ଜାତିଭିତ୍ତିକ ଜନଗଣନା ସପକ୍ଷରେ ଓଡ଼ିଶା: '୫୦% ସଂରକ୍ଷଣ ସୀମା ନ ଉଠିଲେ ଜନକଲ୍ୟାଣ ସମ୍ଭବ ନୁହେଁ'
Advertisement

ଜାତିଭିତ୍ତିକ ଜନଗଣନା ସପକ୍ଷରେ ଓଡ଼ିଶା: '୫୦% ସଂରକ୍ଷଣ ସୀମା ନ ଉଠିଲେ ଜନକଲ୍ୟାଣ ସମ୍ଭବ ନୁହେଁ'

ମୁଖ୍ୟମନ୍ତ୍ରୀ ପଛୁଆ ବର୍ଗକୁ ସହାୟତା ପାଇଁ ବଦ୍ଧପରିକର। ସହାୟତା ପାଇଁ ସଂଖ୍ୟା ଜାଣିବା ନିହାତି ଆବଶ୍ୟକ। ଜାତିଭିତିକ ଜନଗଣନା ଜରୁରୀ। ମୁଖ୍ୟମନ୍ତ୍ରୀ ପୂର୍ବରୁ ଦାବି କରିଥିଲେ, ଦଳ ଏହି ଦାବି ଦୋହରାଉଛି। 

ଫାଇଲ ଫଟୋ

ଭୁବନେଶ୍ୱର: ଜାତିଭିତିକ ଜନଗଣନାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇଛି। ସୋମବାର ବିହାର ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଯଥାଶୀଘ୍ର ଜାତିଭିତିକ ଜନଗଣନାକୁ ଦାବି କରିଥିଲେ। ଆଉ ମଙ୍ଗଳବାର ଓଡିଶା ସରକାରଙ୍କ ଦୁଇ ଜଣ ମନ୍ତ୍ରୀ ପ୍ରେସମିଟ୍ କରି ଜାତିଭିତିକ ଜନଗଣନା ଦାବି କରିବା ସହ ତାହା କାହିଁକି ଲାଗୁ ହେଉନାହିଁ ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି।

ସମବାୟ ମନ୍ତ୍ରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଛୁଆ ବର୍ଗକୁ ସହାୟତା ପାଇଁ ବଦ୍ଧପରିକର। ସହାୟତା ପାଇଁ ସଂଖ୍ୟା ଜାଣିବା ନିହାତି ଆବଶ୍ୟକ। ଜାତିଭିତିକ ଜନଗଣନା ଜରୁରୀ। ମୁଖ୍ୟମନ୍ତ୍ରୀ ପୂର୍ବରୁ ଦାବି କରିଥିଲେ, ଦଳ ଏହି ଦାବି ଦୋହରାଉଛି। କ୍ୟାବିନେଟର କଷ୍ଟ ବେଶ ସେନ୍ସସ ପାଇଁ ପାରିତ ହୋଇଥିଲା। ନ୍ୟାୟାଳୟ ଦ୍ୱାରା ୫୦ ପ୍ରତିଶତ କଟକଣା ଥିବାରୁ ରାଜ୍ୟ ସରକାର କିଛି କରିପାରୁନାହାନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ୯୪ ପ୍ରତିଶତ ଦୁର୍ବଳ ଶ୍ରେଣୀ ଅଛନ୍ତି। ପଛୁଆ ବର୍ଗ ପାଇଁ ୫୦ ପ୍ରତିଶତ ସଂରକ୍ଷଣ କଟକଣା ଉଠାଇବା  ଉପରେ ସରକାର ଯାହା ପଦକ୍ଷେପ ନେବେ। 

Also Read: ତାରାଙ୍କ ପାଇଁ କଂଗ୍ରେସରେ ବଢ଼ିଲା ଅଡୁଆ, PCCକୁ କଲେ ଚ୍ୟାଲେଞ୍ଜ୍

ସଂସଦରେରେ ପ୍ରାୟ ସବୁ ଦଳ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହି ଦାବି ନେଇ ଓଡ଼ିଶାର ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଜଣାଇଛନ୍ତି। ୫୦ ପ୍ରତିଶତ ସଂରକ୍ଷଣ ସୀମା ନ ଉଠିଲେ ଜନମଙ୍ଗଳ ସମ୍ଭବ ନୁହେଁ। ନବୀନଙ୍କ ଦାବିକୁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳ ଦାବି ଉଠାଇଲେଣି। ଏନଡିଏ ସହିତ ଜଡିତ ଦଳ ବି ଏ ପ୍ରସଙ୍ଗ ଉଠାଇଲେଣି। ଜନଗଣନା ସମ୍ପୂର୍ଣ୍ଣ କେନ୍ଦ୍ରର ବ୍ୟାପାର। ଗତ ଦୁଇ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଏହି ଦାବି ଉଠାଇଛନ୍ତି। ରାଜ୍ୟ ସରକାର ବି ଏହି କ୍ଷେତ୍ରଏ କାର୍ଯ୍ୟ କରୁଛନ୍ତି। ଓବିସିଙ୍କୁ ନ୍ୟାୟ ମିଲିପାରିନି।  ଏବେ ସମୟ ଆସିଛି। ଦୀର୍ଘ ମିଆଦୀ ସୁତ୍ରରେ କାର୍ଯ୍ୟ ପାଇଁ ଦଳ ଦାବି କରୁଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଛନ୍ତି। 

ସେପଟେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, 'ଜାତିଭିତିକ ଜନଗଣନା ହେଲେ ସେମାନଙ୍କ ସଂଖ୍ୟା ଜଣା ପଡିବ। ୫୦ ପ୍ରତିଶତ ସଂରକ୍ଷଣ ଆଇନଗତ ଗଣ୍ଠି ଯୋଗୁ ସମସ୍ୟା ରହୁଛି। ଅନ୍ୟ ସବୁ ଦଳ ଯେତେବେଳେ ଦାବି କଲେଣି ଓଡିଶା ବିଜେପି ଚୁପ ରହିଛି। ଏହା ପଛୁଆ ବର୍ଗ ବିରୋଧୀ ମନୋଭାବ ଭଳି ମନେ ହେଉଛି। ପଛୁଆ ବର୍ଗ ବିରୋଧୀ ମନୋଭାବ ରାଜ୍ୟ ବିଜେପି ନେତା ଛାଡ଼ନ୍ତୁ। ସାମାଜିକ ନ୍ୟାୟ ନ ମିଳିବା ପର୍ୟ୍ଯନ୍ତ ପଲ୍ଲୀଠୁ ଦିଲ୍ଲୀ ଆନ୍ଦୋଳନ କରିବ ବିଜେଡି।'