Advertisement
Article Detail0/zeeodisha/odisha2743913
Zee OdishaOdisha Politicsଦଳର ନେତାଙ୍କୁ ଦାୟିତ୍ୱ ବାଣ୍ଟିଲା BJD, ସାଂଗଠନିକ ସମ୍ପାଦକ ପଦରୁ ହଟିଲେ ବବି

ଦଳର ନେତାଙ୍କୁ ଦାୟିତ୍ୱ ବାଣ୍ଟିଲା BJD, ସାଂଗଠନିକ ସମ୍ପାଦକ ପଦରୁ ହଟିଲେ ବବି

ରାଜନୈତିକ ବ୍ୟାପାର କମିଟି (PAC) ଗଠନ କରିଛି ବିଜେଡି ଯେଉଁଥିରେ ସଭାପତି ନବୀନ ପଟ୍ଟନାୟକ PAC ଅଧ୍ୟକ୍ଷ ଦାୟିତ୍ବ ନେଇଛନ୍ତି । ୯ ଜଣିଆ ସଦସ୍ୟ ତାଲିକାରେ ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନୀ ସାହୁ, ସସ୍ମିତ ପାତ୍ର, ସନ୍ତୃପ୍ତ ମିଶ୍ର ଅଛନ୍ତି ।

ଦଳର ନେତାଙ୍କୁ ଦାୟିତ୍ୱ ବାଣ୍ଟିଲା BJD, ସାଂଗଠନିକ ସମ୍ପାଦକ ପଦରୁ ହଟିଲେ ବବି

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳର ଅନେକ ସଦସ୍ୟଙ୍କୁ ଦାୟିତ୍ୱ ତଥା ପଦପଦବୀ ବଣ୍ଟନ କରିଛନ୍ତି । ବିଜୁ କୃଷକ ଜନତା ଦଳ ଆବାହକ ହୋଇଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଆଞ୍ଚଳିକ ବିକାଶ ସେଲ ଆବାହକ ହୋଇଛନ୍ତି ଅନଙ୍ଗ ଉଦୟ ସିଂହଦେଓ । ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସମବାୟ ସେଲ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଶିକ୍ଷା ଓ ଶିକ୍ଷକ ସେଲ ଆବାହକ ଭାବେ ବଦ୍ରି ନାରାୟଣ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ ଆବାହକ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ । ଆଦିବାସୀ ସେଲ ଆବାହକ ଭାବେ ମଙ୍ଗଳା କିଷାନ, ବରିଷ୍ଠ ନାଗରିକ ସେଲ ଆବାହକ ଭାବେ ଦେବାଶିଷ ସାମନ୍ତରାୟ, ଓବିସି ସେଲ ଆବାହକ ଭାବେ ଅରୁଣ ସାହୁ, ଏସସି ସେଲ ଆବାହକ ଭାବେ ମହେଶ ସାହୁ ଏବଂ ଆଇଟି ଓ ସାମାଜିକ ଗଣମାଧ୍ୟମ ସେଲ ଆବାହକ ଭାବେ ଅମର ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଛି ବିଜେଡି ।

ସେହିପରି, ବିଜେଡି ସଂଖ୍ୟାଲଘୁ ସେଲ୍‌ ଆବାହକ ହୋଇଛନ୍ତି ଦିଲୀପ ତିର୍କୀ । ସଂଖ୍ୟାଲଘୁ ସେଲ୍‌ରେ ରିଜୱାନ ବେଗମ, ମୁଜବୁଲ୍ଲା (ମୁନା) ଖାନ୍‌, ଆୟୁବ ଖାନ୍‌ ଓ ଶେଖ୍‌ ନିଜାମୁଦ୍ଦିନଙ୍କୁ କୋର୍ଡିନେଟର ଦାୟିତ୍ବ ମିଳିଛି ।

ଅନ୍ୟପଟେ, ରାଜନୈତିକ ବ୍ୟାପାର କମିଟି (PAC) ଗଠନ କରିଛି ବିଜେଡି ଯେଉଁଥିରେ ସଭାପତି ନବୀନ ପଟ୍ଟନାୟକ PAC ଅଧ୍ୟକ୍ଷ ଦାୟିତ୍ବ ନେଇଛନ୍ତି । ୯ ଜଣିଆ ସଦସ୍ୟ ତାଲିକାରେ ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନୀ ସାହୁ, ସସ୍ମିତ ପାତ୍ର, ସନ୍ତୃପ୍ତ ମିଶ୍ର ଅଛନ୍ତି ।

Add Zee News as a Preferred Source

ବିଜେଡି ପଦ ପଦବୀରେ କାହାକୁ ମିଳିନାହିଁ ସାଂଗଠନିକ ସମ୍ପାଦକ ପଦ । ଗତ ଟର୍ମରେ ଏହି ପଦଟି ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ଏବଂ ସାଂଗଠନିକ ସମ୍ପାଦକ ପଦରେ ଥିଲେ ପ୍ରଣବ ପ୍ରକାଶ ଦାସ । ଏଥର କିନ୍ତୁ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ଉପସଭାପତି ପଦ ।

ବିଜେଡିର ସାଂଗଠନିକ ନିର୍ବାଚନରେ ୧୫ ଉପସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ବ ମିଳିଥିବା ସମୟରେ ବରିଷ୍ଠ ଉପସଭାପତି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ, ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ବ ମିଳିଛି । ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢ଼ୋଲକିଆଙ୍କ ନାଁ ରହିଛି ।

Also Read- Gold Rate: ୧୯ ହଜାର ଟଙ୍କା ଶସ୍ତା ହେବ ସୁନା, ୧୦ ଗ୍ରାମ ପ୍ରତି ରହିବ ଏତିକି ଦାମ !

Also Read- ପହଲଗାମ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପୁଟିନଙ୍କ ବାର୍ତ୍ତାଳାପ

About the Author