ସର୍ଭେ: ବିହାରରେ ସରକାର ପରିବର୍ତ୍ତନ ଯୋଗୁ ବିଜେପିକୁ ଝଟକା ତ କଂଗ୍ରେସକୁ ଲାଭ, ଆଜି ଲୋକସଭା ନିର୍ବାଚନ ହେଲେ ଏନଡିଏକୁ ମିଳିବ ଏତିକି ଆସନ
Advertisement

ସର୍ଭେ: ବିହାରରେ ସରକାର ପରିବର୍ତ୍ତନ ଯୋଗୁ ବିଜେପିକୁ ଝଟକା ତ କଂଗ୍ରେସକୁ ଲାଭ, ଆଜି ଲୋକସଭା ନିର୍ବାଚନ ହେଲେ ଏନଡିଏକୁ ମିଳିବ ଏତିକି ଆସନ

Survey On Lok Sabha Election 2024: ଏହି ସମୟରେ ଲୋକଙ୍କ ମୁଡ୍ ଜାଣିବା ପାଇଁ ଇଣ୍ଡିଆ ଟୁଡେ ସି-ଭୋଟର ସହ ମିଶି ଏକ ସର୍ଭେ କରିଛି । ସର୍ଭେ ଅନୁଯାୟୀ, ଯଦି ଆଜି ଦେଶରେ ଲୋକସଭା ନିର୍ବାଚନ ହୁଏ, ତେବେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର (NDA Government) ପୁଣି ଗଠନ ହେବ, କିନ୍ତୁ...

ସର୍ଭେ: ବିହାରରେ ସରକାର ପରିବର୍ତ୍ତନ ଯୋଗୁ ବିଜେପିକୁ ଝଟକା ତ କଂଗ୍ରେସକୁ ଲାଭ, ଆଜି ଲୋକସଭା ନିର୍ବାଚନ ହେଲେ ଏନଡିଏକୁ ମିଳିବ ଏତିକି ଆସନ

ନୂଆଦିଲ୍ଲୀ: Survey On Lok Sabha Election 2024: ନୀତିଶ କୁମାର (Nitish Kumar) ବିହାରରେ ବିଜେପି (BJP) ସହ ମେଣ୍ଟ ଭାଙ୍ଗି ମହାମେଣ୍ଟ (Grand Alliance) ସହ ଯିବା ପରେ ବିରୋଧୀ ଦଳ ଏକଜୁଟ ହେବା ଉପରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷକରି ଏହା ସେତେବେଳେ ଅଧିକ ବଳ ପାଇଲା ଯେତେବେଳେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି  (PM Modi) ଙ୍କ ଆଡକୁ ଇଙ୍ଗିତ କରି କହିଥିଲେ ଯେ, ୨୦୧୪ରେ ଯେଉଁମାନେ ଆସିଛନ୍ତି ସେମାନେ ୨୦୨୪ ପରେ ରହିପାରିବେ ନା ନାହିଁ? ସେମାନଙ୍କୁ ୨୦୨୪ ବିଷୟରେ ଚିନ୍ତା କରିବା ଆବଶ୍ୟକ ।

ଏହି ସମୟରେ ଲୋକଙ୍କ ମୁଡ୍ ଜାଣିବା ପାଇଁ ଇଣ୍ଡିଆ ଟୁଡେ ସି-ଭୋଟର ସହ ମିଶି ଏକ ସର୍ଭେ କରିଛି । ସର୍ଭେ ଅନୁଯାୟୀ, ଯଦି ଆଜି ଦେଶରେ ଲୋକସଭା ନିର୍ବାଚନ ହୁଏ, ତେବେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର (NDA Government) ପୁଣି ଗଠନ ହେବ, କିନ୍ତୁ ବିହାର ରାଜନୀତି (Bihar Politics) ରେ ପରିବର୍ତ୍ତନ ଯୋଗୁଁ ତାକୁ ଏହାର କ୍ଷତି ସହିବାକୁ ପଡ଼ିବ ।

ଯଦି ଆଜି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଦେଶରେ ଏନଡିଏ ସରକାର ଗଠନ ହେବ । କିନ୍ତୁ ନୀତିଶ କୁମାରଙ୍କ ଏନଡିଏରୁ ଅଲଗା ହେବାର କ୍ଷତି ବିଜେପିକୁ ସହିବାକୁ ପଡ଼ିବ । ଇଣ୍ଡିଆ ଟୁଡେ ସି ଭୋଟର ଦ୍ୱାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ୍ (MOTN) ସର୍ଭେରେ ଏହା ସାମ୍ନାକୁ ଆସିଛି । ସର୍ଭେ ଅନୁଯାୟୀ, ଯଦି ଅଗଷ୍ଟ ୧ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଏନଡିଏ ୫୪୩ଟି ଆସନରୁ ୩୦୭ଟି, ୟୁପିଏ ୧୨୫ଟି ଆସନ ପାଇବ । ଅନ୍ୟପଟେ ଅନ୍ୟ ଦଳଗୁଡିକ ୧୧୧ଟି ଆସନ ପାଇବେ, କିନ୍ତୁ ଯଦି ବିହାରରେ ସରକାର ପରିବର୍ତ୍ତନ ପରେ ନିର୍ବାଚନ ଅନୁଷ୍ଠିତ ହୁଏ, ତା’ପରେ ଏନଡିଏକୁ ୨୧ଟି ଆସନର ସିଧାସଳଖ କ୍ଷତି ହେଉଛି । ଏନଡିଏକୁ ୨୮୬ଟି ଆସନ ମିଳୁଥିବାବେଳେ ୟୁପିଏ ୧୪୬ଟି ଆସନ ପାଇବ । ସେପଟେ ଅନ୍ୟ ଦଳଗୁଡିକକୁ ୧୧୧ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି ।

ଏହା ବି ପଢ଼ନ୍ତୁ:-ସର୍ଭେ: ପିଏମ ମୋଦିଙ୍କ ଉତ୍ତରାଧିକାରୀ କିଏ? ବିଜେପିର ଏହି ନେତାଙ୍କ ମଧ୍ୟରେ କଡ଼ା ଟକ୍କର

ଏହା ବି ପଢ଼ନ୍ତୁ:-ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ

ଏହା ବି ପଢ଼ନ୍ତୁ:-ରାଜୁ ଶ୍ରୀବାସ୍ତବଙ୍କୁ ଏପର୍ଯ୍ୟନ୍ତ ଆସିନାହିଁ ହୋସ୍, ସ୍ଥିତି ଗୁରୁତର; ଜାଣନ୍ତୁ କ'ଣ କହିଲେ ଡାକ୍ତର

ସର୍ଭେ ଅନୁଯାୟୀ, ଫେବୃଆରୀ ୨୦୨୨ରୁ ଅଗଷ୍ଟ ୯, ୨୦୨୨ ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ୧,୨୨,୦୧୬ ଜଣଙ୍କୁ ସାମିଲ କରାଯାଇଥିଲା । ଅଗଷ୍ଟ ୯ରେ ସର୍ଭେ ତାରିଖ ସ୍ଥିର କରାଯାଇଥିଲା । କାରଣ ଏହି ଦିନ ନୀତିଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବେ ବୋଲି ସ୍ଥିର ହୋଇଯାଇଥିଲା । ଅନ୍ୟପକ୍ଷରେ, ଯଦି ବର୍ତ୍ତମାନ ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଏନଡିଏ (NDA) ୪୧.୪ ପ୍ରତିଶତ ଭୋଟ୍ ପାଉଥିବାବେଳେ ୟୁପିଏ (UPA) ୨୮.୧ ପ୍ରତିଶତ ଓ ଅନ୍ୟ ଦଳଗୁଡିକ ୩୦.୬ ପ୍ରତିଶତ ଭୋଟ୍ ପାଇବେ । ଅର୍ଥାତ୍ ଏଥର ମଧ୍ୟ ଏନଡିଏ ୟୁପିଏ ତୁଳନାରେ ୧୩.୩ ପ୍ରତିଶତ ଅଧିକ ଭୋଟ୍ ପାଇବ ବୋଲି ଆକଳନ କରାଯାଇଛି ।