• ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଚେକିଂ ଆରମ୍ଭ
  • ଯାତ୍ରୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ
  • ରେଳ ଷ୍ଟେସନରେ ମଧ୍ୟ କଡ଼ାକଡ଼ି ଚେକିଂ ହେଉଛି
  • ରିପୋର୍ଟ ଆଣି ନ ଥିଲେ ୭ ଦିନ ହୋମ୍ କ୍ୱାରେନଣ୍ଟାଇନ୍
  • କୌଣସି ଯାତ୍ରୀଙ୍କ ଲକ୍ଷଣ ଦେଖାଦେଲେ ଟେଷ୍ଟ ପାଇଁ ବ୍ୟବସ୍ଥା
  • ବିଏମସି ପକ୍ଷରୁ ମାର୍କେଟ ମାନଙ୍କରେ ଚେକିଂ ଜୋରଦାର
  • ଉତ୍କଳ ବିଶ୍ୱବିଦ୍ୟାଳୟର ୪ଜଣ କୋରୋନା ପଜିଟିଭ୍ ଚିହ୍ନଟ
  • ୪ଜଣ କୋରୋନା ସଂକ୍ରମିତଙ୍କ କଣ୍ଟାକଟ୍ରେସିଂ ଚାଲିଛି
  • ବିଏମସି ପକ୍ଷରୁ ଦେୟଯୁକ୍ତ ସଂଗରୋଧ ଆରମ୍ଭ
  • ବାତାନୁକୂଳ ଓ ସାଧାରଣ ବର୍ଗରେ ଲୋକଙ୍କୁ ସେବା ଉପଲବ୍ଧ

ଟିକସ ଭାର ହ୍ରାସ କରିବାକୁ ଦାବି ଉଠାଇଲା କଂଗ୍ରେସ

ନଗର ଉନ୍ନୟନ ବିଭାଗ ଏନେଇ ସ୍ପଷ୍ଟୀକରଣ ରଖିବାକୁ ଦାବି ହୋଇଛି।

ଟିକସ ଭାର ହ୍ରାସ କରିବାକୁ ଦାବି ଉଠାଇଲା କଂଗ୍ରେସ

ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ବେଆଇନ ଭାବେ ଭୁବନେଶ୍ୱର ମହାନଗର ନିଗମ ହୋଲଡିଂ ଟିକସ ନାଗରିକଙ୍କ ଉପରେ ଲଦି ଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ଭାଲୁଏସନ କମିଟି ଗଠନ ହୋଇନାହିଁ। କେହି ଅପିଲ କରିବାର ବ୍ୟବସ୍ଥା ଉପଲବ୍ଧ ନାହିଁ ହେଲେ ୫୬ ପ୍ରକାରର ଟିକସ ନାଗରିକ ଦେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଦଳ। 

ଟିକସ ଭାରରେ ଭାରାକ୍ରାନ୍ତ ହେଲେଣି ଜନସାଧାରଣ। ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ। ନଗର ଉନ୍ନୟନ ବିଭାଗ ଏନେଇ ସ୍ପଷ୍ଟୀକରଣ ରଖିବାକୁ ଦାବି ହୋଇଛି। ଏଥିସହିତ ପୌର ନିର୍ବାଚନ କରିବା ଲାଗି ତୁରନ୍ତ ପଦକ୍ଷେପ ନିଅନ୍ତୁ ସରକାର ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ।

Also Read: ରାଜଧାନୀରେ ଜଳ ଯନ୍ତ୍ରଣା, ଅଚଳ Water ATM କେବେ ହେବ ସଚଳ?

 ଏସବୁ ଦାବି ତୁରନ୍ତ ଦାବି ପୂରଣ ନହେଲେ ଆସନ୍ତା ୧୫ ତାରିଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଦଳ। ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ଦଳ ପକ୍ଷରୁ କୁହାଯାଇଥିବାବେଳେ ଭୁବନେଶ୍ୱର ବାସିନ୍ଦାଙ୍କୁ ଏଥିରେ ସାମିଲ ହୁଅନ୍ତୁ ବୋଲି ଅନୁରୋଧ କରାଯାଇଛି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।