'ମୋଦିଙ୍କୁ ଚିଠି ଲେଖି ଲେଖି ୨୦୧୬ରୁ ଚେତାବନୀ ଦେଇଆସୁଛି, ଶେଷରେ ତାହା ହିଁ ଘଟିଲା'
Advertisement

'ମୋଦିଙ୍କୁ ଚିଠି ଲେଖି ଲେଖି ୨୦୧୬ରୁ ଚେତାବନୀ ଦେଇଆସୁଛି, ଶେଷରେ ତାହା ହିଁ ଘଟିଲା'

ଏହି ପ୍ରସ୍ତୁତି ମଧ୍ୟରେ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ, ଶେଷରେ ତାହା ଘଟିଲା, ଯାହାକୁ ନେଇ ସେ ୨୦୧୬ରୁ ମୋଦିଙ୍କୁ ଚିଠି ମାଧ୍ୟମରେ ଚେତାବନୀ ଦେଇଥିଲେ । ଏହା ପୂର୍ବରୁ ମଧ୍ୟ ସୁବ୍ରମଣ୍ୟମ ସ୍ୱାମୀ ମୋଦି ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଉଥିଲେ । ଚଳିତ ବର୍ଷ ଏପ୍ରିଲରେ ସ୍ୱାମୀ ଏକ ଚ୍ୟାନେଲ ସାକ୍ଷାତକାରରେ କହିଥିଲେ ଯେ ଏହି ସମୟରେ ଆମ ନେତୃତ୍ୱରେ ମୋଦିଙ୍କ ବ୍ୟତୀତ ଆଉ କେହି ନାହାଁନ୍ତି । ଭୋଟିଂରୁ କିଛି ସ୍ଥିର ହୋଇ ନଥାଏ, ମୋଦି ଯାହା କୁହନ୍ତି, ତାହାକୁ ସମସ୍ତେ ମାନି ନିଅନ୍ତି ।

'ମୋଦିଙ୍କୁ ଚିଠି ଲେଖି ଲେଖି ୨୦୧୬ରୁ ଚେତାବନୀ ଦେଇଆସୁଛି, ଶେଷରେ ତାହା ହିଁ ଘଟିଲା'

ନୂଆଦିଲ୍ଲୀ: କେନ୍ଦ୍ର ସରକାର (Central Government) ଙ୍କୁ ଟାର୍ଗେଟ କରୁଥିବା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ (BJP leader Subramanian Swamy) ପୁଣିଥରେ ଟ୍ୱିଟ୍ କରି ମୋଦି ସରକାର (Modi Government) ଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ସ୍ୱାମୀ ଏକ ଖବରକୁ ସେୟାର କରି ଲେଖିଛନ୍ତି ଯେ, ତାହା ଘଟିଛି ଯାହା ବିଷୟରେ ମୁଁ ୨୦୧୬ରୁ ଚିଠି ଲେଖି ଚେତାବନୀ ଦେଇଥିଲି । ବାସ୍ତବରେ କୋରୋନା ଭୂତାଣୁ ଯୋଗୁଁ ବିଶ୍ୱର ଅନେକ ଦେଶର ଅର୍ଥ ବ୍ୟବସ୍ଥାରେ ମନ୍ଥରତା ଦେଖାଦେଇଛି । ଏଭଳି ପରିସ୍ଥିତିରେ ଅନେକ ଦେଶର ସୋଭରେନ କ୍ରେଡିଟ୍ ରେଟିଂ (Sovereign Credit Rating) ରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଭାରତର ସୋଭରେନ କ୍ରେଡିଟ୍ ରେଟିଂ (Indian Sovereign Rating) ଜଙ୍କ୍ ଗ୍ରେଡକୁ ଯିବାର ବିପଦରେ ରହିଛି । ଯେଉଁଥିପାଇଁ ସରକାର ସାରା ଦୁନିଆରେ ଭାରତକୁ ନେଇ ପଜିଟିଭ ପ୍ରଭାବ ବଜାୟ ରଖିବା ପାଇଁ ନାରାରେଟିଭ୍ ମ୍ୟାନେଜମେଣ୍ଟର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ।

ଏଭଳି ପରିସ୍ଥିତିରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ (Subramanian Swamy) ଏକ ଟ୍ୱିଟରେ ଲେଖିଛନ୍ତି ଯେ, "ମୁଁ ୨୦୧୬ରୁ ଏହାକୁ ନେଇ ମୋଦି (PM Modi) ଙ୍କୁ ଚିଠି ଲେଖି ଲେଖି ଓ ଦି ହିନ୍ଦୁ, ସଣ୍ଡେ ଗାର୍ଜିଆନ ଏବଂ ପାୟନିୟର ମାଧ୍ୟମରେ ମଧ୍ୟ ଚେତାବନୀ ଦେଇଆସୁଛି ।" ଏହା ପରେ ସେ କଟାକ୍ଷ କରି ଲେଖିଛନ୍ତି ଯେ, "୫ ଟ୍ରିଲିୟନ ଡଲାର ଅର୍ଥନୀତି? .. ହା!”

ଆପଣଙ୍କୁ କହି ରଖୁଛୁ ଯେ, ବୈଶ୍ୱିକ ଥିଙ୍କ ଟ୍ୟାଙ୍କ, ଇଣ୍ଡେକ୍ସ ଏବଂ ମିଡିଆର ନକାରାତ୍ମକ ପ୍ରତିକ୍ରିୟା ଯୋଗୁଁ ଭାରତକୁ ନିଜର ସୋଭରେନ୍ ରେଟିଂରେ ହ୍ରାସ ପାଇବାର ଭୟ ରହିଛି । ଭାରତର ସୋଭରେନ୍ ରେଟିଂକୁ ଜଙ୍କ୍ ଗ୍ରେଡକୁ ହ୍ରାସ କରାଯାଇପାରେ ବୋଲି ଆଶଙ୍କା ରହିଛି । ଏହି ସମୟରେ ଭାରତୀୟ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବିଭାଗ ନକାରାତ୍ମକ ପ୍ରତିକ୍ରିୟାକୁ ମୁକାବିଲା କରିବା ପାଇଁ ନାରାରେଟିଭ୍ ମ୍ୟାନେଜମେଣ୍ଟର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି ।

ଏହା ବି ପଢ଼ନ୍ତୁ:-ପାକିସ୍ତାନକୁ ଚୀନର ୨୦ରୁ ଊର୍ଦ୍ଧ୍ୱ କମ୍ପାନୀର ଖୋଲା ଧମକ, ତିନି ହଜାର କୋଟି ନଦେଲେ...

ଏହା ବି ପଢ଼ନ୍ତୁ:-'ଜାପାନର ଅସ୍ତିତ୍ୱ ଶେଷ ହୋଇଯିବ', ଜାଣନ୍ତୁ କାହିଁକି ଏମିତି ଟ୍ୱିଟ୍ କଲେ ଏଲୋନ୍ ମସ୍କ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବର୍ତ୍ତମାନ ଚୀନ ସହ ମହାଯୁଦ୍ଧ କରିବାକୁ ପ୍ରସ୍ତୁତ ଜାପାନ!