ନୂଆଦିଲ୍ଲୀ: ବିଜେପିର ରାଜ୍ୟସଭା ସାଂସଦ (BJP Rajya Sabha MP) ସୁବ୍ରମଣ୍ୟମ ସ୍ୱାମୀ (Subramanian Swamy) ନିଜ ଦଳର ଆଇଟି ସେଲକୁ ଟାର୍ଗେଟ କରି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ହୁଅନ୍ତି ତେବେ ସେ ସେଥି ପାଇଁ ଦାୟୀ ରହିବେ ନାହିଁ । ବିଜେପି ସାଂସଦ (BJP MP) ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହନ୍ତି ଓ ଅଧିକାଂଶ ପ୍ରସଙ୍ଗରେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମତ ରଖନ୍ତି । ସ୍ୱାମୀ ବିରୋଧୀ ଦଳ ତଥା ନିଜ ଦଳର ସରକାରକୁ ସମାଲୋଚନା କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ ଏଥର ସେ ବିଜେପିର ଆଇଟି ସେଲ (BJP IT Cell) ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍ୱାମୀ ବିଜେପିର ଆଇଟି ସେଲ ସହ ଜଡିତ କିଛି ଲୋକଙ୍କ ବିରୋଧରେ ତାଙ୍କ ଉପରେ 'ବ୍ୟକ୍ତିଗତ ଆକ୍ରମଣ' କରିଥିବା ଅଭିଯୋଗ ଆଣିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଦେଲେ କମଳ ନାଥ


ସ୍ୱାମୀ ତାଙ୍କର ଏକ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, "ବିଜେପିର ଆଇଟି ସେଲ୍‌ ଦୁଷ୍ଟ ହୋଇଯାଇଛି । ଏହାର କିଛି ସଦସ୍ୟ ଫେକ୍ ଆଇଡିରୁ ଟ୍ୱିଟ୍ କରି ମୋ ଉପରେ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି । ଯଦି ମୋର ଅସନ୍ତୁଷ୍ଟ ସମର୍ଥକମାନେ ରାଗିଯାଇ ବ୍ୟକ୍ତିଗତ ଆକ୍ରମଣ ଆରମ୍ଭ କରିବେ, ତେବେ ମୁଁ ଏଥିପାଇଁ ଦାୟୀ ରହିବି ନାହିଁ ।"


ସୁବ୍ରମଣ୍ୟମ ସ୍ୱାାମୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରାୟ ନିଜ ଦଳର ସରକାରକୁ ସମାଲୋଚନା କରିଆସୁଛନ୍ତି । କୋରୋନା ଭାଇରସ ସଙ୍କଟ ମଧ୍ୟରେ NEET/JEE ପରୀକ୍ଷା ଆୟୋଜନ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସେ ନିନ୍ଦା କରିଥିଲେ । ଏହି ପ୍ରସଙ୍ଗକୁ ଜୋରଦାର ଉଠାଇ ସରକାରଙ୍କୁ NEET ଏବଂ JEE ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲେ । ତେବେ ସରକାର ଠିକ୍ ସମୟରେ ପରୀକ୍ଷା କରାଇବାରୁ ଯାଉଛନ୍ତି ।


ଅଧିକ ପଢ଼ନ୍ତୁ:-ଭାରତର ସେହି 'ସିକ୍ରେଟ ଅସ୍ତ୍ର', ଯାହାର ନାଁ ଶୁଣିବା ମାତ୍ରେ ଚୀନ ଛାନିଆ


ସୁବ୍ରମଣ୍ୟମ ସ୍ୱାମୀ ନିଜର ଟ୍ୱିଟରେ ଲେଖିଛନ୍ତି ଯେ, ଯେତେବେଳେ ଜାନୁଆରୀ ୨୦୨୧ରେ କଲେଜ ଏବଂ ପ୍ରତିଷ୍ଠାନ ଖୋଲିବ ବୋଲି ସ୍ଥିର ହୋଇଯାଇଛି, ସେତେବେଳେ ଦିପାବଳୀରେ ପରେ NEET ପରୀକ୍ଷା କରିବାର କୌଣସି କାରଣ ଦେଖାଯାଉ ନାହିଁ । ସେତେବେଳେ ପାଗ ମଧ୍ୟ ଭଲ ରହିବ ଏବଂ କୋରୋନା ଭୟ ମଧ୍ୟ ହ୍ରାସ ପାଇବ ।