'ନିର୍ବାଚନ ବେଳେ ହିଂସାକାଣ୍ଡ ଭିଆଇବାକୁ ଲୋକଙ୍କୁ ଉସକାଇଥିଲେ ମମତା ବାନାର୍ଜୀ'
Advertisement

'ନିର୍ବାଚନ ବେଳେ ହିଂସାକାଣ୍ଡ ଭିଆଇବାକୁ ଲୋକଙ୍କୁ ଉସକାଇଥିଲେ ମମତା ବାନାର୍ଜୀ'

କୁଚବିହାର ହିଂସାକାଣ୍ଡ ଘଟଣାରେ ଟିଏମସି ସୁପ୍ରିମୋଙ୍କୁ ପାଲଟା ଜବାବ ଦେଇଛି ବିଜେପି। 

'ନିର୍ବାଚନ ବେଳେ ହିଂସାକାଣ୍ଡ ଭିଆଇବାକୁ ଲୋକଙ୍କୁ ଉସକାଇଥିଲେ ମମତା ବାନାର୍ଜୀ'

ନୂଆଦିଲ୍ଲୀ: ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ କୁଚବିହାର ଠାରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ରାଜନୀତିରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ବିଜେପି-ଟିଏମସି। ଏ ଘଟଣାକୁ ନେଇ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି ଉଭୟ ଦଳ। 

ରାଜ୍ୟର କୁଚବିହାର ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡ (Cooch Behar Violence) ଘଟଣାରେ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ (West Bengal BJP Chief) ଦିଲ୍ଲୀପ ଘୋଷ (Dillip Ghosh) କହିଛନ୍ତି,"ଚଳିତ ନିର୍ବାଚନରେ ଯେମିତି ମମତା ବାନାର୍ଜୀ ହାରି ହାରି ଯାଉଛନ୍ତି ସେମିତି ସେ ଲୋକଙ୍କୁ ଉସକାଇବାରେ ଲାଗିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ରହିଥିବା କେନ୍ଦ୍ରୀୟ ସୁରକ୍ଷା ବଳର ଯବାନଙ୍କୁ ଘେରିବା ପାଇଁ ଖୋଲାଖୋଲି ଭାବେ ଲୋକଙ୍କୁ ଆହ୍ୱାନ ଦେଉଛନ୍ତି। ଯାହା ଭୟାନକ ପରିଣାମ ସ୍ୱରୂପ ନିର୍ବାଚନ ସମୟରେ କେନ୍ଦ୍ରୀୟ ବାହିନୀ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୫ ଜଣ ଟଳିପଡିଛନ୍ତି। ସୁରକ୍ଷା ବଳକୁ ଘେରୁଥିବା ଲୋକ ହେଉଛନ୍ତି ଅସାମାଜିକ ଲୋକ। ସେମାନଙ୍କୁ ଦଳୀୟ କର୍ମକର୍ତ୍ତା ବୋଲି କହୁଛନ୍ତି ଟିଏମସି ସୁପ୍ରିମୋ। 

Also Read: WB Election 2021: ଆହୁରି ୭୧ କମ୍ପାନୀ CAPF ପଠାଇବ କେନ୍ଦ୍ର ଗୃହମନ୍ତ୍ରଣାଳୟ

ଏ ପ୍ରସଙ୍ଗରେ ଟିଏମସି ସୁପ୍ରିମୋଙ୍କୁ ଜବାବ ଦେଇ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ କହିଛନ୍ତି ଲୋକଙ୍କୁ ମମତା ବାନାର୍ଜୀ ଉସକାଇବା କାରଣରୁ ନିର୍ବାଚନ ସମୟରେ ଜଳିଉଠୁଛି ରାଜ୍ୟ। ଯାହାର ଫଳସ୍ୱରୂପ ଅନେକ ଲୋକ ପ୍ରାଣ ହରାଉଛନ୍ତି। ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରି ତାଙ୍କର ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇବା ଦେବା ଆବଶ୍ୟକ। 

Also Read: Cooch Behar Violence: CISF କୁ ମିଳିଲା EC ଙ୍କ Clean Chit

କୁଚବିହାର ଘଟଣା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହଙ୍କୁ (Amit Shah) ଦାୟୀ କରିବା ସହ ତାଙ୍କର ଇସ୍ତଫା ଦାବି କରିଥିଲେ ଟିଏମସି ସୁପ୍ରିମୋ (TMC Supremo) ମମତା ବାନାର୍ଜୀ (Mamata Banerjee)। ଏ ଘଟଣାରେ ମୁଁ କେନ୍ଦ୍ରୀୟ ସୁରକ୍ଷା ବଳକୁ ଦାୟୀ କରିପାରିବି ନାହିଁ। କାରଣ ସେମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରିଥାନ୍ତି। ରାଜ୍ୟର ସୀତଲକୁଚି ବିଧାନସଭା ଆସନରେ ଯେଉଁ ଘଟଣା ଘଟିଲା ତାହା କୌଣସି ନରସଂହାର ଠାରୁ କମ ନୁହେଁ। 

ଏହା ସହିତ ଟିଏମସି ସୁପ୍ରିମୋ କହିଛନ୍ତି ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ ହୋଇଥିବା କେନ୍ଦ୍ରୀୟ ସୁରକ୍ଷା ବଳ ସିଆଇଏସଏଫ (CISF) ବାହିନୀକୁ କୌଣସି ପରିସ୍ଥିତିର ମୁକାବିଲା କିପରି କରାଯାଏ ତାହା ଜଣାନାହିଁ। ମୁଁ ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବା ସମୟରୁ କହିଆସୁଛି ରାଜ୍ୟରେ ମୁତୟନ ହୋଇଥିବା କେନ୍ଦ୍ରୀୟ ବଳ ଏକ ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କ ଉପରେ ଅତ୍ୟାଚାର କରୁଛି। ମୁଁ ନନ୍ଦିଗ୍ରାମ ଠାରେ ଏହି କଥା ଉଠାଇଥିଲି ହେଲେ କେହି ମୋ କଥାକୁ ଗୁରୁତର ସହ ଶୁଣିନଥିଲେ।        

Also Read: WB Assembly Election 2021: କୁଚବିହାର ହିଂସାକାଣ୍ଡ ପରେ ମତଦାନ ବନ୍ଦ, କେନ୍ଦ୍ର-ରାଜ୍ୟ ମୁହାଁମୁହିଁ

 

କୁଚବିହାର ହିଂସାକାଣ୍ଡ ଘଟଣାରେ ନିଜ ବିରୁଦ୍ଧରେ ଆସିଥିବା ଅଭିଯୋଗ ଉପରେ ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶାହ। ଏନେଇ ସେ କହିଛନ୍ତି ଲୋକଙ୍କୁ ମମତା ବାନାର୍ଜୀ ଉସକାଇବା କାରଣରୁ ନିର୍ବାଚନ ସମୟରେ ଏଭଳି ପରିସ୍ଥିତି ଉପୁଜିଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ରହିଥିବା କେନ୍ଦ୍ରୀୟ ସୁରକ୍ଷା ବଳର ଯବାନଙ୍କୁ ଘେରିବା ପାଇଁ ଖୋଲାଖୋଲି ଭାବେ ଲୋକଙ୍କୁ ଆହ୍ୱାନ ସେ ଦେଇଥିଲେ। ଯାହା ଭୟାନକ ପରିଣାମ ସ୍ୱରୂପ ନିର୍ବାଚନ ସମୟରେ କେନ୍ଦ୍ରୀୟ ବାହିନୀ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। 

ଏପ୍ରିଲ ୧୧ ତାରିଖ ରବିବାର ପଶ୍ଚିମବଙ୍ଗର ନଦିଆ ଠାରେ ଆୟୋଜିତ ହୋଇଥିବା ନିର୍ବାଚନ ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଶାହ କହିଛନ୍ତି ଏପ୍ରିଲ ୧୦ ତାରିଖ ଶନିବାର ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଥିବା ସମୟରେ ଯେଉଁ ଘଟଣା ଘଟିଲା ତାହା ଦୁର୍ଭାଗ୍ୟପୂର୍ଣ୍ଣ। ଯାଇ ମମତା ବାନାର୍ଜୀ ଉସକାଇବା କାରଣରୁ ଉତ୍ତେଜିତ ହୋଇ ହିଂସାକାଣ୍ଡ ଭିଆଇଥିବା ଲୋକଙ୍କ କବଳରୁ ମତଦାତାଙ୍କୁ ସୁରକ୍ଷା ଦେବା ତଥା ନିଜର ଆତ୍ମରକ୍ଷା କରିବାକୁ ଯାଇ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏ ଘଟଣାରେ ୪ ଟିଏମସି ସମର୍ଥକ ପ୍ରାଣ ହରାଉଥିବା ନେଇ କୁହାଯାଉଛି। 

Also Read: WB Assembly Elections 2021: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ, ଟଳିପଡିଲେ ୪ TMC ସମର୍ଥକ

 

ଗତକାଲି କୁଚବିହାର ଜିଲ୍ଲାସ୍ଥିତ ସିତାଲକୁଚି ଆସନରେ (Sitalkuchi Assembly Constituency) ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ଆମ ଦଳର ବୁଥ୍ ଏଜେଣ୍ଟ ଆନନ୍ଦ ବର୍ମନକୁ ଭୋଟଗ୍ରହଣ କେନ୍ଦ୍ରରେ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଆସନରେ ଭୋଟଦାନ ହେବା ପୂର୍ବରୁ ମମତା ଦିଦି ଲୋକଙ୍କୁ ଉସକାଇବାକୁ ଯାଇ କହିଥିଲେ ଯଦି କେନ୍ଦ୍ରୀୟ ସୁରକ୍ଷା ବାହିନୀ ଯବାନ ଆସନ୍ତି ତାହେଲେ ସେମାନଙ୍କୁ ଘେରିନିଅ। ନିର୍ବାଚନ ବେଳେ ଆମର ୫ ଶହରୁ ଉର୍ଦ୍ଧ୍ୱ ଦଳୀୟ କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ହେଲେ ଏ ସମସ୍ତ ଘଟଣାରେ ମମତା ବାନାର୍ଜୀ କାହିଁକି ମୁହଁ ଖୋଲୁନାହାଁନ୍ତି ବୋଲି ତାଙ୍କ ଠାରୁ ଜବାବ ମାଗିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶାହ।