୨୦୨୪ ପର୍ଯ୍ୟନ୍ତ ଏହି ବ୍ୟକ୍ତି ରହିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ତା'ପରେ ଏହି ଓଡ଼ିଆ ନେତା ସମ୍ଭାଳିବେ ଗେରୁଆ ଦଳର କମାଣ!
Advertisement

୨୦୨୪ ପର୍ଯ୍ୟନ୍ତ ଏହି ବ୍ୟକ୍ତି ରହିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ତା'ପରେ ଏହି ଓଡ଼ିଆ ନେତା ସମ୍ଭାଳିବେ ଗେରୁଆ ଦଳର କମାଣ!

Dharmendra Pradhanନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ପାଞ୍ଚ ମାସରୁ କମ୍ ସମୟ ବାକି ରହିଯାଇଛି । ଏଭଳି ପରିସ୍ଥିତିରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ବର୍ତ୍ତମାନ ଶାସକ ଦଳର କମାଣ କିଏ ସମ୍ଭାଳିବେ? ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ ନା ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହେବେ? ଯଦି କେହି ନୂଆ ଅଧ୍ୟକ୍ଷ ହୁଅନ୍ତି ତେବେ ଜେପି ନଡ୍ଡା କ’ଣ କରିବେ? 

୨୦୨୪ ପର୍ଯ୍ୟନ୍ତ ଏହି ବ୍ୟକ୍ତି ରହିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ତା'ପରେ ଏହି ଓଡ଼ିଆ ନେତା ସମ୍ଭାଳିବେ ଗେରୁଆ ଦଳର କମାଣ!

ନୂଆଦିଲ୍ଲୀ: BJP National President: ଭାରତୀୟ ଜନତା ପାର୍ଟି (BJP) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (Jagat Prakash Nadda) ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ପର୍ଯ୍ୟନ୍ତ ଦଳର କମାଣ ସମ୍ଭାଳି ପାରନ୍ତି । ତେବେ ଆନୁଷ୍ଠାନିକ ଭାବେ ଏହା ବିଷୟରେ କିଛି କୁହାଯାଇ ନାହିଁ । ଜେପି ନଡ୍ଡା (JP Nadda) ଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଜାନୁଆରୀ ୨୦୨୩ରେ ଶେଷ ହେବ । ନୂତନ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଏହି ସଂଗଠନକୁ ବିଭିନ୍ନ ରାଜ୍ୟରେ ମଧ୍ୟ ବିସ୍ତାର ହେବାର ଅଛି । ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ପାଞ୍ଚ ମାସରୁ କମ୍ ସମୟ ବାକି ରହିଯାଇଛି । ଏଭଳି ପରିସ୍ଥିତିରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ବର୍ତ୍ତମାନ ଶାସକ ଦଳର କମାଣ କିଏ ସମ୍ଭାଳିବେ? ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ ନା ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହେବେ? ଯଦି କେହି ନୂଆ ଅଧ୍ୟକ୍ଷ ହୁଅନ୍ତି ତେବେ ଜେପି ନଡ୍ଡା କ’ଣ କରିବେ? ଏବେ ଖବର ମିଳୁଛି କି ଦଳ ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ପାଇଁ ବଢ଼ାଇପାରେ । ଅନୁମାନ କରାଯାଉଛି ଯେ, ତାଙ୍କ ପରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଏହି ପଦ ଗ୍ରହଣ କରିପାରନ୍ତି ।

ନ୍ୟୁଜ୍ 18 ରିପୋର୍ଟରେ ସୂତ୍ରରୁ ପ୍ରକାଶ ଯେ, ନଡ୍ଡା ୨୦୨୪ ପର୍ଯ୍ୟନ୍ତ ପାର୍ଟି ମୁଖ୍ୟ ଭାବରେ କାର୍ଯ୍ୟ କରିପାରନ୍ତି । ସୂତ୍ର କହିଛି ଯେ, ଏହି ସମ୍ଭାବନା ଏଥିପାଇଁ କାରଣ ନଡ୍ଡା (JP Nadda) ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ମଧ୍ୟରେ ସମ୍ପର୍କ ଭଲ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ସହ ତାଙ୍କର କାର୍ଯ୍ୟର ହିସାବ ମଧ୍ୟ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ ତାଙ୍କୁ ପୁଣି ଥରେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଅଧ୍ୟକ୍ଷ କରାଯିବ କି ନାହିଁ ।

ସୂତ୍ର କହିଛି ଯେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗରେ ନଡ୍ଡାଙ୍କ ଭଲ ଭାବମୂର୍ତ୍ତି ଓ ସମ୍ପର୍କ ରହିଛି । ୨୦୨୪ ଲୋକସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଆମେ ଅନୁଭବ କରୁଛୁ ଯେ ଅତି କମରେ ୨୦୨୪ ପର୍ଯ୍ୟନ୍ତ ତିନିଜଣଙ୍କ ମଧ୍ୟରେ ବୁଝାମଣା ବଜାୟ ରଖିବା ଆବଶ୍ୟକ । ତାଙ୍କୁ ଏକ ନୂଆ କାର୍ଯ୍ୟକାଳ ମଧ୍ୟ ମିଳିପାରେ, କିନ୍ତୁ ଆମେ ନିଶ୍ଚିତ ଯେ ତାଙ୍କ କାର୍ଯ୍ୟକାଳ ବିସ୍ତାର ହେବ ।"

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପାର୍ଟିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଉପରେ ଆଲୋଚନା ହେଉଛି । ବର୍ତ୍ତମାନ ଭୁପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ନିର୍ବାଚନ କମିଟିରେ ସାମିଲ କରାଯିବା ପରେ ଦଳର ଅନେକ ଲୋକ ପ୍ରଧାନଙ୍କୁ ନୂଆ ବିଜେପି ମୁଖ୍ୟ ଭାବରେ ଦେଖୁଛନ୍ତି । ନଡ୍ଡା ପୂର୍ବରୁ ଅମିତ ଶାହ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଗେରୁଆ ଦଳର ମୁଖ୍ୟ ଥିଲେ । ସେପଟେ ନଡ୍ଡା ୨୦୨୦ରେ ପୂର୍ଣ୍ଣକାଳୀନ ପଦ ଗ୍ରହଣ କରିବା ପୂର୍ବରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ ।

ଏହା ବି ପଢ଼ନ୍ତୁ:-ଭାରତ-ଋଷର ବନ୍ଧୁତାକୁ ଦୁର୍ବଳ କରିବାକୁ ଚାହୁଁଛି ଆମେରିକା, ବାଇଡେନ ସରକାର କରୁଛନ୍ତି ଏହି ପ୍ଲାନ୍

ଏହା ବି ପଢ଼ନ୍ତୁ:-ଆମେରିକାର ଏହି ପଦକ୍ଷେରୁ ପୁଣି ବଢ଼ିଲା ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!

ଏହା ବି ପଢ଼ନ୍ତୁ:-ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ...

 

ଏଠାରେ କହି ରଖୁଛୁ ଯେ, ୨୦୧୨ରେ ସଂଶୋଧନ ପରେ ବିଜେପିର ସମସ୍ତ ଯୋଗ୍ୟ ସଦସ୍ୟ ଲଗାତାର ଦୁଇ ଥର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିପାରିବେ । ଏହାପୂର୍ବରୁ ଦଳର ମୁଖିଆମାନଙ୍କ ଗୋଟିଏ ଅବଧି ପାଇଁ କରାଯାଉଥିଲା । କୁହାଯାଏ ଯେ ତତ୍କାଳୀନ ଦଳର ଅଧ୍ୟକ୍ଷ ନୀତିନ ଗଡକରୀ (Nitin Gadkari) େଙ୍କୁ ପୁଣିଥରେ କମାଣ ହସ୍ତାନ୍ତର କରିବାକୁ ଏହି ସଂଶୋଧନ କରାଯାଇଥିଲା ।