• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

BJPକୁ ବାହୁଡିବେ ବିହାରୀ ବାବୁ! ହାତ ଓ ତୁଣ୍ଡରେ ନାହିଁ ତାଳମେଳ

ଶତ୍ରୁଘ୍ନ ସିହ୍ନା (Shatrughan Sinha) ବର୍ତ୍ତମାନ କହିଛନ୍ତି ଯେ, ସେ ଏହି ମନ୍ତବ୍ୟକୁ 'ବ୍ୟଙ୍ଗ' ଭାବରେ କହିଛନ୍ତି ଏବଂ ଦଳ ବଦଳାଇବାକୁ ତାଙ୍କର ଇଚ୍ଛା ନାହିଁ।

BJPକୁ ବାହୁଡିବେ ବିହାରୀ ବାବୁ! ହାତ ଓ ତୁଣ୍ଡରେ ନାହିଁ ତାଳମେଳ
ଫାଇଲ ଫଟୋ

ପାଟନା: ଭାରତୀୟ ଜନତା ପାର୍ଟି (ବିଜେପି) କୁ ଫେରିବା ନେଇ ହୋଇଥିବା କଳ୍ପନାଜଳ୍ପନାକୁ ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ଖାରଜ କରିଦେଇଛନ୍ତି। ନିକଟରେ ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ଟୁଇଟ୍ କରିଥିଲେ, ଯାହା ପରେ ଏହା ବିଜେପିକୁ ଫେରିବା ପାଇଁ ଏକ ପ୍ରୟାସ ବୋଲି ଚର୍ଚ୍ଚା ଚାଲିଛି।

ଶତ୍ରୁଘ୍ନ ସିହ୍ନା (Shatrughan Sinha) ବର୍ତ୍ତମାନ କହିଛନ୍ତି ଯେ, ସେ ଏହି ମନ୍ତବ୍ୟକୁ 'ବ୍ୟଙ୍ଗ' ଭାବରେ କହିଛନ୍ତି ଏବଂ ଦଳ ବଦଳାଇବାକୁ ତାଙ୍କର ଇଚ୍ଛା ନାହିଁ। ସେ ରବିବାର ଟୁଇଟ୍ କରି କହିଛନ୍ତି, 'ଦୁନିଆରେ ଚାରି ପ୍ରକାରର ଦୁଃଖୀ ଲୋକ ଅଛନ୍ତି। ନିଜ ଦୁଃଖରେ ଦୁଃଖୀ, ଅନ୍ୟର ଦୁଃଖରେ ଦୁଃଖୀ, ଅନ୍ୟମାନଙ୍କ ଖୁସିରେ ଦୁଃଖୀ ଏବଂ ବିନା କାରଣରେ ମୋଦି (Narendra Modi) ଙ୍କ ଉପରେ ଦୁଃଖୀ।'

Also Read: ବଙ୍ଗଳାରେ ପୁଣି CM-Governor ଲଢେଇ, କେନ୍ଦ୍ରକୁ ଟେକା ଫୋପାଡିଲେ ଦିଦି

ବିହାରି ବାବୁ ଭାବେ ଜଣାଶୁଣା ଲୋକପ୍ରିୟ ଅଭିନେତା ତଥା କଂଗ୍ରେସ ନେତା କହିଛନ୍ତି, 'ଏହା ମନୋରଞ୍ଜନ ପାଇଁ ରବିବାରର ବ୍ୟଙ୍ଗ ଭାବରେ କହିଥିଲି। ମନୋରଞ୍ଜନ ପାଇଁ ମୁଁ ପ୍ରତି ରବିବାର କିଛି ଟୁଇଟ୍ କରେ ଏବଂ ସେଥିରୁ କୈଣସି ରାଜନୈତିକ ଅର୍ଥ ବାହାର କରିବା ଉଚିତ୍ ନୁହେଁ। କଂଗ୍ରେସ (Congress) ଛାଡି ବିଜେପିରେ ଯୋଗଦେବା ପାଇଁ ମୋର କୌଣସି ଭାବନା ନାହିଁ କିମ୍ବା ଏ ବାବଦରେ ମୋର କୌଣସି ଇଚ୍ଛା ନାହିଁ।'

ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଶତ୍ରୁଘ୍ନ ସିହ୍ନା ବିଜେପି ଛାଡି ୨୦୧୯ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କ ଜନ୍ମ ମାଟି ପାଟନା ସାହେବ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୦୦୯, ୨୦୧୪ରେ ଏକ ବିଶାଳ ବ୍ୟବଧାନରେ ବିଜେପି ଟିକେଟରେ ସମାନ ଆସନରୁ ଜିତିଥିଲେ। କିନ୍ତୁ ସେ ୨୦୧୯ରେ ପାଟନା ସାହେବରୁ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଠାରୁ ହାରିଥିଲେ।

Also Read: Puducherry Assembly: ୪୦ ବର୍ଷ ପରେ ନିଯୁକ୍ତ ହେଲେ ମହିଳା ମନ୍ତ୍ରୀ

ବିଜେପି ଛାଡିବା ପୂର୍ବରୁ ଶତ୍ରୁଘ୍ନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଙ୍କ ବିରୋଧରେ ଅନେକ ପରୋକ୍ଷ ମନ୍ତବ୍ୟ ଦେଇଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ନିର୍ବାଚନରେ ​​ହାରିଯିବା ସହ ଶତ୍ରୁଘ୍ନ ସିହ୍ନା ସର୍ବ ପୁରାତନ ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ନଆସିବାରୁ ମୋଦିଙ୍କ ଉପରେ ତାଙ୍କର ମନ୍ତବ୍ୟ ରାଜନୌତିକ ମହଲରେ ତାଙ୍କ ପୁରୁଣା ଦଳକୁ ଫେରିବା ନେଇ ଚର୍ଚ୍ଚା ହେଇଛି।

ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ, ସେ ବିଜେପି (BJP) ରେ ରାଜନୀତି ଶିଖିଥିଲେ ଏବଂ ଗେରୁଆ ଦଳରେ ତାଙ୍କର ଅନେକ “ଭଲ ବନ୍ଧୁ” ଅଛନ୍ତି। ବିମୁଦ୍ରୀକରଣ ଏବଂ ଜଟିଳ GST ଲାଗୁ ଭଳି କେତେକ ପ୍ରସଙ୍ଗରେ ନେତୃତ୍ୱ ସହ ସହମତ ନହେବା ପରେ ମୁଁ ବିଜେପି ଛାଡିଥିଲି ଆଉ ଏବେ ବି ମୁଁ ମୋର ନିଷ୍ପତ୍ତିରେ ଅଟଳ ଅଛି।'

Also Read: ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତ୍ତନର ଶଙ୍ଖନାଦ

କଂଗ୍ରେସ ଦଳରେ ତାଙ୍କ ଭବିଷ୍ୟତ ସମ୍ପର୍କରେ ବିହାରୀ ବାବୁ କହିଛନ୍ତି, 'ଗତ ଦୁଇଟି ସାଧାରଣ ନିର୍ବାଚନରେ ​​କମ୍ ସଂଖ୍ୟକ ସାଂସଦଙ୍କ ଆଧାରରେ ଆମେ ପୁରୁଣା ଦଳକୁ ପ୍ରତ୍ୟାଖ୍ୟାନ କରିବା ଉଚିତ୍ ନୁହେଁ। କଂଗ୍ରେସ କ୍ଷମତାକୁ ଆସିପାରେ। ଜଣେ ଭୁଲିଯିବା ଉଚିତ ନୁହେଁ ଯେ, ବିଜେପି ମଧ୍ୟ ଏକଦା ଦୁଇଟି ସାଂସଦଙ୍କ ଦଳ ଥିଲା।'