ଚିନ୍ତନ ଶିବିର ପରେ କଂଗ୍ରେସର ବଢ଼ିଲା ଚିନ୍ତା, ଏବେ ଦଳ 'ମିନି ଶିବିର' ପାଇଁ ହେଉଛି ପ୍ରସ୍ତୁତ
Advertisement
Article Detail0/zeeodisha/odisha1190545

ଚିନ୍ତନ ଶିବିର ପରେ କଂଗ୍ରେସର ବଢ଼ିଲା ଚିନ୍ତା, ଏବେ ଦଳ 'ମିନି ଶିବିର' ପାଇଁ ହେଉଛି ପ୍ରସ୍ତୁତ

କଂଗ୍ରେସ (Congress) ର ନବସଂକଳ୍ପ ଚିନ୍ତନ ଶିବିରକୁ ନେଇ ଦଳରେ ହିଁ ପ୍ରଶ୍ନ ଉଠିବାରେ ଲାଗିଛି । କିଛି ନେତା ତ ସେମାନଙ୍କର ଅସନ୍ତୋଷକୁ ହାଇ କମାଣ୍ଡ ଯାଏ ପହଞ୍ଚାଇଛନ୍ତି । ରାଜସ୍ଥାନ ସ୍ଥିତ ଉଦୟପୁରର କଂଗ୍ରେସ କମିଟି ମଧ୍ୟ ଏହି ବିଷୟକୁ ନେଇ ଅସନ୍ତୋଷ ଅଛି ଯେ ଏତେ ବିଶାଳ ଶିବିର ହେବା ପରେ ମଧ୍ୟ ହାଇକମାଣ୍ଡ ତିନି ଦିନ ମଧ୍ୟରେ ସ୍ଥାନୀୟ କଂଗ୍ରେସ କ

ଚିନ୍ତନ ଶିବିର ପରେ କଂଗ୍ରେସର ବଢ଼ିଲା ଚିନ୍ତା, ଏବେ ଦଳ 'ମିନି ଶିବିର' ପାଇଁ ହେଉଛି ପ୍ରସ୍ତୁତ

ନୂଆଦିଲ୍ଲୀ: କଂଗ୍ରେସ (Congress) ର ନବସଂକଳ୍ପ ଚିନ୍ତନ ଶିବିରକୁ ନେଇ ଦଳରେ ହିଁ ପ୍ରଶ୍ନ ଉଠିବାରେ ଲାଗିଛି । କିଛି ନେତା ତ ସେମାନଙ୍କର ଅସନ୍ତୋଷକୁ ହାଇ କମାଣ୍ଡ ଯାଏ ପହଞ୍ଚାଇଛନ୍ତି । ରାଜସ୍ଥାନ ସ୍ଥିତ ଉଦୟପୁରର କଂଗ୍ରେସ କମିଟି ମଧ୍ୟ ଏହି ବିଷୟକୁ ନେଇ ଅସନ୍ତୋଷ ଅଛି ଯେ ଏତେ ବିଶାଳ ଶିବିର ହେବା ପରେ ମଧ୍ୟ ହାଇକମାଣ୍ଡ ତିନି ଦିନ ମଧ୍ୟରେ ସ୍ଥାନୀୟ କଂଗ୍ରେସ କମିଟି ସହ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରି ନଥିଲେ । କେବଳ ଏତିକି ନୁହେଁ କଂଗ୍ରେସ ଶାସିତ ରାଜ୍ୟର ମନ୍ତ୍ରୀମାନେ, ପିସିସି କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ କିଛି ଜାତୀୟ ମୁଖପାତ୍ର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏହି ଅସନ୍ତୋଷକୁ ଦୂର କରିବା ପାଇଁ AICC ବର୍ତ୍ତମାନ ଏକ ମିନି ଶିବିର ଆୟୋଜନ କରିବାକୁ ଚିନ୍ତା କରୁଛି । ଏହାର ତାରିଖ ଶୀଘ୍ର ଘୋଷଣା କରାଯିବ । ଏହି ମିନି ଶିବିରରେ ମୋଟ ୧୨୦ ନେତା ଅଂଶଗ୍ରହଣ କରିବେ । ଏଥିରେ ସମସ୍ତ ରାଜ୍ୟର ପ୍ରାୟ ୭୦ କାର୍ଯ୍ୟକାରୀ ଅଧ୍ୟକ୍ଷ, ରାଜସ୍ଥାନ, ଛତିଶଗଡ଼ରେ ଯେଉଁଠାରେ କଂଗ୍ରେସ ସରକାର ଅଛି, ସେଠାକାର ପ୍ରମୁଖ ମନ୍ତ୍ରୀ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ଯେଉଁଠାରେ ମେଣ୍ଟ ସରକାରରେ କଂଗ୍ରେସର ମନ୍ତ୍ରୀମାନେ ଅଛନ୍ତି, ସେମାନଙ୍କୁ ଆମନ୍ତ୍ରଣ କରାଯିବ ।

ସେପଟେ ଉଦୟପୁରରେ କଂଗ୍ରେସ କମିଟିରେ ଏହି ଶିବିରକୁ ନେଇ ଉତ୍ସାହର ବାତାବରଣ ଦେଖାଦେଇଥିଲା, କିନ୍ତୁ ପ୍ରଶ୍ନ ଉଠାଯାଉଛି ଯେ ଯେଉଁ ସହରରେ ଏତେ ବଡ଼ ଶିବିର ଆୟୋଜିତ ହେଲା, ସେଠାକାର କଂଗ୍ରେସ କମିଟି ସହ ହାଇ କମାଣ୍ଡ ସାକ୍ଷାତ କରିବାର ସମୟ ମଧ୍ୟ ବାହାର କରିପାରିଲେ ନାହିଁ ।

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଟେନସନ୍ ବଢ଼ାଇଲା ନାଟୋ, ଋଷ ସୀମାରେ ମୁତୟନ କଲା ୪୦ ହଜାର ସୈନ୍ୟ

ଏହା ବି ପଢ଼ନ୍ତୁ:-ଓଡ଼ିଶାଠୁ ଆରମ୍ଭ କରି ଦିଲ୍ଲୀ-ୟୁପି ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ ରାଜ୍ୟରେ କେବେ ପହଞ୍ଚିବ ମୌସୁମୀ

ନାମ ଗୋପନ ରଖିବା ସର୍ତ୍ତରେ କଂଗ୍ରେସ କମିଟି ସଦସ୍ୟ କହିଛନ୍ତି ଯେ, ଯେତେବେଳେ ଆମର ନେତା ରାହୁଲ ଗାନ୍ଧୀ କହୁଛନ୍ତି ଯେ ଆମର ଲୋକଙ୍କ ସହ ସମ୍ପର୍କ ଛିନ୍ନ ହୋଇଛି ଓ ଆମକୁ ଲୋକଙ୍କ ମଧ୍ୟରେ ଯିବାକୁ ପଡିବ, ତେବେ ସେ ଏଠାକୁ ଆସି କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକ ଉଦାହରଣ ସୃଷ୍ଟି କରିବା ଉଚିତ୍ । ଯେଉଁ ସହରରେ ସେ ଦେଶର ନେତୃତ୍ୱ ପାଇଁ ଚିନ୍ତନ କରୁଥିଲେ, ସେହି ସହରର ନାଗରିକଙ୍କ ସହ ୧୦ ମିନିଟର ଅଧିବେଶନ ମଧ୍ୟ କରିଥିଲେ ତାଙ୍କ କଥା ଓ କାର୍ଯ୍ୟର ସ୍ପଷ୍ଟତା ଦେଖାଯାଇଥାନ୍ତା ।