ଚକାଜାମକୁ ନେଇ ଟାର୍ଗେଟ କଲା ବିଜେପି
Advertisement

ଚକାଜାମକୁ ନେଇ ଟାର୍ଗେଟ କଲା ବିଜେପି

ଶନିବାର ମଧ୍ୟାନ୍ନ ୧୨ଟା ବେଳେ ଶୋଭାଯାତ୍ରାରେ ଆସିବା ସହ ରାସ୍ତା ଅବରୋଧ କରିଥିଲେ।

ଚକାଜାମକୁ ନେଇ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: କେନ୍ଦ୍ରୀୟ କୃଷି ଆଇନ ୨୦୨୦ ପ୍ରତ୍ୟାହାର ଦାବିରେ ଦେଶର ବିଭିନ୍ନ ରାଜରେ ଫେବୃଆରୀ ୬ ତାରିଖ ଶନିବାର ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ କରାଯାଇଛି ଚକାଜାମ। ଏହାର ପ୍ରଭାବ ରାଜ୍ୟରେ ମଧ୍ୟ ଦେଖବାକୁ ମିଳିଛି। କୃଷକ ସଂଘର୍ଷ ସମନ୍ୱୟ ସମିତି ଏବଂ ଅନ୍ୟ କୃଷକ ସଙ୍ଗଠନ ରାଜ୍ୟରେ ଚକାଜାମ କରି ପ୍ରତିବାଦ କରିଛି। 

ଭୁବନେଶ୍ୱର ହଂସପାଳ ଛକ ସ୍ଥିତ ଜାତୀୟ ରାଜପଥ ଏବଂ ମାଷ୍ଟରକ୍ୟାଣ୍ଟିନ ଠାରେ କୃଷକ ସଙ୍ଗଠନ ପ୍ରତିନିଧି ରାସ୍ତାରୋକ କରିବା ସହ ଧାରଣାରେ ବସିଥିଲା। ଶନିବାର ମଧ୍ୟାନ୍ନ ୧୨ଟା ବେଳେ ଶୋଭାଯାତ୍ରାରେ ଆସିବା ସହ ରାସ୍ତା ଅବରୋଧ କରିଥିଲେ। କୃଷକ ସଙ୍ଗଠନ ସହ ବହୁ ଶ୍ରମିକ ସଙ୍ଗଠନ ଏବଂ କଂଗ୍ରେସ ବାମପନ୍ଥୀ ଆଦି ରାଜନୈତିକ ଦଳର ନେତା ଚକାଜାମ ପ୍ରତିବାଦରେ ସାମିଲ ହୋଇ କୃଷି ଆଇନ ବିରୁଦ୍ଧରେ ହୋଇଥିବା  ପ୍ରତିବାଦରେ ଯୋଗ ଦେଇଥିଲା। 

କୃଷି ଆଇନ ପ୍ରତ୍ୟାହାର ଦାବିରେ ୭୦ ଦିନରୁ ଅଧିକ ସମୟ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଥିବାବେଳେ ଆଇନ ପ୍ରତ୍ୟାହାର ନକରି ଚାଷୀଙ୍କ ଉପରେ ଦମନଲୀଳାର ପ୍ରତିବାଦରେ ଆଗକୁ ଆହୁରି ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାଇଦେଛନ୍ତି ଚାଷୀ ସଙ୍ଗଠନ ସହ ରାଜନୈତିକ ଦଳ। 

Also Read: ଚକାଜାମ ଶେଷ; ପୋଲିସ ହେପାଜତରେ ଆନ୍ଦୋଳନକାରୀ

ଚକାଜାମ ଆନ୍ଦୋଳନକୁ ସମାଲୋଚନା କରିଛି ରାଜ୍ୟର ମୁଖ୍ୟ ଦଳ ବିଜେପି (BJP)। ଏହି ଆନ୍ଦୋଳନ ନାଁରେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ ଚାଲିଛି ବୋଲି ଅଭିଯୋଗ କରିଛି ଦଳ। ଯଦି ଆଇନରେ କେଉଁଠି ପରିବର୍ତ୍ତନ ଆବଶ୍ୟକ ଅଛି ତାହେଲେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟିମ ଆଗରେ କିମ୍ବା ସରକାରଙ୍କ ସାମ୍ନାରେ ଏ ପ୍ରସଙ୍ଗରେ ସେମାନଙ୍କ ମତାମତ ରଖନ୍ତୁ ଚାଷୀ ସଙ୍ଗଠନ ଓ ବିରୋଧି। 

ହେଲେ ଏହା ନକରି ଏକ ଭିନ୍ନ ଉଦ୍ଦେଶ୍ୟ ରଖି ଏଭଳି ଆନ୍ଦୋଳନ କରିବା ନିନ୍ଦନୀୟ ବୋଲି ବିଜେପି କୃଷକ ମୋର୍ଚା  (BJP Kishan Morcha) ସଭାପତି ପ୍ରଦୀପ ପୁରୋହିତ (Pradip Purohit) କହିଛନ୍ତି। ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନକୁ ନେଇ ଅରାଜକତା ପରେ ଦେଶବ୍ୟାପୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ପରେ ଚାଷୀ ସଙ୍ଗଠନ ପୁଣି ଏକାଠି ହୋଇ ଆନ୍ଦୋଳନକୁ ତୀବ୍ର କରିବା ସହ ଚକଜାମ ଆନ୍ଦୋଳନ କରି ଆହୁରି ଜୋରଦାର ଆନ୍ଦୋଳନର ଆଭାସ ଦେଇଛନ୍ତି।

Also Read: Farmer Protest Update: ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ

ରାଜ୍ୟ ରାଜଧାନୀକୁ ଛାଡି ବ୍ରହ୍ମପୁରରେ ମଧ୍ୟ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଶନିବାର ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ଚକାଜାମ  କରାଯାଇଥିଲା। ସହରର ଲାଞ୍ଜିପଲ୍ଲୀ ନିକଟସ୍ଥ ଜାତୀୟ ରାଜପଥ ଅବରୋଧ କରିଥିଲେ ବିଭିନ୍ନ ସଙ୍ଗଠନ। ଆନ୍ଧ୍ର ଓଡିଶା ପ୍ରମୁଖ ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ସହ ସହ ଗାଡି ଅଟକି ରହିଥିଲା। ଯେତେଦିନ ପର୍ଯ୍ୟନ୍ତ ସରକାର ଏହି ଆଇନକୁ ପ୍ରତ୍ୟାହାର ନକରନ୍ତି ଆନ୍ଦୋଳନ ଜାରିରହିବ ବୋଲି ଆନ୍ଦୋଳନରତ ସଙ୍ଗଠନ ପକ୍ଷରୁ ଜଣାଇ ଦିଆଯାଇଛି।