CM Yogiଙ୍କୁ ହତ୍ୟା ଧମକ, ଟ୍ୱିଟ୍ କରି ଏମିତି କହିଲେ 'Lady Don'
Advertisement

CM Yogiଙ୍କୁ ହତ୍ୟା ଧମକ, ଟ୍ୱିଟ୍ କରି ଏମିତି କହିଲେ 'Lady Don'

ଲେଡି ଡନ୍ ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ଗୋଟିଏ ପରେ ଗୋଟିଏ ଟ୍ୱିଟରେ ଲେଖାଥିଲା ଯେ ବିଧାନସଭା, ଲକ୍ଷ୍ନୌ ରେଳ ଷ୍ଟେସନ ଏବଂ ବସ ଷ୍ଟାଣ୍ଡରେ ବୋମା ଲଗାଯାଇଛି। ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ହତ୍ୟା କରାଯିବ। 

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ସରଗରମ ଉତ୍ତର ପ୍ରଦେଶରେ ହିଂସା ଆଶଙ୍କା ସୃଷ୍ଟି ହୋଇଛି। ଶୁକ୍ରବାର ମଧ୍ୟରାତ୍ରିରେ ସିଏମ୍ ଯୋଗୀ ଆଦିତ୍ୟନାଥ ଏବଂ ଗୋରଖନାଥ ମନ୍ଦିରରେ ବୋମା ମାଡ଼ ମାଡ ଧମକ ଦିଆଯାଇଥିଲା। ଧମକ ମିଳିବା ମାତ୍ରେ ପୋଲିସ ପ୍ରଶାସନରେ ଉତ୍ତେଜନା ଦେଖାଦେଇଥିଲା। ଲେଡି ଡନ୍ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଲକ୍ଷ୍ନୌ ବିଧାନସଭା ବିସ୍ଫୋରଣ ହେବ ବୋଲି ଧମକ ଦିଆଯାଇଛି। 

ସୂଚନାନୁସାରେ, ଲେଡି ଡନ୍ ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ଗୋଟିଏ ପରେ ଗୋଟିଏ ଟ୍ୱିଟରେ ଲେଖାଥିଲା ଯେ ବିଧାନସଭା, ଲକ୍ଷ୍ନୌ ରେଳ ଷ୍ଟେସନ ଏବଂ ବସ ଷ୍ଟାଣ୍ଡରେ ବୋମା ଲଗାଯାଇଛି। ଯୋଗୀ ଆଦିତ୍ୟନାଥ (CM Yogi Adityanath) ଙ୍କୁ ମଧ୍ୟ ହତ୍ୟା କରାଯିବ। ଏକ ଘଣ୍ଟା ପରେ ଭୀମ ସେନା ଅଧ୍ୟକ୍ଷ ସୀମା ସିଂ, ଯୋଗୀ ଆଦିତ୍ୟନାଥଙ୍କୁ ମାନବ ବୋମା ଭାବରେ ହତ୍ୟା କରିବେ। ରସିଦ ଏହି ବୋମା ଲଗାଇଛନ୍ତି।

Also Read: ଓୱେସୀଙ୍କୁ ମାରିବା ପାଇଁ ବନ୍ଧୁ ସଲିମ ଠାରୁ ହତିଆର ନେଇଥିଲା ଅଭିଯୁକ୍ତ ସଚିନ

ଘଟଣାର ଖବର ପାଇବା ମାତ୍ରେ ଗୋରୋଖପୁର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ସମୟରେ ଗୋରଖନାଥ ମଠର ଆଠଟି ସ୍ଥାନରେ ସୁଲେମାନ ଭାଇ ବୋମା ଲଗାଇଥିବାର ଟ୍ୱିଟ କରାଯାଇଥିଲା। ଟ୍ୱିଟରେ ସୀମା ସିଂଙ୍କ ନାମ ପୁଣି ଥରେ ବ୍ୟବହୃତ ହୋଇଥିଲା। ଏକ ଘଣ୍ଟା ପରେ, ଏକ ଟୁଇଟ୍ ହୋଇଥିଲା ଏବଂ ମିରଠର ଦଶଟି ସ୍ଥାନରେ ବୋମା ବିସ୍ଫୋରଣ ମାମଲା ମଧ୍ୟ ଲେଖାଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏସଏସପି ଡକ୍ଟର ବିପିନ ତାଡା କହିଛନ୍ତି ଯେ, ତାଙ୍କୁ ଏହି ବିଷୟରେ ସୂଚନା ମିଳିଛି। ମନ୍ଦିର ଏବଂ ଅନ୍ୟାନ୍ୟ ସ୍ଥାନ ଯାଞ୍ଚ କରାଯାଇଥିଲା। କୌଣସି ସ୍ଥାନରେ ଆପତ୍ତିଜନକ କିଛି ମିଳିଲା ନାହିଁ। ଏହା କାହାର ମଜାକ ବା ପିଲାଲିଆମି ପରି ଦେଖାଯାଉଛି। ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ କରୁଛି। ତେବେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇଥିବା ସୂଚନା ମିଳିନାହିଁ।

Also Read: ମାର୍ଚ୍ଚ ୧୦ ପରେ ଜିଲ୍ଲାରେ ସମାଜବାଦୀ ପତାକା ଉଠାଇବାକୁ କେହି ନଥିବେ: ହୈଦର ଅଲ୍ଲୀ

ସୂଚନାଯୋଗ୍ୟ, ଆସନ୍ତା ୧୦ ତାରିଖରୁ ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ବିଜେପି ପକ୍ଷରୁ ରବିବାର ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୫୮ଟି ଆସନରେ ଭୋଟ ପଡିବ। ତେବେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଆସିବା ସମ୍ବେଦନଶୀଳ ବିଷୟ।  ସତରେ କିଏ ଆତଙ୍କ ଖେଳାଇବାକୁ ଏପରି ଟ୍ୱିଟ୍ କରିଥିଲା ନା, ଘଟଣା ପଛରେ ଆଉ କିଛି କାରଣ ରହିଛି? ତାହା ପୋଲିସର ତଦନ୍ତ ପରେ ଜଣାପଡିବ।