Advertisement
Article Detail0/zeeodisha/odisha2676334
Zee OdishaOdisha Politicsବିଜେଡି ସୁପ୍ରିମୋ ନବୀନଙ୍କୁ ବାବୁସିଂଙ୍କ ଟାର୍ଗେଟ୍

ବିଜେଡି ସୁପ୍ରିମୋ ନବୀନଙ୍କୁ ବାବୁସିଂଙ୍କ ଟାର୍ଗେଟ୍

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । ବିଜୁ ବାବୁଙ୍କ ନାଁ ନେଇ ବିଜେଡି ଦୀର୍ଘ ୨୪ ବର୍ଷ ଶାସନ କଲା କିନ୍ତୁ ବିଜୁଙ୍କ ପ୍ରତି ନବୀନଙ୍କ କେତେ ଭଲପାଇବା ଏବଂ ସମ୍ମାନ ଅଛି ବୋଲି ପ୍ରଶ୍ନ କରିଛନ୍ତି ବାବୁ ସିଂ ।

ବିଜେଡି ସୁପ୍ରିମୋ ନବୀନଙ୍କୁ ବାବୁସିଂଙ୍କ ଟାର୍ଗେଟ୍

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । ବିଜୁ ବାବୁଙ୍କ ନାଁ ନେଇ ବିଜେଡି ଦୀର୍ଘ ୨୪ ବର୍ଷ ଶାସନ କଲା କିନ୍ତୁ ବିଜୁଙ୍କ ପ୍ରତି ନବୀନଙ୍କ କେତେ ଭଲପାଇବା ଏବଂ ସମ୍ମାନ ଅଛି ବୋଲି ପ୍ରଶ୍ନ କରିଛନ୍ତି ବାବୁ ସିଂ ।

ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବାବୁ ସିଂ କହିଛନ୍ତି ଯେ, 'ବିଜୁ ବାବୁଙ୍କ ଦଶାହ କାର୍ଯ୍ୟକ୍ରମରେ ନବୀନ ବାବୁ ନିଜେ ଲଣ୍ତା ହେବାକୁ ରାଜି ନଥିଲେ । କିନ୍ତୁ ପରବର୍ତ୍ତି ସମୟରେ ତାଙ୍କ ଉପରେ ଚାପ ପଡ଼ିବା କାରଣରୁ ସେ ଲଣ୍ତା ହୋଇଥିଲେ।' ଏହା କଣ ବିଜୁ ବାବୁଙ୍କ ପ୍ରତି ନବୀନଙ୍କ ସମ୍ମାନ କି ବୋଲି ପ୍ରଶ୍ନ କରିଛନ୍ତି ବାବୁ ସିଂ । କେବଳ ସେତିକି ନୁହେଁ, ବିଜୁଙ୍କ ଅନ୍ତିମ ସଂସ୍କାର କଥା ଉଠାଇ ବାବୁ ସିଂ କହିଛନ୍ତି ଯେ, 'ବିଜୁଙ୍କ ଅସ୍ଥି ବିସର୍ଜନ କରିବା ତ ଦୂରର କଥା ତାହା ସଂଗ୍ରହ ମଧ୍ୟ କରିନଥିଲେ ନବୀନ' । 'ସେତେବେଳେ ବିଜୟ ମହାପାତ୍ର ବିଜୁ ବାବୁଙ୍କ ଅସ୍ଥି ସଂଗ୍ରହ କରିଥିଲେ ଏବଂ ନିଜ ସରକାରୀ ବାସ ଭବନରେ ୩ ବର୍ଷ ଅସ୍ଥି ରଖିବା ପରେ ସେ ବିସର୍ଜନ କରିଥିଲେ ।’

ଏହାସହ ବାବୁ ସିଂ ଏକଥା ମଧ୍ୟ କହିଛନ୍ତି ଯେ, 'ବିଜୁ ବାବୁ ଯେତେବେଳେ ଦିଲ୍ଲୀର ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ରହି ଚିକିତ୍ସିତ ହେଉଥିଲେ ସେତେବେଳେ ନବୀନ ବାବୁ ତାଙ୍କୁ ଦେଖା କରିବାକୁ ଆସିନଥିଲେ ବୋଲି କହିଛନ୍ତି । ସେତେବେଳେ ବିଜୁବାବୁଙ୍କ ଚିକିତ୍ସା ପାଇଁ ହସ୍ପିଟାଲର ବିଲ୍ ୨୨ ଲକ୍ଷ ଟଙ୍କା ହୋଇଥିଲା ଆଉ ତାହାକୁ ପୈଠ କରିନଥିଲେ ନବୀନ ବାବୁ'। ସେତେବେଳେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ୨୨ ଲକ୍ଷ ଟଙ୍କା ପଇଠ କରିବା ପରେ ବିଜୁ ବାବୁଙ୍କ ମରଶରୀର ହସ୍ପିଟାଲରୁ ଅଣାଯାଇଥିଲା ।

Add Zee News as a Preferred Source

ଅନ୍ୟପଟେ ବାବୁ ସିଂଙ୍କ ବକ୍ତବ୍ୟ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୌଣସି ପ୍ରତିକ୍ରିୟା ମିଳିନାହିଁ । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ, ଏହା ବାବୁ ସିଂଙ୍କର ମନଗଢ଼ା କାହାଣୀ ଏଥିରେ ସତ୍ୟତା ନାହିଁ ।

Also Read- Shukra Gochar 2025: ବର୍ଷିବ ଶୁକ୍ରଙ୍କ କୃପା, ଏପ୍ରିଲ ମାସ ୩ ରାଶି ପାଇଁ ଶୁଭ

Also Read- Gold Rate: ଖସିଲା ରୂପା ଦର, ଶସ୍ତା ହେଲା କି ସୁନା? ଜାଣନ୍ତୁ ୧୦ ଗ୍ରାମ ପ୍ରତି ଦର

About the Author