ବିହାରରେ ହେବ ଖେଳ, ବିଜେପିର ସାଥ୍ ଛାଡ଼ି ଆରଜେଡି ସହ ସରକାର ଗଢ଼ିବେ ନୀତିଶ କୁମାର!
Advertisement

ବିହାରରେ ହେବ ଖେଳ, ବିଜେପିର ସାଥ୍ ଛାଡ଼ି ଆରଜେଡି ସହ ସରକାର ଗଢ଼ିବେ ନୀତିଶ କୁମାର!

Bihar Politics: ବାସ୍ତବରେ, ଯଦି ଆମେ ଗତ ୧ ମାସର ଘଟଣାକ୍ରମକୁ ଦେଖିବା, ଲାଗୁଛି ଯେ ନୀତିଶ ଓ ବିଜେପି ମଧ୍ୟରେ ସବୁକିଛି ଠିକ୍ ଚାଲୁନାହିଁ । ଏକ ମାସରେ ୪ ଥର ଏହା ଘଟିଛି, ଯେତେବେଳେ ନୀତିଶ କୁମାର ବିଜେପି ଠାରୁ ଦୂରତା ରକ୍ଷା କରିଛନ୍ତି । 

ବିହାରରେ ହେବ ଖେଳ, ବିଜେପିର ସାଥ୍ ଛାଡ଼ି ଆରଜେଡି ସହ ସରକାର ଗଢ଼ିବେ ନୀତିଶ କୁମାର!

ପାଟନା: Bihar Politics: ବିହାରରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ରବିବାର ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କ ସହ କଥା ହୋଇଛନ୍ତି । ସେ ସୋନିଆ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇ ବିହାରର ରାଜନୈତିକ ଦୃଶ୍ୟ ଉପରେ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳରେ ବସିଥିବା ରାଷ୍ଟ୍ରୀୟ ଜନତା ଦଳ (RJD) ଅଗଷ୍ଟ ୯ରେ ବିଧାୟକଙ୍କ ବୈଠକ ଡାକିଛି । ଗତ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଭାରତୀୟ ଜନତା ଦଳ (BJP) ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପ୍ରଶ୍ନ ଉଠିଛି ଯେ ଅଗଷ୍ଟ ୧୧ ପୂର୍ବରୁ ବିହାରରେ ଏନଡିଏ ସରକାର (NDA Govt) ଭାଙ୍ଗିଯିବ? ନୀତିଶ ପୁଣିଥରେ ଆରଜେଡି ସହିତ ସରକାର ଗଠନ କରିବେ? ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ ଯୋଗୁଁ ବିହାରର ରାଜନୀତି ପାରା ବଢ଼ି ଚାଲିଛି ।

ବାସ୍ତବରେ, ଯଦି ଆମେ ଗତ ୧ ମାସର ଘଟଣାକ୍ରମକୁ ଦେଖିବା, ଲାଗୁଛି ଯେ ନୀତିଶ ଓ ବିଜେପି ମଧ୍ୟରେ ସବୁକିଛି ଠିକ୍ ଚାଲୁନାହିଁ । ଏକ ମାସରେ ୪ ଥର ଏହା ଘଟିଛି, ଯେତେବେଳେ ନୀତିଶ କୁମାର ବିଜେପି ଠାରୁ ଦୂରତା ରକ୍ଷା କରିଛନ୍ତି । ନୀତିଶ କୁମାରଙ୍କ କୋରୋନା ପଜିଟିଭ୍ ରିପୋର୍ଟ ଦୁଇ ସପ୍ତାହ ପୂର୍ବରୁ ଆସିଥିଲା ​। ଅଗଷ୍ଟ ୩ରେ ତାଙ୍କ ରିପୋର୍ଟ ନେଗେଟିଭ ହୋଇଥିଲା ।

ପ୍ରଥମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୭ରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡକାଯାଇଥିଲା, କିନ୍ତୁ ନୀତିଶ କୁମାର ଏହି ବୈଠକରେ ଯୋଗ ଦେଇନଥିଲେ । ଏହା ପରେ ଜୁଲାଇ ୨୨ରେ ତତ୍କାଳୀନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ବିଦାୟକାଳୀନ ଭୋଜିରେ ନୀତିଶ କୁମାରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା, କିନ୍ତୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ଜୁଲାଇ ୨୫ରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ନୀତିଶ କୁମାରଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା, କିନ୍ତୁ ସେ ଯାଇ ନଥିଲେ । ଅଗଷ୍ଟ ୭ ମଧ୍ୟ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ NITI ଆୟୋଗର ବୈଠକରେ ଯୋଗଦେବାକୁ ଡକାଯାଇଥିଲା କିନ୍ତୁ ସେ ଏହି ବୈଠକରେ ଯୋଗ ଦେଇନଥିଲେ ।

ଶନିବାର ଜେଡିୟୁରୁ ​​ପୂର୍ବତନ ବରିଷ୍ଠ ନେତା ଆରସିପି ସିଂଙ୍କ ଇସ୍ତଫା ପରେ ବିହାରର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ନୀତିଶ କୁମାରଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । କିଛି ଲୋକ ଜାହାଜକୁ ବୁଡ଼ାଇବାକୁ ଚାହୁଁଥିଲେ, ନୀତୀଶ କୁମାର ସେହି ଲୋକଙ୍କୁ ଠିକ୍ ସମୟରେ ଚିହ୍ନି ନେଇଛନ୍ତି । ଆରସିପି ସିଂଙ୍କ ଯିବା ନିଶ୍ଚୟ ଥିଲା, କାରଣ ତାଙ୍କ ଶରୀର ଏଠାରେ ଥିଲା, କିନ୍ତୁ ତାଙ୍କ ମନ ଅନ୍ୟତ୍ର ଥିଲା ।

ଲଲନ ସିଂ ଆଗକୁ କହିଛନ୍ତି ଯେ, ଆଉ ଏକ ଚିରାଗ ମଡେଲ ପ୍ରସ୍ତୁତ କରାଯାଉଥିଲା । ଆମେ ଏହାକୁ ଠିକ୍ ସମୟରେ ଶେଷ କରିଛୁ । ଷଡଯନ୍ତ୍ର କେଉଁଠାରୁ ଘଟିଛି ତାହା ସମସ୍ତେ ଜାଣନ୍ତି ବୋଲି ସେ କହିଛନ୍ତି । ନୀତିଶ କୁମାରଙ୍କ ସ୍ଥିତି ହ୍ରାସ କରିବାକୁ ଏକ ଷଡଯନ୍ତ୍ର ହୋଇଥିଲା ।

ଏହା ବି ପଢ଼ନ୍ତୁ:-ପୁଣି ଲାଗିବ ଲକଡାଉନ୍? ରାଜଧାନୀରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି

ଏହା ବି ପଢ଼ନ୍ତୁ:-ଆଧାର କାର୍ଡରେ ଲାଗିଥିବା ଫଟୋରୁ ଆପଣ ଖୁସି ନୁହଁନ୍ତି କି, ତେବେ କେମିତି କରିବେ ପରିବର୍ତ୍ତନ; ଜାଣନ୍ତୁ ପୂରା ପ୍ରକ୍ରିୟା...

ଏହା ବି ପଢ଼ନ୍ତୁ:-ଆଧାରକୁ ଭୋଟର ପରିଚୟ ପତ୍ର ସହିତ ଲିଙ୍କ୍ କରିବା କାହିଁକି ଆବଶ୍ୟକ, ଜାଣି ନିଅନ୍ତୁ ନଚେତ୍ ହେବ ବଡ଼ ସମସ୍ୟା!

ବିହାରର ରାଜନୀତିରେ ସମସ୍ତଙ୍କୁ ଏହା ଜଣା ଯେ ବିଜେପି ନେତାଙ୍କ ସହିତ ଆରସିପି ସିଂଙ୍କର ବହୁତ ଭଲ ସମ୍ପର୍କ ଅଛି ଓ କୁହାଯାଏ ଯେ ସେ ଜନତା ଦଳ ୟୁନାଇଟେଡ (JDU) ରେ ଜଣେ ବିଜେପିର ନେତା ଭାବେ କାମ କରନ୍ତି । ବୋଧହୁଏ ଏହା ହେଉଛି କାରଣ ଗତ ବର୍ଷ ଯେତେବେଳେ ନରେନ୍ଦ୍ର ମୋଦି ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଥିଲା, ସେତେବେଳେ ନୀତିଶ କୁମାରଙ୍କ ବିନା ଅନୁମତିରେ ଆରସିପି ସିଂ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ।

ବିହାରରେ ହୋଇଥିବା ଏହି ରାଜନୈତିକ ଉତ୍ତେଜନା ମଧ୍ୟରେ ସବୁଠାରୁ କୌତୁହଳର ବିଷୟ ହେଉଛି ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା କୋରୋନା ପଜିଟିଭ ହୋଇପଡ଼ିଛନ୍ତି । ଅଗଷ୍ଟ ୧୧ ପୂର୍ବରୁ ସରକାରଙ୍କ ପତନକୁ ନେଇ କଳ୍ପନାଜଳ୍ପନା ଚାଲିଛି । କାରଣ ଅଗଷ୍ଟ ୧୨ରୁ ଖରମାସ ଆରମ୍ଭ ହେଉଛି ଓ ସାଧାରଣତଃ ଲୋକମାନେ ଖରମାସରେ କୌଣସି ଶୁଭ କାମ କରନ୍ତି ନାହିଁ ।