Advertisement
Article Detail0/zeeodisha/odisha2676984
Zee OdishaOdisha PoliticsOdisha Assembly: ବିଧାନସଭା ଭିତରେ ତାରା-ଜୟ ନାରାୟଣ ହାତାହାତି

Odisha Assembly: ବିଧାନସଭା ଭିତରେ ତାରା-ଜୟ ନାରାୟଣ ହାତାହାତି

Odisha Assembly: ଆଜି ରାଜ୍ୟ ବିଧାନସଭାରେ ୨ ବରିଷ୍ଠ ବିଧାୟକଙ୍କ ଭିତରେ ହାତାହାତି ହୋଇଥିବା ଦେଖିବାକୁ ମିଳିଛି। ପ୍ରେଶ୍ନୋତ୍ତର କାଳ ଚାଲିଥିବା ବେଳେ ତାରା ବାହିନୀ ପତି  ଏବଂ ଶାସକ ଦଳର ବିବାଦୀୟ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଭିତରେ ପ୍ରଥମେ କଥାକଟାକଟି ଓ ପରେ ପେଲାଠେଲା ହୋଇଥିଲା। ଏହାପରେ , ଗୃହରେ ଅସ୍ବାଭିକ ପରିସ୍ଥିତି ଦେଖିବାକୁ ମିଳିଥିଲା। 

Odisha Assembly: ବିଧାନସଭା ଭିତରେ ତାରା-ଜୟ ନାରାୟଣ ହାତାହାତି

Odisha Assembly: ଆଜି ରାଜ୍ୟ ବିଧାନସଭାରେ ୨ ବରିଷ୍ଠ ବିଧାୟକଙ୍କ ଭିତରେ ହାତାହାତି ହୋଇଥିବା ଦେଖିବାକୁ ମିଳିଛି। ପ୍ରେଶ୍ନୋତ୍ତର କାଳ ଚାଲିଥିବା ବେଳେ ତାରା ବାହିନୀ ପତି  ଏବଂ ଶାସକ ଦଳର ବିବାଦୀୟ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଭିତରେ ପ୍ରଥମେ କଥାକଟାକଟି ଓ ପରେ ପେଲାଠେଲା ହୋଇଥିଲା। ଏହାପରେ , ଗୃହରେ ଅସ୍ବାଭିକ ପରିସ୍ଥିତି ଦେଖିବାକୁ ମିଳିଥିଲା।  ବଚସ୍ପତି ସୁରମା ପାଢି ଗୃହକୁ ଶୃଙ୍ଖଳିତ କରିବାକୁ ଯାଇ ପ୍ରଶ୍ନୋତ୍ତର କାଳକୁ ବାତିଲ୍ କରିଥିଲେ। ଏହାସହ ଗୃହ କାର୍ଯ୍ୟକୁ ସାମୟିକ ମୁଲତବୀ କରିଛନ୍ତି। 

ବନ୍ଦେ ଉତ୍କଳ ଜନନୀକୁ ଅସମ୍ମାନ ଏବଂ ଓଡିଶାରେ  ମିଶିବା ଏକ ଐତିହାସିକ ଭୁଲ୍ ବୋଲି ଜୟନାରାୟମିଶ୍ର ଦେଇଥିବା ବୟାନକୁ କେନ୍ଦ୍ର କରି ଆଜି ପୁଣି ଥରେ ଗୃହରେ ହଟ୍ଟଗୋଳ ହୋଇଥିଲା। ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ଶାସକ ଦଳକୁ ଘେରିଥିଲେ। କଂଗ୍ରେସ ବିଧାୟକମାନେ ବିଧାନସଭା ଆରମ୍ଭ ହେବା ପୂର୍ବରୁ ମହାତ୍ମା ଗାନ୍ଦୀଙ୍କ ପ୍ରତିମୂର୍ତ୍ତୀ ତଳେ ଗତକାଲି ପରି ଧାରଣା ଦେଇଥିଲେ। ସେତେବେଳେ, ପ୍ରସଙ୍ଗ କିନ୍ତୁ ଓଡି଼ଶାରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳ ଓ ବଢୁଥିବା ନାରୀ ନିର୍ଯ୍ୟାତନା ରହିଥିଲା। ଗୃହ ଭିତରେ ବିଜେଡିର ସଦସ୍ୟମାନେ ଜୟନାରାୟଣ ଦେଇଥିବା ମନ୍ତବ୍ୟକୁ ଉଲ୍ଲଖେ କରି ମୁଖ୍ୟମନ୍ତ୍ରୀଙ୍କ ବୟାନ୍ ଦାବି କରିଥିଲେ।

ଏ ଭିତରେ କିନ୍ତୁ ବାଚସ୍ପତି ପ୍ରଶ୍ନୋତ୍ତର କାଳ ଜାରି ରଖିବା ସହ ବିରୋଧି ଦଳର ନେତାମାନଙ୍କୁ ନିଜ ନିଜ ଆସନରେ ବସିବା ଲାଗି ବାରମ୍ବାର ଆନୁରୋଧ କରିଥିଲେ। ହେଲେ ବିରୋଧି ଦଳର ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ସହିତ ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କୁ ଆକ୍ଷେପ କରିଥିଲେ। ଏହା ଦ୍ବାରା ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି,ନେତାମାନେ ପରପ୍ପରକୁ ଆକ୍ରମଣ କରିବାକୁ ହଟ୍ଟିନ ଥିଲେ। କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀ ପତି ଓଜୟନାରାୟଣଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା।   

Add Zee News as a Preferred Source

 

About the Author