'ବିଜେଡି-କଂଗ୍ରେସର ଅସାଧୁ ମେଣ୍ଟ ‘ପରୀ’କୁ ନ୍ୟାୟ ଦେବାରେ ପ୍ରତିବନ୍ଧକ'
Advertisement
Article Detail0/zeeodisha/odisha795867

'ବିଜେଡି-କଂଗ୍ରେସର ଅସାଧୁ ମେଣ୍ଟ ‘ପରୀ’କୁ ନ୍ୟାୟ ଦେବାରେ ପ୍ରତିବନ୍ଧକ'

ରବିବାର ପୁଣି ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିଧାୟକମାନେ ଗୃହରେ ହୋହଲ୍ଲା କରିଥିଲେ। ଏହା ସହ ସେମାନେ ବିଧାନସଭା ପରିସରରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ।

ବିଧାନସଭା ପରିସରରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ଷଷ୍ଠ ଦିନ ପାଇଁ ବି ତାତି ଦେଖିବାକୁ ମିଳିଛି। ରବିବାର ପୁଣି ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିଧାୟକମାନେ ଗୃହରେ ହୋହଲ୍ଲା କରିଥିଲେ। ଏହା ସହ ସେମାନେ ବିଧାନସଭା ପରିସରରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ। 

ମନ୍ତ୍ରୀ ଅରୁଣ ସାହୁ (Arun Sahoo) ଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବିରେ ଅଡି ବସିଛି ବିରୋଧୀ ବିଜେପି। ରବିବାର ଦିନ ଯାକ ବିଜେପି ବିଧାୟକ  (BJP MLA) ଗୃହ କାର୍ଯ୍ୟରେ ସାମିଲ ନ ହୋଇ ବିରୋଧ ଜାରି ରଖିଥିଲେ। ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ। ଏହାପରେ ମଧ୍ୟ ବିଜେପି ବିଧାୟକଙ୍କ ହୋହଲ୍ଲା କମିନଥିଲା। 

Also Read: ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗୃହ ମୁଲତବୀ ପରେ ବିଜେପି ବିଧାୟକମାନେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ହାତରେ ପୋଷ୍ଟର ଧରି ଧାରଣା ଦେଇଥିଲେ। ବିଜେଡି-କଂଗ୍ରେସର ଅସାଧୁ ମେଣ୍ଟ (BJD-Congress allie) ‘ପରୀ’କୁ ନ୍ୟାୟ (Justice for Pari) ଦେବାରେ ପ୍ରତିବନ୍ଧକ ସାଜିଛି ବୋଲି ବିଜେପି ଅଭିଯୋଗ କରିଛି। ଯାହାକୁ ନେଇ ବିଧାନସଭାରେ ଶାସକ-ବିରୋଧି ମୁହାଁମୁହିଁ ହୋଇଥିଲେ। 

fallback

ସେପଟେ କିଏ ଗୃହ (Odisha Assembly) ରେ ବିଜେଡିର ରକ୍ଷା କବଜ ସାଜିଛି ବୋଲି ପ୍ରଶ୍ନ ଉଠୁଛି। କଂଗ୍ରେସ କହୁଛି ବିଜେଡି ପାଇଁ  ବିଜେପି ଗୃହରେ ରକ୍ଷା କବଜ ସାଜିଛି। ଯେଉଁଥିପାଇଁ ବିଜେପି ଜାଣିଶୁଣି ଗୃହକୁ ଚଳାଇ ଦେଉନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ସେହିପରି ବିଜେଡି ସଂସଦରେ ବିଜେପିକୁ ସବୁ ବିଲରେ ସମର୍ଥନ କରୁଛି ଏହା ତାହାର ପ୍ରମାଣ ବୋଲି ତାରା ପ୍ରସାଦ ବାହିନୀପତି ଅଭିଯୋଗ ଆଣିଛନ୍ତି। 

Also Read: ପରୀ ହତ୍ୟାକାଣ୍ଡ ମାମଲା; ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୂତି ଉଦ୍ୟମ

ସେହିପରି କଂଗ୍ରେସ ବିରୋଧରେ ବିଜେପି ବି ସମାନ ଅଭିଯୋଗ ଆଣିଛି। କଂଗ୍ରେସ-ବିଜେଡିର ସୁରକ୍ଷା କବଜ ସାଜିଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ (Pradipta Nayak) ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଗୃହ ଭିତରେ ଓ ବାହାରେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ସେପଟେ ବିଜେଡି ଦୁଇ ବିରୋଧୀଙ୍କର ଅଭିଯୋଗର ପାଲଟା ଜବାବ ଦେଇଛି। 

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, "ଏହି ଅଭିଯୋଗ କଂଗ୍ରେସ ଓ ବିଜେପିର ନୂଆ ନୁହେଁ। ବିଜେଡି କାହା ସହ ନାହିଁ, ଆମେ ନିରପେକ୍ଷ ଅଛୁ, କେନ୍ଦ୍ରକୁ ପ୍ରସଙ୍ଗ ଭିତିରେ ଆମେ ସମର୍ଥନ କରୁଛୁ।" ତେବେ ଯାହା ବି ହେଉ। ଗୃହ ଭିତରେ ଓ ବାହାରେ ଦୁଇ ବିରୋଧୀ ମୁହାଁମୁହିଁ ହେବା ସହ ଗୃହରେ ବିରୋଧୀ ଦୁଇଫାଳ ହୋଇଛନ୍ତି। ଯାହା ଶାସକ ଦଳକୁ ବେଶ ସୁହାଇଛି।