UP Election 2022: ନିର୍ବାଚନ ଲଢିବେ ନାହିଁ ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବ!
Advertisement

UP Election 2022: ନିର୍ବାଚନ ଲଢିବେ ନାହିଁ ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବ!

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବ! 

UP Election 2022: ନିର୍ବାଚନ ଲଢିବେ ନାହିଁ ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବ!

ଲକ୍ଷ୍ନୌ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପି ହାତ ଧରିବା ପର ଠାରୁ ଚର୍ଚ୍ଚାର ପରିସରରେ ରହିଛନ୍ତି। ସଦ୍ୟ ତାଙ୍କ ବାବଦରେ ଆସିଥିବା ଏକ ଖବର ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ପ୍ରତିଦ୍ୱନ୍ଦିତା କରିବେ ନାହିଁ ବିଜେପି (BJP) ନେତ୍ରୀ ଅପର୍ଣ୍ଣା ଯାଦବ (Aparna Yadav) ! ଦଳ ତାଙ୍କୁ ଏହି ନିର୍ବାଚନ ଲଢାଇବା ପାଇଁ ନିଷ୍ପତ୍ତି ନେଇଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଅନେକ ଚର୍ଚ୍ଚା। ଏନେଇ କୁହାଯାଇଛି ତାଙ୍କୁ ନେଇ ବିଜେପିର ଆଗାମୀ ଯୋଜନା କ'ଣ ରହିଛି। 

ହେଲେ ଏହି ପ୍ରଶ୍ନର ଉତ୍ତର ମିଳିଯାଇଛି। ଏନେଇ ମିଳିଥିବା ଖବର ଅନୁସାରେ ବିଜେପି (BJP) ଅପର୍ଣ୍ଣା ଯାଦବଙ୍କୁ (Aparna Yadav) ବିଧାୟକ (Member of Legislative Assembly) ନୁହେଁ ବରଂ ବିଧାନ ପରିଷଦ ସଦସ୍ୟ (Member of Legislative Council) କରିବାକୁ ନିଷ୍ପତ୍ତି ନେଇଛି। ଯଦି ରାଜ୍ୟରେ ଦଳୀୟ ସରକାର ଗଠିତ ହୁଏ। 

Also Read: କାହିଁକି ସମାଜବାଦୀ ପାର୍ଟି ଛାଡି଼ ବିଜେପି ହାତ ଧରିଲେ ଅପର୍ଣ୍ଣା ଯାଦବ?

ଗତ ୨୦୧୭ ବିଧାନସଭା ନିର୍ବାଚନରେ (UP Assembly Election 2017) ରାଜ୍ୟର ଲକ୍ଷ୍ନୌ କ୍ୟାଣ୍ଟ ବିଧାନସଭା ଆସନରୁ ସମାଜବାଦୀ ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ (Samajwadi Party MLA Candidate) ଭାବେ ନିର୍ବାଚନ ଲଢିଥଲେ ଅପର୍ଣ୍ଣା ଯାଦବ। ମାତ୍ର ଏହି ନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ (BJP MLA Candidate) ରୀତା ବହୁଗୁଣା ଯୋଶୀ (Rita Bahuguna Joshi) ପରାସ୍ତ କରିଥିଲେ। ତାଙ୍କ ଲାଗି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ (Samajwadi Party Supremo) ପ୍ରଚାର କରିବା ସତ୍ତ୍ୱେ ସେ ନିର୍ବାଚନ ହାରିଯାଇଥିଲେ।  

ସମାଜବାଦୀ ପାର୍ଟି ସଂସ୍ଥାପକ (Samajwadi Party Founder) ମୁଲାୟମ ସିଂହ ଯାଦବଙ୍କ (Mulayam Singh Yadav) ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ (Prateek Yadav) ପତ୍ନୀ ହେଉଛନ୍ତି ଅପର୍ଣ୍ଣା ଯାଦବ। ୧୯୯୦ ମସିହା ଜାନୁଆରୀ ୧ ତାରିଖରେ ଜନ୍ମିତ ଅପର୍ଣ୍ଣାଙ୍କ ପିତା ଅରବିନ୍ଦ ସିଂ ବିଷ୍ଟ ହେଉଛନ୍ତି ଜଣେ ସାମ୍ବାଦିକ। ତାଙ୍କୁ ରାଜ୍ୟରେ ସମାଜବୂଦୀ ସରକାର କ୍ଷମତାସୀନ ରହିଥିବା ସମୟରେ ସୂଚନା କମିଶନର୍ କରାଯାଇଥିଲା। ଅନ୍ୟ ତାଙ୍କ ମାଆ ଅମ୍ବିକା ବିଷ୍ଟ ହେଉଛନ୍ତି ଲକ୍ଷ୍ନୌ ମହାନଗର ନିଗମର ଜଣେ ଅଧିକାରୀ। 

Also Read: UP Polls 2022: ଲକ୍ଷ୍ନୌ କ୍ୟାଣ୍ଟ ଆସନ ପାଇଁ ବିଜେପିର କେତେ ପ୍ରତ୍ୟାଶୀ?

ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିବା ସମୟରୁ ପରସ୍ପରକୁ ଜାଣିଥିଲେ ଅପର୍ନା ଯାଦବ ଏବଂ ପ୍ରତୀକ ଯାଦବ। ଲକ୍ଷ୍ନୌସ୍ଥିତ ଲୋରେଟୋ କନଭେଣ୍ଟ ଇଣ୍ଟରମିଡିଏଟ୍ କଲେଜରୁ ପ୍ରାଥମିକ ଅଧ୍ୟୟନ ଆରମ୍ଭ କରିଥିବା ଅପର୍ଣ୍ଣା ବ୍ରିଟେନ ମାଞ୍ଚେଷ୍ଟର୍ ୟୁନିଭରସିଟିରୁ ଆନ୍ତର୍ଜାତୀୟ ସମ୍ପର୍କ ଏବଂ ରାଜନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଅପର୍ନା ଏବଂ ପ୍ରତୀକଙ୍କ ନିର୍ବନ୍ଧ ୨୦୧୦ ମସିହାରେ ଅନୁଷ୍ଠିତ ହୋଇଥିଲା। ଉଭୟେ ୨୦୧୧ ଡିସେମ୍ବରରେ ମୁଲାୟମ ସିଂହ ଯାଦବଙ୍କ ପୈତୃକ ଗ୍ରାମ ସୈଫେଇ ଠାରେ ବିବାହ କରିଥିଲେ। ତାଙ୍କର ଏକ ଝିଅ ଅଛି ଯାହାର ନାଁ ହେଉଛି ପ୍ରଥମା।