ମଧ୍ୟପ୍ରଦେଶରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଏପରି କିଛି କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ
Advertisement

ମଧ୍ୟପ୍ରଦେଶରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଏପରି କିଛି କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ସିନ୍ଧିଆ ଆଗକୁ କହିଛନ୍ତି ଯେ, ଆମେ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିଛୁ, ଏପର୍ଯ୍ୟନ୍ତ ବିଜୟ ହାସଲ କରିନାହୁଁ । 

ମଧ୍ୟପ୍ରଦେଶରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଏପରି କିଛି କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ (BJP Rajya Sabha MP Jyotiraditya Scindia) କହିଛନ୍ତି ଯେ ମଧ୍ୟପ୍ରଦେଶରେ ନେତୃତ୍ୱ ପରିବର୍ତ୍ତନ ଭଳି କିଛି ବିଷୟ ନାହିଁ । ସରକାରଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ୧୬ ମାସ ମଧ୍ୟରେ ଶିବରାଜ ସିଂ ଚୌହାନ (Shivraj Singh Chouhan) କଠିନ ପରିସ୍ଥିତିରେ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାରେ ଏକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସରକାର ସଠିକ୍ ଦିଗରେ କାର୍ଯ୍ୟ କରୁଥିବାରୁ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରାଯାଇଛି । ସରକାରଙ୍କ ଉପରେ ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ବିଜେପିରେ ଯୋଗଦେବା ମାତ୍ରେ ଜିତିନ ପ୍ରସାଦଙ୍କୁ ମିଳିବାକୁ ଯାଉଛି ଏହି ବଡ଼ ଉପହାର!

ବିଗତ କିଛି ଦନ ଧରି ଚାଲୁଥିବା ରାଜନୈତିକ କଳ୍ପନାଜଳ୍ପନା ଓ ଗୋଟିଏ ଦିନର ଭୋପାଳ ଗସ୍ତ ପରେ ଗୁରୁବାର ଗ୍ୱାଲିଅରରେ ପହଞ୍ଚିଥିବା ସିନ୍ଧିଆ ଗଣମାଧ୍ୟମ ସହ ଚର୍ଚ୍ଚା କରିଥିଲେ । ପୂର୍ବତନ ସାଂସଦ ଜିତିନ ପ୍ରସାଦ (Jitin Prasada) ଙ୍କ ସହ ଜଡିତ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ କଂଗ୍ରେସ (Congress) ଛାଡି ବିଜେପି (BJP) ରେ ଯୋଗଦେବା ତାଙ୍କର ନିଷ୍ପତ୍ତି ଯଥାର୍ଥ । ଜିତିନ ମୋ ସହ ଛୋଟ ଭାଇ ଭଳି କାମ କରିଛନ୍ତି, ତାଙ୍କ ସହ ମୋର ପାରିବାରିକ ସମ୍ପର୍କ ଅଛି । କିଛି ସମୟ ପାଇଁ ରାଜନୈତିକ ସମ୍ପର୍କ ଭାଙ୍ଗିଥିଲା, ଯାହା ବର୍ତ୍ତମାନ ପୁଣି ଜଡ଼ି ଯାଇଛି ।

ସିନ୍ଧିଆ ଆଗକୁ କହିଛନ୍ତି ଯେ, ଆମେ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିଛୁ, ଏପର୍ଯ୍ୟନ୍ତ ବିଜୟ ହାସଲ କରିନାହୁଁ । ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହା ବିରୁଦ୍ଧରେ ଆମର ସବୁଠାରୁ ବଡ ଅସ୍ତ୍ର ହେଉଛି ଟିକା, ତେଣୁ ଟିକାକରଣ ବୃଦ୍ଧି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ କରାଯାଉଛି ।

ଅଧିକ ପଢ଼ନ୍ତୁ:-କୋରୋନାର ମୃତ୍ୟୁ ସଂଖ୍ୟାରେ ଖେଳ! ମାନିଲେ ବିହାର ସରକାର ୫୪୨୪ ନୁହେଁ ବରଂ ୯୩୭୫ ଲୋକଙ୍କ ଯାଇଛି ଜୀବନ

ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟଙ୍କ ପରି ଜିତିନ ପ୍ରସାଦଙ୍କ ପିତା ମଧ୍ୟ ଜଣେ ବଡ କଂଗ୍ରେସ ନେତା ତଥା କେନ୍ଦ୍ର ମନ୍ତ୍ରୀ ଥିଲେ । ଜିତିନ ପ୍ରସାଦ ଓ ଜ୍ୟୋତିରାଦିତ୍ୟ ମଧ୍ୟ ମନମୋହନ ସିଂଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ରହିଥିଲେ । ଜିତିନ ପ୍ରସାଦ ୨୦୦୪ ଓ ୨୦୦୯ରେ ଉତ୍ତରପ୍ରଦେଶରୁ କଂଗ୍ରେସ ସାଂସଦ ଥିଲେ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ଜିତିନ ପ୍ରସାଦ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଜୋର ଧରିଥିଲା । କଂଗ୍ରେସ ହାଇକମାଣ୍ଡର ହସ୍ତକ୍ଷେପ ଯୋଗୁଁ ଜିତିନ ପ୍ରସାଦ ନିଜ ନିଷ୍ପତ୍ତି ବଦଳାଇଥିଲେ ।