମହାମେଣ୍ଟ (Grand Alliance) ର  ନେତୃତ୍ୱ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । ଏହା ସହିତ ସେ ଏନଡିଏ (NDA) ରେ ଯୋଗଦେବାକୁ ସଙ୍କେତ ଦେଇଥିଲେ ।

ବିହାରରେ ବଦଳିବ ରାଜନୈତିକ ସମୀକରଣ, ଏନଡିଏ ଓ ମହାମେଣ୍ଟରେ ହେବ ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ: Bihar Election 2020: ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ୨ଟି ମେଣ୍ଟରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ରାଷ୍ଟ୍ରୀୟ ଜନତା ଦଳ (RJD) ନେତୃତ୍ୱାଧୀନ ମହାମେଣ୍ଟ (Grand Alliance) କୁ ଛାଡ଼ିବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (RLSP) । ଅନ୍ୟପକ୍ଷରେ ନୀତିଶ କୁମାର (Nitish Kumar) ନେତୃତ୍ୱାଧୀନ ଏନଡିଏ (NDA) ରୁ ଲୋକ ଜନଶକ୍ତି ପାର୍ଟି (LJP) କୁ ବାହାରର ରାସ୍ତା ଦେଖାଯାଇପାରେ । ଏସବୁ ମଧ୍ୟରେ ତୃତୀୟ ମୋର୍ଚ୍ଚାର ସମ୍ଭାବନା ଦୃଢ଼ ହେବାରେ ଲାଗିଛି । ଯେଉଁ କାରଣରୁ ଝୁଲା ବିଧାନସଭାର ସମ୍ଭାବନା ରାଜନୈତିକ ବିଶେଷଜ୍ଞମାନେ ଦେଖିବା ଆରମ୍ଭ କରି ଦେଇଛନ୍ତି ।

ଆରଏଲଏସପିର ମୁଖିଆ ଉପେନ୍ଦ୍ର କୁଶୱାହା (Upendra Kushwaha) ଗତ ସପ୍ତାହରେ ମହାମେଣ୍ଟର ନେତୃତ୍ୱ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । ଏହା ସହିତ ସେ ଏନଡିଏରେ ଯୋଗଦେବାକୁ ସଙ୍କେତ ଦେଇଥିଲେ । ରବିବାର ରାତିରେ କୁଶୱାହା ଦିଲ୍ଲୀରେ ଥିଲେ ଏବଂ ସେ ବିଜେପି ନେତାଙ୍କ ସହ ସାକ୍ଷାତ କରିଥିଲେ । ଏହା ପରେ କୁଶୱାହା ପାଟନାକୁ ଫେରିଥିଲେ । 

ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଗୁପ୍ତ ଭାବେ ଏହି କାମ କରୁଛନ୍ତି ପ୍ରିୟଙ୍କା

ସୂତ୍ରରୁ ପ୍ରକାଶ ଯେ, କୁଶୱାହାଙ୍କୁ ପାଟନା ଯାଇ ନୀତିଶ କୁମାରଙ୍କ ସହ କଥା ହେବାକୁ କୁହାଯାଇଛି । ତାଙ୍କୁ ଏନଡିଏରେ ସାମିଲ କରାଯିବ କି ନାହିଁ ତାହାର ନିଷ୍ପତ୍ତି ନେବେ ନୀତିଶ । କୁଶୱାହାଙ୍କ ସାମିଲ କରିବାକୁ ନେଇ ଆସନ ଭାଗବଣ୍ଟା ପ୍ରସଙ୍ଗ ଜଡିତ ହୋଇଥିବାର ମନେ କରାଯାଏ । ୨୦୧୫ ବିଧାନସଭା ନିର୍ବାଚନରେ ​​ଯେତେବେଳେ  କୁଶୱାହା ଏନଡିଏରେ ଥିଲେ ତାଙ୍କ ଦଳକୁ ୨୩ଟି ଆସନ ମିଳିଥିଲା । ଏଥର ମଧ୍ୟ ସେ ଏତେ ସଂଖ୍ୟକ ଆସନ ଦାବି କରୁଛନ୍ତି । ଅନ୍ୟପକ୍ଷେ ନୀତିଶ ତାଙ୍କୁ ଏତିକି ଆସନ ସେହି ସମୟରେ ଦେବାକୁ ରାଜି ହେବେ ଯେତେବେଳେ ଚିରାଗ ପାସୱାନ୍ (Chirag Paswa) ଏନଡିଏ ମେଣ୍ଟରୁ ବାହାରି ଯିବେ ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁର ଏହି ୨ଟି ଚିକିତ୍ସାକୁ ନେଇ ଚେତାବନୀ ଜାରି କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଜଣେ ବରିଷ୍ଠ ଜେଡି (ୟୁ) ନେତା କହିଛନ୍ତି ଯେ, ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ଆସନ ବୁଝାମଣା ଫର୍ମୁଲା ଅନୁଯାୟୀ ବିଜେପି ଏବଂ ଜେଡି (ୟୁ) ୧୧୦-୧୧୦ ଆସନରେ ନିର୍ବାଚନ ଲଢ଼ିବେ । ଅବଶିଷ୍ଟ ଆସନକୁ ଅନ୍ୟ ସହଯୋଗୀମାନଙ୍କ ମଧ୍ୟରେ ବଣ୍ଟା ଯିବ । କିନ୍ତୁ ଯଦି ଏଲଜେପି ମଧ୍ୟ ଏନଡିଏର ଏକ ଅଂଶ ରହେ, ତେବେ ଏହି ପରିସ୍ଥିତିରେ ଏଲଜେପି ଓ ଆରଏଲଏସପିକୁ ୨୩-୨୩ଟି ଲେଖାଁଏ ଆସନ ଦିଆଯାଇପାରେ ।