ପଞ୍ଚାୟତ-ପୌର ନିର୍ବାଚନ ଏକ ସମୟରେ କରିବା ପାଇଁ ଦାବି ଜଣାଇଲା ବିଜେପି
Advertisement

ପଞ୍ଚାୟତ-ପୌର ନିର୍ବାଚନ ଏକ ସମୟରେ କରିବା ପାଇଁ ଦାବି ଜଣାଇଲା ବିଜେପି

ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ଏକ ସମୟରେ କରିବା ପାଇଁ ଦାବି ରଖିଛି ଦଳ। 

ପଞ୍ଚାୟତ-ପୌର ନିର୍ବାଚନ ଏକ ସମୟରେ କରିବା ପାଇଁ ଦାବି ଜଣାଇଲା ବିଜେପି

ଭୁବନେଶ୍ୱର: ପୌର ନିର୍ବାଚନ ବିଳମ୍ବ ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ। ମଙ୍ଗଳବାର ଅପରାହ୍ନରେ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରାଯାଇଛି। ଗତ ୨୦୧୮ ବର୍ଷରୁ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉନଥିବା ବେଳେ ମୁଖ୍ୟ ଶାସନ ସଚିବ ଏବଂ ନିର୍ବାଚନ କମିଶନରଙ୍କୁ ଡାକି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଛି ଦଳ। 

ଯେହେତୁ ରାଜ୍ୟପାଳଙ୍କ ନିକଟରେ ସାମ୍ବିଧାନିକ କ୍ଷମତା ରହିଛି ତେଣୁ  ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବା ସହ ନିର୍ବାଚନ କମିଶନରଙ୍କ ମାଧ୍ୟମରେ ନିର୍ବାଚନ କରିବାକୁ ଦଳ ପକ୍ଷରୁ କୁହାଯାଇଛି। ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ଏକ ସମୟରେ କରିବା ପାଇଁ ଦାବି ରଖିଛି ବିଜେପି। ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏନେଇ ଦାବି ଜଣାଇ ଥିଲା ଦଳ।