ବିଧାୟକଙ୍କୁ ୬୦ ଅଡୁଆ, ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉଠାଇଲେ ସୁର
Advertisement

ବିଧାୟକଙ୍କୁ ୬୦ ଅଡୁଆ, ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉଠାଇଲେ ସୁର

ଅନ୍ୟପକ୍ଷରେ ବାଚସ୍ପତିଙ୍କ କହିବା କଥା ସୁର ରାଉତରାୟ କଥାକୁ ଠିକ ସେ ବୁଝି ନାହାଁନ୍ତି । କେବଳ ସେମାନଙ୍କ ସୁରକ୍ଷା ଲାଗି ସେମାନଙ୍କୁ ବିକଳ୍ପ ଦିଆଯାଇଛି ।  ନଚେତ ଯଦି କୌଣସି ୬୦ ବର୍ଷରୁ ଅଧିକ ବିଧାୟକ ବିଧାନସଭାକୁ ପ୍ରବେଶ କରିବାକୁ ଚାହୁଁଥାନ୍ତି, କୋଭିଡ ନେଗେଟିଭ ହେଲେ ସେମାନେ ମଧ୍ୟ ଗୃହକୁ ପ୍ରବେଶ କରିପାରିବେ ବୋଲି ବାଚସ୍ପତି ସୂର୍ଯ୍ୟ ପାତ୍ର କହିଛନ୍ତି। 

ବିଧାୟକଙ୍କୁ ୬୦ ଅଡୁଆ, ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉଠାଇଲେ ସୁର

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବିଧାୟକଙ୍କୁ ୬୦ ଅଡୁଆ । ଷାଠିଏ ବର୍ଷରୁ ଅଧିକ ହୋଇଥିଲେ କୋରୋନା ଭୟାବହତା ଦୃଷ୍ଟିରୁ ବିଧାନସଭା ଭିତରକୁ ନଯାଇ ବାହାରେ ବିଭିନ୍ନ କେନ୍ଦ୍ରରେ ଅନ ଲାଇନରେ ବିଧାୟକ ଯୋଡି ହୋଇପାରିବେ ବୋଲି ନିଆଯାଇଥିବା ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । 
 
ଏ ପ୍ରସଙ୍ଗରେ ସେ ବାଚସ୍ପତିଙ୍କୁ ଚିଠି ଲେଖିବା ସହ ଯଦି ଏଭଳି ହୁଏ ସେ ବିଧାନସଭା ବର୍ଜନ କରିବେ ବୋଲି କହିଛନ୍ତି । ଏପରିକି ଲୋକେ ତାଙ୍କୁ ପ୍ରତିନିଧି କରି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପଠାଇଥିବାରୁ କୋଭିଡ ଟେଷ୍ଟ କରି ସମସ୍ତ ବିଧାୟକଙ୍କୁ ବିଧାନସଭା ଭିତରକୁ ଯିବାର ଅନୁମତି ମିଳୁ ବୋଲି କଂଗ୍ରେସ ବିଧାୟକ ଦାବି କରିଛନ୍ତି । ନଚେତ ସେ ବିଧାନସଭାକୁ ସମ୍ପୂର୍ଣ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏପରିକି ବିରୋଧି ଦଳ ନେତା ମଧ୍ୟ ପରୋକ୍ଷରେ ସୁରଙ୍କୁ ସମର୍ଥନ କରିଛନ୍ତି । 

ବିଧାୟକଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ପରୀକ୍ଷା କରାଯାଇ ବିଧାନସଭାରେ ପ୍ରବେଶ ଅନୁମତି ମିଳୁ ବୋଲି କହିଛନ୍ତି ବିରୋଧି ଦଳ ନେତା । କୋରୋନା ଭୟାବହତାକୁ ଦେଖି କିଛି ଦୃଷ୍ଟିରୁ ବରିଷ୍ଠ ବିଧାୟକଙ୍କ ସ୍ୱାସ୍ଥ୍ୟକୁ ଦେଖି ଏହି ନିଷ୍ପତ୍ତି ଠିକ ହେଲେ ମଧ୍ୟ କୋରୋନା ପରୀକ୍ଷା କରାଯାଇ ରିପୋର୍ଟ ନେଗେଟିଭ ଆସିଲେ ଗୃହକୁ ପ୍ରବେଶରେ ଅସୁବିଧା କେଉଁଠି ଅଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ କରିଛନ୍ତି । 
 
ଅନ୍ୟପକ୍ଷେ ସ୍ଥିତିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିବାବେଳେ ବରିଷ୍ଠ ବିଧାୟକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏଭଳି କରାଯାଇଛି । ଏପରିକି କୌଣସି ବିଧାୟକଙ୍କୁ ବିଧାନସଭା ଯିବାକୁ ମନା କରାଯାଇ ନାହିଁ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନେ ବିଧାନସଭା ନଆସି ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ(District Head Quarter), ଓକାକ, ଏନଆଇସି ଆଦି ସ୍ଥାନରେ ଡିଜିଟାଲ ମାଧ୍ୟମରେ ଯୋଡି ହୋଇପାରିବେ । ଏଥିରେ ଅନୁମତି ଦିଆ ନ ଯିବାର ପ୍ରଶ୍ନ ନାହିଁ ବୋଲି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି । 

ଅନ୍ୟପକ୍ଷରେ ବାଚସ୍ପତିଙ୍କ କହିବା କଥା ସୁର ରାଉତରାୟ କଥାକୁ ଠିକ ସେ ବୁଝି ନାହାଁନ୍ତି । କେବଳ ସେମାନଙ୍କ ସୁରକ୍ଷା ଲାଗି ସେମାନଙ୍କୁ ବିକଳ୍ପ ଦିଆଯାଇଛି ।  ନଚେତ ଯଦି କୌଣସି ୬୦ ବର୍ଷରୁ ଅଧିକ ବିଧାୟକ ବିଧାନସଭାକୁ ପ୍ରବେଶ କରିବାକୁ ଚାହୁଁଥାନ୍ତି, କୋଭିଡ ନେଗେଟିଭ(Covid Negetive) ହେଲେ ସେମାନେ ମଧ୍ୟ ଗୃହକୁ ପ୍ରବେଶ କରିପାରିବେ ବୋଲି ବାଚସ୍ପତି ସୂର୍ଯ୍ୟ ପାତ୍ର (Speaker Surya Patro) କହିଛନ୍ତି । 

ଶାସକ ଦଳ ବିଜେଡି ସମେତ କଂଗ୍ରେସର ବହୁ ବିଧାୟକ ୬୦ ବର୍ଷରୁ ଅଧିକ ବୟସର ଅଛନ୍ତି । ସେଥିମଧ୍ୟରୁ ବିଜେଡିର ପ୍ରଦୀପ ମହାରଥୀ, ନିତ୍ୟାନନ୍ଦ ଗଣ୍ଡ, ଅନନ୍ତ ଦାସ, ବଦ୍ରିନାରାୟଣ ପାତ୍ର, ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂ, ସାବିତ୍ରୀ ଅଗ୍ରୱଲ, ଉଷା ଦେବୀ ପ୍ରମୁଖ ରହିଛନ୍ତି । ସେହିଭଳି କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର (Congress Lagislator Party Leader Narsingh Mishra), ସୁରେଶ ରାଉତରାୟ (Suresh Routray) ପ୍ରମୁଖ ୬୦ ବର୍ଷରୁ ଅଧିକ ବର୍ଗରେ ରହିଛନ୍ତି । 

ଏହି ପ୍ରମୁଖ ଚେହେରା ଏହି ବର୍ଗରେ ଯାଉଥିବାବେଳେ ନିଷ୍ପତ୍ତି ଅନୁଯାୟୀ ଏମାନେ ବିଧାନସଭା ଯିବେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷେ ବର୍ତ୍ତମାନ ବହୁ ବିଧାୟକ ଏବଂ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାବେଳେ ବିଧାନସଭା ପୂର୍ବରୁ କରୋନା ପରୀକ୍ଷା ପରେ ସ୍ଥିତି ସ୍ପଷ୍ଟ ହେବ ।