ରାସ୍ତା ମଝିରେ ମନ୍ତ୍ରୀ ଅରୁଣ ସାହୁଙ୍କ ଗାଡି ଅଟକାଇଲେ ବିଜେପି କର୍ମୀ
Advertisement

ରାସ୍ତା ମଝିରେ ମନ୍ତ୍ରୀ ଅରୁଣ ସାହୁଙ୍କ ଗାଡି ଅଟକାଇଲେ ବିଜେପି କର୍ମୀ

ମନ୍ତ୍ରୀଙ୍କ ଗାଡ଼ି ଅଟକାଇବା ବେଳେ ସମସ୍ତେ ଭାବିଥିଲେ ମନ୍ତ୍ରୀଙ୍କୁ ବିରୋଧ ହେବ, କଳା ପତାକା ପ୍ରଦର୍ଶନ ଅଥବା ଅଣ୍ଡା ମାଡ଼ ହେବ। ତେବେ ସେମିତି କିଛି ହୋଇନଥିଲା। ବିଜେପି ନେତାଙ୍କୁ ଦେଖି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ କାରରୁ ବାହାରି ସମସ୍ୟା କଣ ବୋଲି ପଚାରି ଥିଲେ।

ରାସ୍ତା ମଝିରେ ମନ୍ତ୍ରୀ ଅରୁଣ ସାହୁଙ୍କ ଗାଡି ଅଟକାଇଲେ ବିଜେପି କର୍ମୀ

ସମ୍ବଲପୁର: ମନ୍ତ୍ରୀ ଅରୁଣ ସାହୁଙ୍କ ଗାଡିକୁ ଅଟକାଇଲେ ବିଜେପି କର୍ମୀ। ଗତକାଲି ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ ମନ୍ତ୍ରୀ ଅରୁଣ ସାହୁ, ଚିପିଲିମା ଅଞ୍ଚଳରେ ଥିବା ମତ୍ସ୍ୟ ଯାଆଁଳା କେନ୍ଦ୍ରକୁ ନିଜ ଗାଡ଼ିରେ ଯାଉଥିବା ସମୟରେ ଅଚାନକ ମନ୍ତ୍ରୀଙ୍କ ଗାଡ଼ିକୁ କିଛି ବିଜେପି କର୍ମୀ ଅଟକାଇଥିଲେ। ଆଉ ସେମାନେ ମନ୍ତ୍ରୀଙ୍କ ଆଗରେ କିଛି ଅଭିଯୋଗ ରଖିଥିଲେ।

ସୂଚନା ଅନୁସାରେ ମନ୍ତ୍ରୀଙ୍କ ଗାଡ଼ି ଅଟକାଇବା ବେଳେ ସମସ୍ତେ ଭାବିଥିଲେ ମନ୍ତ୍ରୀଙ୍କୁ ବିରୋଧ ହେବ, କଳା ପତାକା ପ୍ରଦର୍ଶନ ଅଥବା ଅଣ୍ଡା ମାଡ଼ ହେବ। ତେବେ ସେମିତି କିଛି ହୋଇନଥିଲା। ବିଜେପି ନେତାଙ୍କୁ ଦେଖି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ କାରରୁ ବାହାରି ସମସ୍ୟା କଣ ବୋଲି ପଚାରି ଥିଲେ। ଏହାପରେ ବିଜେପି ନେତା ସମୀର ରଞ୍ଜନ ବାବୁ ଅନ୍ୟ କିଛି ବିଜେପି କର୍ଯ୍ୟକର୍ତ୍ତାଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଆଗରେ ନିଜର କିଛି ଅଭିଯୋଗ ରଖିଥିଲେ। ଏପରିକି ସ୍ଥାନୀୟ ବିଜେପି ବିଧାୟକ ନାଉରୀ ନାଏକଙ୍କୁ କାହିଁକି ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇନାହିଁ ବୋଲି ମଧ୍ୟ ବିଜେପି ନେତା ପ୍ରଶ୍ନ କରିଥିଲେ। 

Also Read: ଓଡ଼ିଶାରେ ସୃଷ୍ଟି ହୋଇପାରେ ନୂଆ ମ୍ୟୁଟାଣ୍ଟ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ମନ୍ତ୍ରୀ ଅରୁଣ ସାହୁ (Arun Sahoo) ଗାଡ଼ିରୁ ବାହାରି ଅଧଘଣ୍ଟା କାଳ ବିଜେପି ନେତାଙ୍କ ଠାରୁ ଧୈର୍ଯ୍ୟର ସହ ସମସ୍ତ ଅଭିଯୋଗ ଶୁଣିଥିଲେ। ମନ୍ତ୍ରୀ ସାହୁଙ୍କୁ ବିଜେପି ନେତାମାନେ ନିଜ ଅଞ୍ଚଳର ସମସ୍ୟା ଜଣାଇବା ସହ ଅଭିଯୋଗ ବଖାଣିଥିଲେ। ମନ୍ତ୍ରୀ ମଧ୍ୟ ନିଜ ରାସ୍ତା ଉପରେ ଛିଡା ହୋଇ ବିଜେପି ନେତାଙ୍କ ଠାରୁ ଅଭିଯୋଗ ଶୁଣି ହସି ହସି ସେମାନଙ୍କ ସହ କଥା ହେବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ବିଜେପି ନେତାମାନେ କୃଷି, ଉଦ୍ୟାନ କୃଷି ବିଭାଗ, ଗୋପାଳନ, ମତ୍ସ୍ୟ ଚାଷ ତଥା କୃଷକମାନଙ୍କ ସମସ୍ୟା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 

ଶୁକ୍ରବାରର କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି ବିଧାୟକ (BJP MLA) ନାଉରୀ ନାଏକଙ୍କୁ ଆମନ୍ତ୍ରଣ କରାଯାଇନଥିବାରୁ ବିଜେପି ନେତା (BJP leaders) ମାନେ କ୍ଷୋଭ ପ୍ରକଟ କରିଥିଲେ। ଅନ୍ୟପଟେ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ସମସ୍ୟାର ସମାଧାନ କରାଯିବ ବୋଲି ଆଶ୍ବାସନା ଦେଇଥିଲେ। ଶାସକ ଦଳର ଜଣେ ମନ୍ତ୍ରୀ ବିରୋଧୀ ଦଳର କିଛି ନେତା ଓ କର୍ଯ୍ୟକର୍ତ୍ତାଙ୍କ ସହ ଏଭିଳି ଆଲୋଚନା କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଏହା ସୁସ୍ଥ ଗଣତନ୍ତ୍ରର ପରିଚୟ ବୋଲି କହିଛନ୍ତି।

Also Read: ବିଶ୍ୱବିଦ୍ୟାଳୟକୁ ୩୦ ଲକ୍ଷ ଦାନ କରି ୨୫ ଟଙ୍କାର ମାନ ରଖିଲେ ଡାକ୍ତର ନାରାୟଣୀ

ସୂଚନାଯୋଗ୍ୟ, ଓଡ଼ିଶାରେ ମାଛ ଚାଷରେ କିପରି ବୃଦ୍ଧି ହେବ ତାକୁ ନେଇ ଗତକାଲି ମନ୍ତ୍ରୀ ଅରୁଣ ସାହୁଙ୍କ ଅଚାନକ ସମ୍ବଲପୁର (Sambalpur) ର ଚିପିଲିମା ଅଞ୍ଚଳକୁ  ଗସ୍ତ ହୋଇଥିଲା। ମହାନଦୀ ଏବଂ ହୀରାକୁଦ ଡେମରେ କେଜ କଲଚର ପ୍ରଣାଳୀରେ ମାଛ ଚାଷ ବର୍ତ୍ତମାନ ଏକ ଭଲ ଦିଗ ରହିଛି। ବାହାର ଦେଶମାନଙ୍କରେ କେଜ ପ୍ରଣାଳୀରେ ମାଛ ଚାଷ କରାଯାଉଛି। ଏଣୁ ରାଜ୍ୟ ସରକାର ଚିପିଲିମା ଅଂଚଳରେ ୩୦ଟି ବନ୍ଧ ନିର୍ମାଣ କରୁଛନ୍ତି। ଏହି ସ୍ଥାନରୁ କିପରି ଶୀଘ୍ର ମାଛ ପ୍ରଜଜନ ହୋଇପାରିବ ତାକୁ ନେଇ ଚେଷ୍ଟା ଚାଲିଛି। 

ଏପ୍ରିଲ ଓ ମେ ମାସ ସୁଦ୍ଧା ୫୦ କୋଟି ଜାଆଁଳା ଉତ୍ପାଦନ କେନ୍ଦ୍ର ହୋଇପାରିବ ସେନେଇ ଏକ ପ୍ରୟାସ କରାଯାଉଛି। ଆଉ ଏଠାରୁ ଯଦି ୫୦ କୋଟି ଯାଆଁଲା ଉତ୍ପାଦନ ହେଲା ତାହା ଓଡିଶାରେ ସବୁଠାରୁ ଅଧିକ ବଡ଼ ଉପଲବ୍ଧ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ବନ୍ଦ ହୋଇ ପଡ଼ିଥିବା କିଛି ମସ୍ୟ ପୋଖରୀମାନଙ୍କର ମଧ୍ୟ ପୁନଃରୁଦ୍ଧାର ହୋଇପାରିବ ସେନେଇ ମଧ୍ୟ ପ୍ରୟାସ କରାଯିବ ବୋଲି କୃଷି ମନ୍ତ୍ରୀ (Odisha Agri Minister) ଆଶ୍ୱାସନା ଦେଇଛନ୍ତି।