• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

'ଯେଉଁଦିନ ଦଳ କହିବି ସେହି ଦିନ ଛାଡିଦେବି ମୁଖ୍ୟମନ୍ତ୍ରୀ ଗାଦି'

କିଛି ଦିନ ପୂର୍ବେ କର୍ଣ୍ଣାଟକର ଜଣେ ମନ୍ତ୍ରୀ କହିଛନ୍ତି ଦଳର କିଛି ବିଧାୟକ ଦିଲ୍ଲୀ ଯାତ୍ରା କରିଥିବା ନେଇ ତାଙ୍କୁ ଖବର ମିଳିଥିଲା।  

'ଯେଉଁଦିନ ଦଳ କହିବି ସେହି ଦିନ ଛାଡିଦେବି ମୁଖ୍ୟମନ୍ତ୍ରୀ ଗାଦି'

ବେଙ୍ଗାଲୁରୁ: ବିଜେପି ଶାସିତ ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁୟୁରାପ୍ପାଙ୍କୁ ପରିବର୍ତ୍ତନ କରିବା ନେଇ ବେଶ କିଛି ଦିନ ଧରି ଚର୍ଚ୍ଚା ଜାରିରହିଛି। ବର୍ତ୍ତମାନର ନେତୃତ୍ୱକୁ ନେଇ  ଅସନ୍ତୁଷ୍ଟ ରହିଥିବା କେତେକ ଦଳୀୟ ନେତା ଏହା ମଧ୍ୟରେ ସ୍ୱର ଉତ୍ତୋଳନ କରିବାରେ ଲାଗିଛନ୍ତି।  

ନେତୃତ୍ୱ ପରିବର୍ତ୍ତନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ (Karnataka Chief Minister) ବି.ଏସ ୟେଦ୍ଦୁୟୁରାପ୍ପା (CM B.S Yeddyurappa) କହିଛନ୍ତି ଯେଉଁଦିନ ଦଳୀୟ ନେତୃବୃନ୍ଦ (BJP High Command) ଗାଦି ଛାଡିବାକୁ କହିବେ ସେଦିନ ମୁଁ ମୋ ପଦରୁ ଇସ୍ତଫା ଦେଇଦେବି। ଦଳରେ କୌଣସି ବିକଳ୍ପ ନେତୃତ୍ୱ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ଦୁୟୁରାପ୍ପା। 

Also Read: କର୍ଣ୍ଣାଟକ ବିଜେପିରେ ଉଠିଲା ବିଦ୍ରୋହର ସ୍ୱର, ଗାଦି ହରାଇପାରନ୍ତି ୟେଦିୟୁରାପ୍ପା!

ବର୍ତ୍ତମାନର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିବା ପାଇଁ ଦଳରେ ଗୋପନୀୟ ଭାବେ ପ୍ରୟାସ କରାଯାଉଥିବା କୁହାଯାଉଛି। ଏ ଘଟଣାରେ ପ୍ରତିକ୍ରିୟା ରଖି ୟେଦ୍ଦୁୟୁରାପ୍ପାଙ୍କ ନିକଟତର ସହଯୋଗୀ ବିଧାୟକଙ୍କ କହିବା କଥା ସେ ତାଙ୍କର କାର୍ଯ୍ୟକାଳ ପୂରଣ କରିବେ। ଆସନ୍ତା ଦୁଇ ବର୍ଷ ପରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାଙ୍କ ନେତୃତ୍ୱରେ ଲଢାଯିବ।      

କିଛି ଦିନ ପୂର୍ବେ ୟେଦ୍ଦୁୟୁରାପ୍ପାଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଆର.ଅଶୋକ କହିଛନ୍ତି (R.Ashok) କହିଛନ୍ତି ଦଳର କିଛି ବିଧାୟକ ଦିଲ୍ଲୀ ଯାତ୍ରା କରିଥିବା ନେଇ ମୋତେ ଖବର ମିଳିଥିଲା। ଏହି ଅଭିଯାନରେ କେତେକ ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ।    

Also Read: ଟିପୁ ସୁଲତାନଙ୍କୁ ନେଇ କର୍ଣ୍ଣାଟକ ବିଜେପି ଦୁଇ ଫାଳ

ବର୍ତ୍ତମାନର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ରାଜ୍ୟ ବିଜେପି (Karnataka BJP Unit) ଉପାଧ୍ୟକ୍ଷ ବି.ବାଇ ବିଜୟେନ୍ଦ୍ରଙ୍କ (B.Y Vijayendra) ଦିଲ୍ଲୀ ଯାତ୍ରାକୁ ନେଇ ଅଭିଯୋଗ ଆଣି ଦଳୀୟ ବିଧାୟକ (BJP MLA) ବାସନଗୌଡ ପାଟିଲ ୟତନାଲ (Basanagouda Patil Yatnal) କହିଥିଲେ ସେ କର୍ଣ୍ଣାଟକ ସରକାରକୁ ପରିଚାଳିତ କରୁଛନ୍ତି। ବିଜୟେନ୍ଦ୍ରଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ୟେଦ୍ଦୁୟୁରାପ୍ପା ଦିଲ୍ଲୀ ଯିବା କଥା। କାରଣ ସରକାର ନେତୃତ୍ୱ ସେ ନେଉଛନ୍ତି। ସରକାରଙ୍କ ସହ ଜଡିତ ମାମଲାରେ ବିଜୟେନ୍ଦ୍ରଙ୍କ କୌଣସି ଭୂମିକା ନାହିଁ। ୟେଦ୍ଦୁୟୁରାପ୍ପା ଏବଂ ବାସନଗୌଡଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି  ବେଶ ଲମ୍ବା ସମୟ ଧରି ମତଭେଦ ଚାଲିଛି।