• ବିହାର ମୋତିହାରୀର ସିକରହନା ନଦୀରେ ବୁଡ଼ିଲା ଡଙ୍ଗା
  • ୨୧ ଯାତ୍ରୀ ନିଖୋଜ, ଜଣଙ୍କର ମୃତଦେହ ଉଦ୍ଧାର
  • ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଗୁମ୍ମାରେ ଧସିଲା ପାହାଡ଼
  • ଅତିପ୍ରବଳ ବର୍ଷା ଓ ପବନ ଆଶଙ୍କାରେ ଦକ୍ଷିଣ ଓଡ଼ିଶା
  • ବାତ୍ୟା-‘ଗୁଲାବ’ ଆଜି ବିଳମ୍ବିତ ସଂଧ୍ୟାରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
  • ଦିଲ୍ଲୀରୁ ୧୧ଟା ୩୦ରେ ବାତ୍ୟା ସ୍ଥିତିର ସମୀକ୍ଷା କଲେ CM ନବୀନ
  • କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁ ଅଧ୍ୟାପକ ନିଖୋଜ
  • କଟକର ଯୋବ୍ରା ବ୍ୟାରେଜରେ ଏକ ମୃତ ହାତୀ ଠାବ
  • ବରଗଡ଼ ଥାନାରେ ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଅଭିଯୋଗ
  • ଘଟଣାରେ ୪ ପୋଲିସ କର୍ମଚାରୀଙ୍କୁ ପୋଲିସ ରିଜର୍ଭ ଅଫିସକୁ ବଦଳି

ବଦଳିଲେ ବିରୋଧି ଦଳ ନେତା; ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ

ରାଜ୍ୟସଭାରେ ବିରୋଧି ଦଳ ନେତା ଦାୟିତ୍ୱ ନେବା ପୂର୍ବରୁ ଲୋକସଭା ସଂସଦୀୟ ଦଳ ନେତା ଭାବେ ୨୦୧୪-୧୯ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରି ସାରିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ। 

ବଦଳିଲେ ବିରୋଧି ଦଳ ନେତା; ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିରୋଧି ଦଳ ନେତା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ। ଫେବୃଆରୀ ୧୭ ତାରିଖ ମଙ୍ଗଳବାର ସେ ନିଜ ପଦଭାର ଗ୍ରହଣ କରିଛନ୍ତି। ଏନେଇ ରାଜ୍ୟସଭା ସଚ୍ଚିବାଳୟ ପକ୍ଷରୁ ଜାରି ହୋଇଥିବା ବୁଲେଟିନ ଅନୁସାରେ ପୂର୍ବତନ ବିରୋଧି ଦଳ ନେତା ଅଧ୍ୟକ୍ଷ ଗୁଲାମନବୀ ଆଜାଦଙ୍କ କାର୍ଯ୍ୟକାଳ ଗତ ୧୫ ତାରିଖରେ ଶେଷ ହେବା ପରେ ରାଜ୍ୟସଭା  ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଖାଡଗେଙ୍କୁ ଏହି ମାନ୍ୟତା ପ୍ରଦାନ କରିଛନ୍ତି।      

ଦଳୀୟ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ (Mallikarjun Kharge) ବିରୋଧି ଦଳ ନେତା (Opposition Leader) ମାନ୍ୟତା ପ୍ରଦାନ କରିବାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ (Rajyasabha Chairman) ଚିଠି ଲେଖିଥିଲେ କଂଗ୍ରେସ ଅଧ୍ୟକ୍ଷା (Congress Preisdent) ସୋନିଆ ଗାନ୍ଧୀ (Mahatma Gandhi)। ବିଦାୟୀ ବିରୋଧି ଦଳ ନେତା ଗୁଲାମନବୀ ଆଜାଦ (Ghulam Nabi Azad) ଜମ୍ମୁ କାଶ୍ମୀର (Jammu Kashmir) ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ଦେଶର ମୁଣ୍ଡ କୁହାଯାଉଥିବା ଏହି ରାଜ୍ୟକୁ ସ୍ୱତନ୍ତ୍ରତା ପ୍ରଦାନ କରୁଥିବା ୩୭୦ ଧାରା ହଟାଯିବା ପରେ ସମ୍ପୃକ୍ତ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇଥିଲା।   

Also Read: କଂଗ୍ରେସ ଖୋଜୁଛି ଗୁଲାମ ନବୀଙ୍କ ଉତ୍ତରାଧିକରୀ

ରାଜ୍ୟସଭାରେ ବିରୋଧି ଦଳ ନେତା ଦାୟିତ୍ୱ ନେବା ପୂର୍ବରୁ ଲୋକସଭା ସଂସଦୀୟ ଦଳ ନେତା (Loksabha Parliamentarian Leader) ଭାବେ ୨୦୧୪-୧୯ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରି ସାରିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ। ଗତ ୨୦୧୪ ଲୋକସଭା ନିର୍ବାଚନରେ ସେ କର୍ଣ୍ଣାଟକସ୍ଥିତ ଗୁଲବର୍ଗା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ସେ ଏହି ଆସନରୁ ପରାସ୍ତ ହୋଇଥିଲେ। ତାଙ୍କ ପରେ ଏହି ଦାୟିତ୍ୱ ନେଇଥିଲେ ଅଧିର ରଞ୍ଜନ ଚୌଧୁରୀ (Adhir Ranjan Chowdhury)।  

Also Read: 'ମୁଁ ହିନ୍ଦୁସ୍ତାନୀ ମୁସଲିମ ଭାବେ ଗର୍ବିତ'

ଗତ ବର୍ଷ ଜୁନ ୧୨ ତାରିଖରେ ସେ ନିଜ ରାଜ୍ୟ କର୍ଣ୍ଣାଟକ (Karnataka) ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୯ ମସିହାରେ କଂଗ୍ରେସରେ ସାମିଲ ହୋଇଥିଲେ ଖାଡେଗ। କେନ୍ଦ୍ରରେ ଡ.ମନମୋହନ ସିଂହଙ୍କ (Dr. Manmohan Singh) ନେତୃତ୍ୱାଧିନ କଂଗ୍ରେସ ସରକାର କ୍ଷମତାସୀନ ଥିବା ବେଳେ ସେ ରେଳ ସହିତ ଶ୍ରମ ନିୟେୋଜନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଦଳର ଦଳିତ ଚେହେରା ଭାବେ ଜଣାଶୁଣା ସେ।ରାଜ୍ୟସଭା ବିରୋଧି ଦଳ ନେତା ଦୌଡରେ ଖାର୍ଗେଙ୍କ ସମେତ ଆନନ୍ଦ ଶର୍ମା, ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ପ୍ରମୁଖ ସାମିଲ ରହିଥିଲେ।