)
ଭୁବନେଶ୍ୱର: ରବିବାର ବିଜୁ ଜନତା ଦଳ ପାଳୁଛି ୨୫ତମ ପ୍ରତିଷ୍ଠା ଦିବସ। ରାଜ୍ୟ କାର୍ଯ୍ୟଳୟ ସହ ସମସ୍ତ ନିର୍ବାଚନ ମଣ୍ଡଳୀରେ ଦଳର ରୌପ୍ୟ ଜୟନ୍ତୀ ପାଳନ ହେଉଛି। କୋରୋନା କଟକଣା ପାଇଁ ନିରାଡମ୍ବର ଭାବେ ବିଜେଡି ପ୍ରତିଷ୍ଠା ଦିବସ ପାଳିୁଛି।
ଆଜି ବିଜେଡିର ପ୍ରତିଷ୍ଠା ଦିବସ। ବିଜେଡି କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହା ସହ ବ୍ଲକ ଓ ସହରାଞ୍ଚଳରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। କାର୍ଯ୍ୟକ୍ରମରେ ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ଯୁବ, ଛାତ୍ର, ମହିଳା, ବରିଷ୍ଠ ସଦସ୍ୟ ଓ କର୍ମକର୍ତା ଯୋଗଦେଇଛନ୍ତି। କୋଭିଡ୍ କଟକଣା ମଧ୍ୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି।
ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବେ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ କିଛି ବଡ଼ ଘୋଷଣା କରିପାରନ୍ତି। ଭର୍ଚୁଆଲ ମୋଡରେ ନେତା ଓ କର୍ମୀଙ୍କୁ ସେ ସମ୍ବୋଧନ କରିବେ। ପ୍ରତିଷ୍ଠା ଦିବସରୁ ହଁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକସେବା ମାଧ୍ୟମରେ ଦଳ ରାଜ୍ୟବାସୀଙ୍କ ପାଖକୁ ଯିବ।
ରାଜ୍ୟ କାର୍ଯ୍ୟଳୟରେ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ, ଉପସଭାପତି ଦେବୀ ମିଶ୍ର, ଯୋଜନବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଂଜନ ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ। ସେପେଟେ ପଛୁଆ ବର୍ଗର ଲୋକଙ୍କୁ ନ୍ୟାୟ ସହ ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ ପାଇଁ ଦଳର କାର୍ଯ୍ୟକାରିଣୀ ବୈଠକରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ଦଳ ପକ୍ଷରୁ ପଛୁଆ ବର୍ଗରୁ ୪୦% ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରାଯାଇଛି।