)
ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ସଙ୍କଟ ମଧ୍ୟରେ ପୁଣି ଥରେ ମୋଦି ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବାୟନାଡ ସାଂସଦ ରାହୁଲ ଗାନ୍ଧୀ । ଦେଶରେ କୋରୋନା ସଂକ୍ରମିତ ମାମଲା ୧୧ ଲକ୍ଷ ଅତିକ୍ରମ କରିଛି । ଅନ୍ୟପକ୍ଷେ ମୋଦି ସରକାରଙ୍କୁ କଟାକ୍ଷ କରି କୋରୋନା କାଳରେ ସରକାରଙ୍କ ୭ ମାସର ସଫଳତା ବିଷୟରେ କହିଛନ୍ତି ରାହୁଲ । ସେ ମଙ୍ଗଳବାର ନିଜେ ଟ୍ୱିଟ କରି ରାଜସ୍ଥାନର ରାଜନୈତିକ ସଂଗ୍ରାମ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ରାଜସ୍ଥାନର ଗେହଲଟ୍ ସରକାରଙ୍କୁ ହଟାଇବାକୁ କେନ୍ଦ୍ର ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେ ।
कोरोना काल में सरकार की उपलब्धियां:
● फरवरी- नमस्ते ट्रंप
● मार्च- MP में सरकार गिराई
● अप्रैल- मोमबत्ती जलवाई
● मई- सरकार की 6वीं सालगिरह
● जून- बिहार में वर्चुअल रैली
● जुलाई- राजस्थान सरकार गिराने की कोशिशइसी लिए देश कोरोना की लड़ाई में 'आत्मनिर्भर' है।
— Rahul Gandhi (@RahulGandhi) July 21, 2020
ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, "କୋରୋନା ଅବଧିରେ ସରକାରଙ୍କ ସଫଳତା: ଫେବୃଆରୀ- ନମସ୍ତେ ଟ୍ରମ୍ପ, ମାର୍ଚ୍ଚ- ମଧ୍ୟପ୍ରଦେଶରେ ସରକାର ଭାଙ୍ଗିବା, ଏପ୍ରିଲ- ମହମବତୀ ଜଳାଇବା, ମେ-ସରକାରଙ୍କ ଷଷ୍ଠ ବାର୍ଷିକୀ, ଜୁନ୍- ବିହାରରେ ଭର୍ଚୁଆଲ୍ ରାଲି, ଜୁଲାଇ- ରାଜସ୍ଥାନ ସରକାରକୁ ହଟାଇବାକୁ ଚେଷ୍ଟା କରିବା । ଏଥିପାଇଁ କୋରୋନା ଲଢ଼େଇରେ ଦେଶ 'ଆତ୍ମନିର୍ଭରଶୀଳ' ।