)
BJP Rajyasabha Candidates 2024: ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ୨୦୨୪ ରାଜ୍ୟସଭା ନିର୍ବାଚନ ପାଇଁ ଫେବୃଆରୀ ୧୧ ତାରିଖ ରବିବାର ବିଜେପି ପକ୍ଷରୁ ୧୪ ଜଣ ପ୍ରାର୍ଥୀ ଘୋଷଣା କରାଯାଇଛି। ବିହାର, ଛତିଶଗଡ଼, ହରିୟାଣା, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଛି। ଆସନ୍ତା ୨୭ ତାରିଖରେ ଦେଶର ୧୫ ରାଜ୍ୟର ୫୬ ଆସନରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିକ ହେଉଛି।
୨୦୨୪ ରାଜ୍ୟସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରୁ ଡକ୍ଟର ସୁଧାଂଶୁ ତ୍ରିବେଦୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ ସିଂହ, ଚୌଧୁରୀ ତେଜଭୀର ସିଂହ, ସାଧନା ସିଂହ, ଅମରପାଲ ମୌର୍ଯ୍ୟ, ସଂଗୀତ ବଳୱନ୍ତ, ନବୀନ ଜୈନଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ସୁଭାଷ ବରାଲାଙ୍କୁ ହରିୟାଣାରୁ ପ୍ରାର୍ଥୀ କରାଯାଇଛି। ବିହାରରୁ ଭୀମ ସିଂହ ଏବଂ ଧର୍ମଶିଳା ଗୁପ୍ତା ପ୍ରାର୍ଥୀ ହୋଇଛନ୍ତି। ଉତ୍ତରାଖଣ୍ଡରୁ ମହେନ୍ଦ୍ର ଭଟ୍ଟ, ପଶ୍ଚିମବଙ୍ଗରୁ ସମିକ ଭଟ୍ଟାଚାର୍ଯ୍ୟ, କର୍ଣ୍ଣାଟକରୁ ନାରାୟଣ କୃଷ୍ଣାସା ଭଣ୍ଡେଗେ ଏବଂ ଛତିଶଗଡରୁ ରାଜା ଦେବେନ୍ଦ୍ର ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି।
ଉତ୍ତର ପ୍ରଦେଶରୁ ଡକ୍ଟର ସୁଧାଂଶୁ ତ୍ରିବେଦୀଙ୍କ ବ୍ୟତୀତ ଅନ୍ୟ କାହାକୁ ୨୦୨୪ ରାଜ୍ୟସଭା ନିର୍ବାଚନ ପାଇଁ ପୁନର୍ବାର ପ୍ରାର୍ଥୀ କରାଯାଇନାହିଁ। ଅନିଲ ଅଗ୍ରୱାଲ, ଅନିଲ ଜୈନ, ଅଶୋକ ବାଜପେୟୀ, କାନ୍ତା କର୍ଦମ, ବିଜୟ ପାଲ ସିଂହ ତୋମାର, ହରନାତ ସିଂହ ଯାଦବ ବର୍ତ୍ତମାନ ବିଜେପି ରାଜ୍ୟସଭା ସାଂସଦ ଭାବେ ଉତ୍ତର ପ୍ରଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି। ଏହା ସହିତ ବିଜେପି ବିହାରରୁ ସୁଶୀଲ ମୋଦୀଙ୍କୁ ମଧ୍ୟ ପୁନର୍ବାର ପ୍ରାର୍ଥୀ କରିନାହିଁ। କଂଗ୍ରେସ ଛାଡି ବିଜେପି ହାତ ଧରିଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହଙ୍କୁ ଉତ୍ତର ପ୍ରଦେଶରୁ ପ୍ରାର୍ଥୀ କରିଛି ବିଜେପି। ଯିଏ ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ ବିଜେପି ହାତ ଧରିଥିଲେ। ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଆସିବା ପରେ ଅନିଲ ଜୈନ, ଅନିଲ ବାଲୁନି ଏବଂ ସୁଶୀଲ ମୋଦୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳୀୟ ଟିକେଟ୍ ପାଇବା ଉପରେ ସେମାନଙ୍କର ଦାବି ରଖିବାର ସମ୍ଭାବନା ରହିଛି।
୨୦୨୪ ରାଜ୍ୟସଭା ନିର୍ବାଚନ ପାଇଁ ଟିଏମସି ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି
ଅନ୍ୟପକ୍ଷରେ, ମମତା ବାନାର୍ଜୀଙ୍କ ଦଳ ଟିଏମସି ପକ୍ଷରୁ ୨୦୨୪ ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇଛି। ସେହି ୪ ଜଣ ରାଜ୍ୟସଭା ପ୍ରାର୍ଥୀ ହେଉଛନ୍ତି ମହମ୍ମଦ ନଦିମୁଲ ହକ, ମମତା ବାଲା ଠାକୁର, ସୁସ୍ମିତା ଦେବ ଏବଂ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ ସାଗରିକା ଘୋଷ। ମହମ୍ମଦ ନଦିମୁଲ ହକଙ୍କୁ ପୁନର୍ବାର ରାଜ୍ୟସଭା ଟିକେଟ ଦେଇଛି ଟିଏମସି। ଅନ୍ୟପକ୍ଷରେ ମମତା ବାଲା ଠାକୁର ଏବଂ ସୁସ୍ମିତା ଦେବଙ୍କ ପୂର୍ବରୁ ରାଜ୍ୟସଭା ପଠାଇ ସାରିଛି ଟିଏମସି।
ବର୍ତ୍ତମାନର ୩ ରାଜସଭା ସାଂସଦଙ୍କୁ ୨୦୨୪ ରାଜ୍ୟସଭା ନିର୍ବାଚନ ପାଇଁ ପୁନର୍ବାର ପ୍ରାର୍ଥୀ କରିନାହିଁ ଟିଏମସି। ସେମାନେ ହେଉଛନ୍ତି ଡକ୍ଟର ଶାନ୍ତନୁ ସେନ୍, ସୁଭାଶୀଷ ଚକ୍ରବର୍ତ୍ତୀ ଏବଂ ଅବୀର ରଞ୍ଜନ ବିଶ୍ୱାସ। ଚଳିତ ବର୍ଷ ପଶ୍ଚିମବଙ୍ଗର ୫ ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯାହା ଆସନ୍ତା ଅପ୍ରେଲ ମାସରେ ଖାଲି ହେବାକୁ ଯାଉଛି। ପଶ୍ଚିମବଙ୍ଗ ବିଧାନସଭାରେ ବର୍ତ୍ତମାନର ବିଧାୟକ ଦଳ ସଂଖ୍ୟା ଅନୁଯାୟୀ ଟିଏମସି ୪ ଏବଂ ଜଣେ ବିଜେପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ। ହେଲେ ପଞ୍ଚମ ଆସନ ପାଇଁ ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ ବିଜେପି। ଏନେଇ ପଶ୍ଚିମବଙ୍ଗ ବିଜେପି ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖକୁ ପ୍ରାର୍ଥୀ ତାଲିକା ପଠାଇ ସାରିଛି। ୨୦୨୪ ରାଜ୍ୟସଭା ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ବିଜେପି କେନ୍ଦ୍ରୀୟ ନେତୃତ୍ୱ ଦଳୀୟ ପ୍ରାର୍ଥୀଙ୍କ ନାଁ ଖୁବ ଶୀଘ୍ର ଘୋଷଣା କରିପାରନ୍ତି।