'ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଲାଗିବ ରାଷ୍ଟ୍ରପତି ଶାସନ'
Advertisement

'ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଲାଗିବ ରାଷ୍ଟ୍ରପତି ଶାସନ'

ଟିଏମସି ସାଂସଦ (TMC MP) ଙ୍କ କହିବାନୁସାରେ, ବିଜେପି (BJP) ଉତ୍ତର ବଙ୍ଗକୁ ରାଜ୍ୟର ଅନ୍ୟ ଅଂଶରୁ ଅଲଗା କରିବା ପାଇଁ ଯୋଜନା କରିଛି । ଅନେକ ସମୟରେ ରାଜ୍ୟର ଆଇନ୍ ଉପରେ ଚିନ୍ତା ପ୍ରକଟ କରିବା, ସିବିଆଇ ଏବଂ ଅନ୍ୟାନ୍ୟ ଏଜେନ୍ସି ବ୍ୟବହାର କରିବା ଏବଂ ରାଜ୍ୟପାଳଙ୍କୁ କେନ୍ଦ୍ର ଓ ବିଜେପିର ଏଜେଣ୍ଟ ଭାବେ ବ୍ୟବହାର କରିବା ପାଇଁ ଯୋଜନା ସହିତ କାମ କରୁଛି ।

'ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଲାଗିବ ରାଷ୍ଟ୍ରପତି ଶାସନ'

କୋଲକାତା: ତୃଣମୂଳ କଂଗ୍ରେସ (Trinamool Congress) ର ଜଣେ ବରିଷ୍ଠ ନେତା ଅଭିଯୋଗ କରିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ (Lok Sabha Elections 2024) ପୂର୍ବରୁ ପଶ୍ଚିମବଙ୍ଗ (West Bengal) ରେ ରାଷ୍ଟ୍ରପତି ଶାସନ (President Rule) ଲାଗୁ କରିବାକୁ କେନ୍ଦ୍ରର ଶାସକ ଭାରତୀୟ ଜନତା ପାର୍ଟି (BJP) ଯୋଜନା କରୁଛି । ଇକୋନୋମିକ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରାଜ୍ୟସଭା ସାଂସଦ ତଥା ଟିଏମସିର ଜାତୀୟ ମୁଖପାତ୍ର ସୁଖେନ୍ଦୁ ଶେଖର ରୟ (TMC MP Sukhendu Shekhar Roy) ଦାବି କରିଛନ୍ତି ଯେ, ଏହି ଲକ୍ଷ୍ୟ ହାସଲ ପାଇଁ ବିଜେପି ଏକ ଜୋରଦାର ରଣନୀତି ପ୍ରସ୍ତୁତ କରିଛି ।

ଟିଏମସି ସାଂସଦ (TMC MP) ଙ୍କ କହିବାନୁସାରେ, ବିଜେପି (BJP) ଉତ୍ତର ବଙ୍ଗକୁ ରାଜ୍ୟର ଅନ୍ୟ ଅଂଶରୁ ଅଲଗା କରିବା ପାଇଁ ଯୋଜନା କରିଛି । ଅନେକ ସମୟରେ ରାଜ୍ୟର ଆଇନ୍ ଉପରେ ଚିନ୍ତା ପ୍ରକଟ କରିବା, ସିବିଆଇ ଏବଂ ଅନ୍ୟାନ୍ୟ ଏଜେନ୍ସି ବ୍ୟବହାର କରିବା ଏବଂ ରାଜ୍ୟପାଳଙ୍କୁ କେନ୍ଦ୍ର ଓ ବିଜେପିର ଏଜେଣ୍ଟ ଭାବେ ବ୍ୟବହାର କରିବା ପାଇଁ ଯୋଜନା ସହିତ କାମ କରୁଛି ।

ସେ ଆଗକୁ କହିଛନ୍ତି ଯେ, "କେନ୍ଦ୍ର ଗୃହମନ୍ତ୍ରୀ (Home Minister Amit Shah) ନିଜର ଏହି ଗସ୍ତ ସମୟରେ ରାଲି ପାଇଁ ଉତ୍ତର ବଙ୍ଗକୁ ବାଛିଛନ୍ତି । କେନ୍ଦ୍ର ସରକାର ଦେଶକୁ ଭାଗ କରିବା ପାଇଁ ଚେଷ୍ଟା କରୁଛନ୍ତି ଓ ରାଜ୍ୟର ବାକି ଅଂଶରୁ ଉତ୍ତର ବଙ୍ଗକୁ କାଟିବାକୁ ପ୍ରୟାସ କରୁଛନ୍ତି । କାରଣ ଜାଣିଛନ୍ତି ଯେ ଏହା ନ କରି ସେମାନେ ଜିତି ପାରିବେ ନାହିଁ । ଯଦି ତାହା ନୁହେଁ, ତେବେ ଦଳର ବିଧାୟକମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ପୃଥକ ପୃଥକ ଉତ୍ତର ବଙ୍ଗଳା ପ୍ରସଙ୍ଗକୁ କିପରି ଉଠାଇ ପାରିପାରିଲେ?

ଟିଏମସି ସାଂସଦଙ୍କ ଅନୁଯାୟୀ, ଦ୍ୱିତୀୟ ଯୋଜନା ହେଉଛି ପଶ୍ଚିମ ବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ନିରନ୍ତର ପ୍ରଶ୍ନ କରିବା ଓ ଉଦ୍ବେଗ ପ୍ରକାଶ କରିବା । ସେ କହିଛନ୍ତି ଯେ, "ନିକଟ ଅତୀତରେ ବିଜେପି ଯୁବ ସଂଗଠନର ନେତା ଅର୍ଜୁନ ଚୌରାସିଆଙ୍କ ମୃତ୍ୟୁ ପରେ ଗୃହମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସିବିଆଇ ତଦନ୍ତ ଦାବି କରିଛନ୍ତି । ନିର୍ବାଚନ ପରେ ହିଂସା ପ୍ରସଙ୍ଗ ବାରମ୍ବାର ଉଠିଛି । ବିଜେପି ବୋଗଟୁଇ ଗାଁରେ ରାମପୁରହାଟ ହିଂସା, ହଂସଖଲି ଗଣଦୁଷ୍କର୍ମ ଏବଂ ଅନ୍ୟାନ୍ୟ ଘଟଣାରୋ ଜନହିତ ଯାଚିକା ଦାଖଲ କରିଛି । " ରୟ ଦାବି କରିଛନ୍ତି ଯେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ବଙ୍ଗଳା ସରକାର ଏହି ସବୁ ଘଟଣାରେ ତୁରନ୍ତ ପଦକ୍ଷେପ ନେଇଛନ୍ତି ।

ରୟଙ୍କ ଅନୁଯାୟୀ, ତୃତୀୟ ରଣନୀତି ହେଉଛି ୨୦୨୧ ମେ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସ (TMC) ର ପ୍ରଚଣ୍ଡ ବିଜୟ ପରେ ବଙ୍ଗଳାର ନେତା ତଥା ମନ୍ତ୍ରୀଙ୍କ ବିରୋଧରେ ବିଜେପି କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରୁଛି । ମେ ୨ରେ ଫଳାଫଳ ପରେ ନାରଦା ମାମଲାରେ ଟିଏମସିର ଅନେକ ବରିଷ୍ଠ ମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା । ସେପଟେ କ୍ୟାମେରାରେ ଲାଞ୍ଚ ନେଉଥିବା ବିଜେପି ତଥା ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସିବିଆଇ ଡାକି ନଥିଲା ।

ଏହା ବି ପଢ଼ନ୍ତୁ:-୨ ବୋତଲ ମଦ ପିଇବା ପରେ ମଧ୍ୟ ହେଲାନି ନିଶା, ଗୃହ ମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଏହା ବି ପଢ଼ନ୍ତୁ:-କେଉଁ ଧର୍ମରେ ଅଧିକ ଜନ୍ମ ହେଉଛି ଶିଶୁ, ହିନ୍ଦୁ ନା ମୁସଲମାନ? ସାମ୍ନାକୁ ଆସିଲା NFHS ର ନୂଆ ରିପୋର୍ଟ

ଏହା ବି ପଢ଼ନ୍ତୁ:-'ସୁରଟ ଫର୍ମୁଲା' କ'ଣ, ଯାହା ଉପରେ ଗୁଜୁରାଟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି; ଜାଣନ୍ତୁ କେମିତି ବଢୁଛି କଂଗ୍ରେସର ଅସୁବିଧା

 

ସେ ଆଗକୁ କହିଛନ୍ତି ଯେ, ବିଜେପିର ଚତୁର୍ଥ ଯୋଜନା ହେଉଛି ବଙ୍ଗଳାରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ବ୍ୟବହାର କରିବା । ରୟ କହିଛନ୍ତି ଯେ, "ବଙ୍ଗଳାର ରାଜ୍ୟପାଳ ଟ୍ୱିଟ୍ କରୁଛନ୍ତି । ଏହାସହ ସେ ରାଜ୍ୟ ସରକାରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସ୍ଥାନୀୟ ତଥା ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଉଛନ୍ତି ଏବଂ ସମୟ ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଡକାଉଛନ୍ତି । ସାରା ଦେଶରେ ଅତୀତ କିମ୍ୱା ବର୍ତ୍ତମାନରେ କୌଣସି ରାଜ୍ୟପାଳ ଏପରି କରିନାହାଁନ୍ତି । ରାଜ୍ୟପାଳ କେନ୍ଦ୍ରର ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି ତଥା ରାଜ୍ୟ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି । "

ସେ ଆଗକୁ କହିଛନ୍ତି ଯେ, ଲୋକସଭା ନିର୍ବାଚନର ୬ ମାସ ପୂର୍ବରୁ ରାଷ୍ଟ୍ରପତି ଶାସନ ଲାଗୁ କରିବା ଓ ରାଜ୍ୟପାଳଙ୍କ ଦ୍ୱାରା ସମସ୍ତ କାର୍ଯ୍ୟନିର୍ବାହୀ କ୍ଷମତା ଗ୍ରହଣ କରିବା ପାଇଁ ଏକ ସ୍ପଷ୍ଟ ଗେମ୍ ପ୍ଲାନ୍ ଅଛି ଯାହା ଦ୍ୱାରା ଲୋକସଭା ନିର୍ବାଚନକୁ ନିୟନ୍ତ୍ରଣ କରାଯାଇପାରିବ ।