)
ନୂଆଦିଲ୍ଲୀ: ପୁଣି ବିଜେପି (BJP) କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ (Former Congress President) ତଥା ବର୍ତ୍ତମାନର ବାୟନାଡ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) । ବିଜେପିର ୟୁଟ୍ୟୁବ (YouTube) ର ଭିଡିଓରେ ଡିସଲାଇକ୍ସ ବା ନାପସନ୍ଦ ବଢ଼ିବାକୁ ନେଇ ସେ କଟାକ୍ଷ କରି ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ଯେ, ସେମାନେ Dislike, Comment ବନ୍ଦ କରିପାରିବେ, କିନ୍ତୁ ଆପଣଙ୍କ ସ୍ୱର ନୁହେଁ । ଆମେ ଆପଣଙ୍କ କଥାକୁ ଦୁନିଆ ସାମ୍ନାରେ ରଖିବୁ ।
ଅଧିକ ପଢ଼ନ୍ତୁ:-'ୟୁଟ୍ୟୁବ'ରେ ନାପସନ୍ଦ କରାଯାଉଛି ପିଏମ ମୋଦିଙ୍କ 'ମନ କି ବାତ୍'
ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ଭାଷଣ ବିଜେପି (BJP) ର ଅଫିସିଆଲ୍ ୟୁଟ୍ୟୁବ୍ (YouTube) ପେଜରେ, PMO ଇଣ୍ଡିଆର ଅଫିସିଆଲ୍ ୟୁଟ୍ୟୁବ୍ ପେଜରେ ଏବଂ ମନ୍ କି ବାତ୍ (Mann Ki Baat) କାର୍ଯ୍ୟକ୍ରମର ଭିଡିଓ ପିଏମ ମୋଦିଙ୍କ ୟୁଟ୍ୟୁବ୍ ପେଜରେ ଅପଲୋଡ୍ କରାଯାଇଥିଲା । ଏହି ସମସ୍ତ ପେଜଗୁଡ଼ିକରେ ମନ୍ କି ବାତ୍ ପ୍ରୋଗ୍ରାମ୍ ପସନ୍ଦ ଅପେକ୍ଷା ଅଧିକ ନାପସନ୍ଦ କରାଯାଇଛି । ଭିଡିଓ ଅପଲୋଡ୍ ହେବା ମାତ୍ରେ ଲାଇକ୍ ଠାରୁ ଅଧିକ ଡିସଲାଇକ୍ସ ମିଳିବା ଆରମ୍ଭ ହୋଇଥିଲା । ସେହିପରି ଅନ୍ୟାନ୍ୟ ଭିଡିଓରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି ।
ମନ କି ବାତ୍ ଭିଡିଓକୁ ଡିସଲାଇକ୍ସ କରିବା ପଛରେ ଯୁବକମାନଙ୍କ NEET ଏବଂ JEE ପରୀକ୍ଷାକୁ ବାତିଲ ନକରିବାର ଏକ କାରଣ ଭାବରେ ବିବେଚନା କରାଯାଇଛି । ମନ କି ବାତ୍ ଭିଡିଓ ପରେ ବିଜେପି, ପିଏମ ମୋଦି ଏବଂ ପିଏମଓର ଅନେକ ୟୁଟ୍ୟୁବ ଭିଡିଓରେ ଲାଇକ୍ ଅପେକ୍ଷା ଡିସଲାଇକ୍ସ ବା ନାପସନ୍ଦ ହେବାର ଟ୍ରେଣ୍ଡ ଦେଖିବାକୁ ମିଳିଛି ।
ଏହା ପରେ ବିଜେପି ଏହାର ଅନେକ ଭିଡିଓରେ ଲାଇକ୍ସ ବା ପସନ୍ଦ ଏବଂ ଡିସଲାଇକ୍ସ ନାପସନ୍ଦ ଦେଖାଉଥିବା ବିକଳ୍ପକୁ ବନ୍ଦ କରିଦେଇଛି । କିଛି ଭିଡିଓରେ ମନ୍ତବ୍ୟ ବା କମେଣ୍ଟ ଦେବାର ବିକଳ୍ପ ମଧ୍ୟ ବନ୍ଦ ହୋଇଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ।
ମୋଦି ସରକାରଙ୍କ ଉପରେ ଲଗାତର ଆକ୍ରମଣ ଜାରି ରଖିଛନ୍ତି ରାହୁଲ । ଆଜି ସକାଳେ ସେ ବେରୋଜଗାର ପ୍ରସଙ୍ଗରେ ଟ୍ୱିଟ୍ କରି ସରକାରଙ୍କୁ ଘେରିଥିଲେ । ଏକ ଖବର ସେୟାର କରି ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ, ମୋଦି ସରକାରଙ୍କ ଚିନ୍ତାଧାରା - ସର୍ବନିମ୍ନ ଶାସନ, ସର୍ବାଧିକ ଘରୋଇକରଣ । ସେ ଲେଖିଛନ୍ତି, କୋଭିଡ ତ କେବଳ ଏକ ବାହାନା, ସରକାରୀ କାର୍ଯ୍ୟାଳୟକୁ ସ୍ଥାୟୀ 'କର୍ମଚାରୀମୁକ୍ତ' କରିବା, ଯୁବକଙ୍କ ଭବିଷ୍ୟତ ଚୋରି କରିବା, 'ବନ୍ଧୁ' ମାନଙ୍କୁ ଆଗକୁ ବଢ଼ାଇବା ।