Advertisement
Article Detail0/zeeodisha/odisha767132
Zee OdishaOdisha Politicsକଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ସାମ୍ୱାଦିକ ରବିଶ କୁମାରଙ୍କ ଭାଇ

କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ସାମ୍ୱାଦିକ ରବିଶ କୁମାରଙ୍କ ଭାଇ

କଂଗ୍ରେସ (Congress) ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ବ୍ରଜେଶ ପାଣ୍ଡେ (Brajesh Pandey) ଙ୍କ ନାମ ଗୋବିନ୍ଦଗଞ୍ଜରରୁ ରହିଛି ।

କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ସାମ୍ୱାଦିକ ରବିଶ କୁମାରଙ୍କ ଭାଇ

ନୂଆଦିଲ୍ଲୀ: Bihar Assembly Election 2020: ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ତାଲିକା (Congress Candidates List) ଘୋଷଣା କରିଛି । ଦ୍ୱିତୀୟ ତାଲିକାରେ ୪୯ ଜଣ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି । ପ୍ରାର୍ଥୀ ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ନାମ ହେଉଛି ସାମ୍ବାଦିକ ରବିଶ କୁମାର (Journalist Ravish Kumar) ଙ୍କ ଭାଇ ବ୍ରଜେଶ ପାଣ୍ଡେ (Brajesh Pandey) । ମୋତିହାରୀର ଗୋବିନ୍ଦଗଞ୍ଜରୁ ବ୍ରଜେଶ ପାଣ୍ଡେଙ୍କୁ କଂଗ୍ରେସ ଟିକେଟ ଦେଇଛି । ପୂର୍ବରୁ ବ୍ରଜେଶ ପାଣ୍ଡେ ମଧ୍ୟ କଂଗ୍ରେସର ରାଜ୍ୟ ଉପାଧ୍ୟକ୍ଷ ରହିସାରିଛନ୍ତି ।

କଂଗ୍ରେସ (Congress) ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ବ୍ରଜେଶ ପାଣ୍ଡେ (Brajesh Pandey) ଙ୍କ ନାମ ଗୋବିନ୍ଦଗଞ୍ଜରରୁ ରହିଛି । ପାଣ୍ଡେ ମଧ୍ୟ ଏହା ପୂର୍ବରୁ ନିର୍ବାଚନ ଲଢ଼ି ସାରିଛନ୍ତି, କିନ୍ତୁ  ସେ ଜିତି ପାରିନଥିଲେ । ଅନ୍ୟପକ୍ଷେ ଗୋବିନ୍ଦଗଞ୍ଜରୁ ଏନଡିଏ ତରଫରୁ ବିଜେପି ପ୍ରାର୍ଥୀ ମୈଦାନରେ ଅଛନ୍ତି । ଚିରାଗ ପାସୱାନଙ୍କ ଏଲଜେପି ମଧ୍ୟ ଏଠାରେ ପ୍ରାର୍ଥୀ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ, ଥାନା ଅଧିକାରୀ ସମେତ ୪ ପୋଲିସ କର୍ମୀ ନିଲମ୍ବିତ

Add Zee News as a Preferred Source

ଏଥି ସହିତ ୨୦୧୭ରେ ବ୍ରଜେଶ ପାଣ୍ଡେଙ୍କ ନାମ ଏକ ବିବାଦକୁ ଆସିଥିଲା, ଯାହା ପରେ ଦଳ ତାଙ୍କଠାରୁ ଦୂରତା ରକ୍ଷା କରିଥିଲା । କିନ୍ତୁ ତାଙ୍କ ନାମ ଗୁରୁବାର ଜାରି ହୋଇଥିବା ତାଲିକାରେ ସାମିଲ ରହିଛି । ଗୋବିନ୍ଦଗଞ୍ଜରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାର ଅଛି ।

ଅଧିକ ପଢ଼ନ୍ତୁ:-ଖୁସି ଖବର: ଦୁନିଆକୁ ମିଳିଲା ଆଉ ଏକ କୋରୋନା ଭ୍ୟାକ୍ସିନ !

ବିଧାନସଭା ନିର୍ବାଚନରେ ​ପାଇଁ ଗୁରୁବାର ୪୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏହି ତାଲିକାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଝିଅ ସୁଭାଷିନୀ ଏବଂ ଚଳଚ୍ଚିତ୍ର ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ୍ ସିହ୍ନାଙ୍କ ନାଁ ସାମିଲ ରହିଛି ।

About the Author