'କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ବାଡ଼େଇବା ମର୍ଦ୍ଦପଣିଆ ନୁହେଁ'
Advertisement

'କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ବାଡ଼େଇବା ମର୍ଦ୍ଦପଣିଆ ନୁହେଁ'

ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକଙ୍କ ମାଡ଼ ଘଟଣାରେ ବିଜେଡିର ବରିଷ୍ଠ ମୁଖପାତ୍ର ଲେନିନ ମହାନ୍ତି (Lelin Mohanty) ପ୍ରତିକ୍ରିୟା ରଖିଛନ୍ତି। ଲେନିନ କହିଛନ୍ତି ଯେ, କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ବାଡ଼େଇବା ମର୍ଦ୍ଦପଣିଆ ନୁହେଁ। ମର୍ଦ୍ଦପଣିଆ ଦେଖାଇବାକୁ ଜଣେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବା ଗଣତାନ୍ତ୍ରିକ ନୁହେଁ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ବିଡିଓଙ୍କୁ ମାଡ଼ ଘଟଣାରେ ଦେବଗଡ଼ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ରବିବାର ଦେବଗଡ଼ ପୋଲିସ ଗିରଫ କରିଛି। ସୁବାସଙ୍କ ସହ ତାଙ୍କ ଦୁଇ ଜଣ ସହଯୋଗୀ ମଧ୍ୟ ବନ୍ଧା ହୋଇଛନ୍ତି। ବିଧାୟକଙ୍କୁ ଗରିଫ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତିରେ ତୁମ୍ବିତୋଫାନ ଆରମ୍ଭ ଆରମ୍ଭ ହୋଇଛି। ଉଭୟ ଶାସକ ଓ ବିରୋଧି ଦଳର ନେତାମାନେ 'ନିନ୍ଦା' କରିଛନ୍ତି। ବିଜେପି ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିବା ବେଳେ ବିଜେଡି ବିଧାୟକଙ୍କ ମାଡକୁ ନିନ୍ଦା କରିଛି। 

ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକଙ୍କ ମାଡ଼ ଘଟଣାରେ ବିଜେଡିର ବରିଷ୍ଠ ମୁଖପାତ୍ର ଲେନିନ ମହାନ୍ତି (Lelin Mohanty) ପ୍ରତିକ୍ରିୟା ରଖିଛନ୍ତି। ଲେନିନ କହିଛନ୍ତି ଯେ, କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ବାଡ଼େଇବା ମର୍ଦ୍ଦପଣିଆ ନୁହେଁ। ମର୍ଦ୍ଦପଣିଆ ଦେଖାଇବାକୁ ଜଣେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବା ଗଣତାନ୍ତ୍ରିକ ନୁହେଁ। କୌଣସି ସରକାରୀ ଅଧିକାରୀଙ୍କୁ ଆକ୍ରମଣ କଲେ, ପୋଲିସ (Odisha Police) ଗିରଫ କରିବା ଅଗଣତାନ୍ତ୍ରିକ ନୁହେଁ। ଆକ୍ରମଣ ହେଉଛି ଏକ ଅପରାଧୀକ କାର୍ଯ୍ୟ। ଯାହା କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଅଇନ ଅନୁସାରେ ନିଆଯାଇଛି। ଆଗକୁ ମଧ୍ୟ ନିଆଯିବ। କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ଦୁଇ ଜଣ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ବର୍ତ୍ତମାନ ଦେବଗଡ଼ ବିଧାୟକ ମଧ୍ୟ ସେହିପରି ଆଚରଣ କରିଛନ୍ତି। ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ବିଜେଡି ମୁଖପାତ୍ର କହିଛନ୍ତି।

Also Read: ଅଧିକାରୀଙ୍କୁ ମାଡ଼ମାରି ହାଜତରେ ବିଜେପି ବିଧାୟକ, ମନ୍ତ୍ରୀଙ୍କୁ ମାଫ୍!

ଅନ୍ୟପଟେ ଅଭିଯୁକ୍ତ ବିଧାୟକ (BJP MLA) ଙ୍କ ବିରୁଦ୍ଧରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧି ବିଜେପି ନିନ୍ଦା କରିଛି। 'ଆଜି ଏକ ଅଭାବନୀୟ ଘଟଣା ରାଜ୍ୟରେ ଘଟିଛି। ତାହା ଆମ ସମସ୍ତଙ୍କ ପାଇଁ ଏକ ଦୁର୍ଭାଗ୍ୟ ଜନକ ଘଟଣା। ରାଜ୍ୟର ଜଣେ ବିଧାୟକଙ୍କୁ ଜଣେ ଅଫସିର ଏତଲା ଆଧାରରେ ଦେବଗଡ଼ ପୋଲିସ ଆସି ଭୁବନେଶ୍ୱର (Bhubaneswar) ରୁ ଉଠାଇ ନେବା ନିନ୍ଦନୀୟ ଘଟଣା। ଏଥିରୁ ସ୍ପଷ୍ଟ ଯେ ରାଜ୍ୟରେ ଅଫିସର ରାଜ ଚାଲିଛି। ସୁବାସ ପାଣିଗ୍ରାହୀ ଶାନ୍ତ ସରଳ ଓ ଅମୟୀକ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ବେଶ ପରିଚିତ। ସେଥିପାଇଁ ଲଗାତାର ସେ ସେହି ଅଞ୍ଚଳରୁ ବାରମ୍ବାର ନିର୍ବାଚିତ ହୋଇ ଆସୁଛନ୍ତି' ବୋଲି ବିଜେପିର ସାଧାରଣ ସମ୍ପାଦକ, ଗୋଲକ ମହାପାତ୍ର (Golok Mohapatra) କହିଛନ୍ତି।

ସେ ପୁଣି କହିଛନ୍ତି, 'ବିଧାୟକ ପାଣିଗ୍ରାହୀ ତାଙ୍କ ଏତଲାରେ ଲେଖିଛନ୍ତି ଯେ, ବିଡ଼ିଓଙ୍କୁ ବିଧାୟକ ବାରମ୍ବାର ଦେଖା କରିବାକୁ ଫୋନ କରୁଥିଲେ ବି ବିଡ଼ିଓ ତାଙ୍କୁ ଗୋଟିଏ ପରେ ଗୋଟିଏ ସ୍ଥାନକୁ ଡାକି ଥିଲେ। ଏପରିକି ବିଧାୟକ ତାଙ୍କୁ ଏ ବିଷୟରେ ପଚାରିବାରୁ ବିଡ଼ିଓ ତାଙ୍କ କଲର ଧରି ମାଡ଼ ମାରିବାକୁ ଉଦ୍ୟମ କରିଛନ୍ତି। ବିଧାୟକ ଦିନ ୨ଟା ୩୦ରେ ଏତଲା ଦେଇଥିବା ବେଳେ ବିଡ଼ିଓ ଦିନ ୪ଟାରେ ଦେଇଛନ୍ତି। ତେବେ କେମିତି ପୋଲିସ ବିଧାୟକଙ୍କ ଏତଲାକୁ ଗୁରୁତ୍ୱ ନ ଦେଇ ବିଡ଼ିଓଙ୍କ ଏତଲାକୁ ଗୁରୁତ୍ୱ ଦେଲା। କେଉଁ ତଦନ୍ତ ଆଧାରରେ ବିଧାୟକଙ୍କୁ ଗିରଫ କଲା ପୋଲିସ? ବିଧାୟକଙ୍କୁ ଗିରଫ କରିବା ଓ ବଦନାମ କରିବା ପାଇଁ ଏହା ହେଉଛି ବିଜୁ ଜନତା ଦଳର ପୂର୍ବ ପ୍ରସ୍ତୁତ ସୁପରିକଳ୍ପିତ ଯୋଜନା। ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ପ୍ରତି ଅସହିହୁଷ୍ଣୁ ହୋଇ ପଡିଛି।' 

Also Read: କେବେ ହେବ RJD-JDU ମେଣ୍ଟ? ଏହି ବ୍ୟକ୍ତି କରିବେ ଚୂଡ଼ାନ୍ତ

'ରାଜ୍ୟର ବିଭିନ୍ନ ମନ୍ତ୍ରୀମାନଙ୍କ ନାଁରେ ହତ୍ୟା ଓ ଅପରାଧ ଭଳି ଅଭିଯୋଗ ରହିଥିଲେ ବି କେତେ ଜଣଙ୍କୁ ପୋଲିସ ଗିରଫ କରିଛି? ଖୋଦ୍ ଆଇନ ମନ୍ତ୍ରୀଙ୍କ ନାଁରେ ଏତଲା ଥିଲେ ପୋଲିସ ଧରିଲା କି ତାଙ୍କୁ, ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ଅଭିଯୋଗ ଥିଲେ ବି ପୋଲିସ ତଦନ୍ତ ପରିସର ଭୁକ୍ତ କଲା କି, ମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କଲା କି ପୋଲିସ? ମମିତା କେସରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ଥିଲେ ତାଙ୍କୁ ପୋଲିସ ତଦନ୍ତ ପରିସର ଭୁକ୍ତ କଲେ ନାହିଁ। ଏଥିରୁ ଜଣା ପଡୁଛି ରାଜ୍ୟରେ ଶାସନ ବ୍ୟବସ୍ଥା କେମିତି ଚାଲିଛି। ରାଜ୍ୟରେ ଗଣତନ୍ତ୍ର ନାହିଁ। ବିଧାୟକ କେବଳ ନାଁ ମାତ୍ର ନିର୍ବାଚିତ ହେଉଛନ୍ତି ତାଙ୍କ କଥାର କିଛି ଏଠି ଗୁରୁତ୍ୱ ନାହିଁ' ବୋଲି ବିଜେପି କହିଛି।