ବିରୋଧିଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମତ ରଖିଲେ ବିଜେପି-ବିଜେଡି

କଂଗ୍ରେସ ସମେତ ୧୩ଟି ରାଜନୈତିକ ଦଳ ପକ୍ଷରୁ କରାଯାଉଥିବା ଆନ୍ଦୋଳନ ପ୍ରସଙ୍ଗରେ ମତ ରଖିଛନ୍ତି ଉଭୟ ବିଜେପି-ବିଜେଡି |

ବିରୋଧିଙ୍କ ଆନ୍ଦୋଳନ ପ୍ରସଙ୍ଗରେ ମତ ରଖିଲେ ବିଜେପି-ବିଜେଡି

ଭୁବନେଶ୍ୱର: ମହାମାରୀ କୋରନା ଭାଇରସର ମୁକାବିଲା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ନେଇ ୧୩ଟି ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇଛନ୍ତି | ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟରେ କ୍ଷମତାସୀନ ଶାସକ ବିଜେଡି ଏବଂ ମୁଖ୍ୟ ବିରୋଧି ଦଳ ବିଜେପି |   

ଏନେଇ ମତ ରଖି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, " ଓଡିଶା ସରକାର କୋରୋନା ପରିଚାଳନା କ୍ଷେତ୍ରରେ ସବୁଠୁ ଭଲ କାମ କରି ପ୍ରଶଂସିତ ହୋଇଛନ୍ତି | ଏପରିକି କୋରୋନା ସମୟରେ ବାହାର ରାଜ୍ୟରୁ ଶ୍ରମିକଙ୍କୁ ଆଣିବା ଏବଂ  କର୍ମସଂସ୍ଥାନ ଯୋଗାଇଛନ୍ତି | ବିରୋଧି କେବଳ ନିଜର ଉପସ୍ଥିତି ଜାହିର କରିବା ଓ ଅସ୍ତିତ୍ୱ ପାଇବା ପାଇଁ ଏଭଳି ବିରୋଧ କରୁଛନ୍ତି | ଏହାର କୌଣସି ପ୍ରଭାବ ପଡିବ ନାହିଁ | " 

ଅନ୍ୟପଟେ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ଏହି ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, " ଦେଶରେ ଅରାଜକତା ସୃଷ୍ଟି କରିବାକୁ କଂଗ୍ରେସ ଓ ବାମପନ୍ଥୀ ଦଳ ଉଦ୍ୟମ କରୁଛନ୍ତି | କୋରୋନା ମୁକାବିଲା ଓ ଲୋକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି | କଂଗ୍ରେସ ଓ ଅନ୍ୟ ବିରୋଧି ରାଜନୈତିକ ଦଳ ଏଭଳି ବିରୋଧରୁ କ୍ଷାନ୍ତ ରୁହନ୍ତୁ। ନଚେତ ଲୋକଙ୍କ ଦ୍ୱାରା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାତ ହେବେ |"