ପୁଣି ମୋଦି ସରକାର ଉପରେ କଡ଼ା ପ୍ରହାର କଲେ ସୋନିଆ ଗାନ୍ଧୀ, କହିଲେ ଏପରି କିଛି
Advertisement

ପୁଣି ମୋଦି ସରକାର ଉପରେ କଡ଼ା ପ୍ରହାର କଲେ ସୋନିଆ ଗାନ୍ଧୀ, କହିଲେ ଏପରି କିଛି

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ, ମୋଦି ସରକାର ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ୱିଧାନିକ ମୂଲ୍ୟବୋଧ ଏବଂ ପ୍ରତିଷ୍ଠିତ ପରମ୍ପରା ବିରୁଦ୍ଧରେ ଛିଡା ହୋଇଛନ୍ତି ।

ପୁଣି ମୋଦି ସରକାର ଉପରେ କଡ଼ା ପ୍ରହାର କଲେ ସୋନିଆ ଗାନ୍ଧୀ, କହିଲେ ଏପରି କିଛି

ତମାଲ ବାକଚି, ନୂଆଦିଲ୍ଲୀ: ଦେଶ ଆଜି ୭୪ତମ ସ୍ୱାଧୀନତା ଦିବସ(Independence Day) ପାଳନ କରୁଛି । ଏହି ଅବସରରେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା(Congress President) ସୋନିଆ ଗାନ୍ଧୀ(Sonia Gandhi) । ଏହା ସହ ମୋଦି ସରକାର(Modi Government)ଙ୍କ ଉପରେ କଡ଼ା ପ୍ରହାର  କରିଛନ୍ତି ସେ । ସେ କହିଛନ୍ତି ଯେ, ସରକାର ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ୱିଧାନିକ ମୂଲ୍ୟବୋଧ ଏବଂ ପ୍ରତିଷ୍ଠିତ ପରମ୍ପରା ବିରୁଦ୍ଧରେ ଛିଡା ହୋଇଛନ୍ତି ।

ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି ଯେ, "ଆମ ଭାରତର ଖ୍ୟାତି ସମଗ୍ର ବିଶ୍ୱରେ ନା କେବଳ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିଭିନ୍ନ ଭାଷା, ଧର୍ମ, ସଂପ୍ରଦାୟର ବିବିଧତା କାରଣ ରହିଛି, ବରଂ ଭାରତ ପ୍ରତିକୂଳ ପରିସ୍ଥିତିର ମୁକାବିଲା ଏକତା ସହିତ କରିବା ପାଇଁ ମଧ୍ୟ ପରିଚିତ । ଆଜି ଯେତେବେଳେ ସମଗ୍ର ବିଶ୍ୱ କୋରୋନା ମହାମାରୀର ମହାବିଭିଷିକା ସହ ସଂଘର୍ଷ କରୁଛନ୍ତି, ସେତେବେଳେ ଭାରତ ଏକଜୁଟ ହୋଇ ଏହି ମହାମାରୀକୁ ମାତ୍ ଦେବା ପାଇଁ ସଂକଳ୍ପ କରିବାକୁ ହେବା । ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ କହିପାରେ ଯେ ଆମେ ସମସ୍ତେ ଏକାଠି ହୋଇ ଏହି ମହାମାରୀ ଓ ଭୟଙ୍କର ଅର୍ଥନୈତିକ ସଙ୍କଟର ଦଶାରୁ ବାହାରକୁ ଆସିଯିବୁ ।" 

ଅଧିକ ପଢ଼ନ୍ତୁ:-ଦିନେ ସଚିନ ପାଇଲଟଙ୍କୁ କହିଥିଲେ 'ନିକମ୍ମା', ଏବେ ପ୍ରଶଂସାରେ ପୋତି ପକାଇଲେ ଗେହଲଟ୍

 

ସେ କହିଛନ୍ତି ଯେ, "ଆମେ ଗତ ୭୪ ବର୍ଷର ସ୍ୱାଧୀନତାରେ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମୟ ସମୟରେ ପରୀକ୍ଷା କରିଛୁ ଏବଂ କ୍ରମାଗତ ଭାବରେ ପରିପକ୍ୱ ହୋଇଛୁ । ଆଜି ଏପରି ଦେଖାଯାଉଛି ଯେ ସରକାର ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ବିଧାନିକ ମୂଲ୍ୟବୋଧ ଏବଂ ପ୍ରତିଷ୍ଠିତ ପରମ୍ପରା ବିରୁଦ୍ଧରେ ଛିଡା ହୋଇଛନ୍ତି । ଭାରତୀୟ ଗଣତନ୍ତ୍ର ପାଇଁ ଏହା ମଧ୍ୟ ପରୀକ୍ଷଣର ସମୟ ।"

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !

ଚୀନ୍ ଓ ଭାରତୀୟ ସେନା ମଧ୍ୟରେ ହୋଇଥିବା ମୁହାଁମୁହିଁ ପ୍ରସଙ୍ଗରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, "କର୍ଣ୍ଣେଲ ସନ୍ତୋଷ ବାବୁ ସମେତ ଆମର ୨୦ ଯବାନଙ୍କ ଗଲୱାନ୍ ଉପତ୍ୟକାରେ ବୀରଗତିର ୬୦ ଦିନ ଅତିବାହିତ ହୋଇଯାଇଛି । ମୁଁ ସେମାନଙ୍କୁ ସ୍ମରଣ କରି ସେମାନଙ୍କ ସାହସିକତାକୁ ନମସ୍କାର କରୁଛି ଓ ସରକାରଙ୍କୁ ସେମାନଙ୍କର ବୀରତ୍ୱକୁ ମନେ ରଖିବାକୁ ଏବଂ ଉଚିତ୍ ସମ୍ମାନ ଦେବାକୁ ଅନୁରୋଧ କରୁଛି । ଭାରତର ମାତୃଭୂମିକୁ ସୁରକ୍ଷା ଦେବା ଏବଂ ଚାଇନାର ଅତିକ୍ରମଣକୁ ରୋକିବା ସେମାନଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।"

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?

କଂଗ୍ରେସ ଅଧ୍ୟକ୍ଷା ଆହୁରି କହିଛନ୍ତି ଯେ, "ଆଜି ପ୍ରତ୍ୟେକ ଦେଶବାସୀଙ୍କୁ ଅନ୍ତରାମ୍ମାକୁ ଦେଖି ଏହା ଚିନ୍ତା କରିବାର ଆବଶ୍ୟକତା ଯେ ସ୍ୱାଧୀନତାର ଅର୍ଥ କ'ଣ ? କ'ଣ ଆଜି ଦେଶରେ ଲେଖିବା, କହିବା, ପ୍ରଶ୍ନ ପଚାରିବା, ମତଭେଦ, ମତ ରଖିବା, ଉତ୍ତରଦାୟିତ୍ୱ ଦାବି କରିବାର ସ୍ୱାଧୀନତା ଅଛି କି ? ଏକ ଦାୟିତ୍ୱବାନ ବିରୋଧୀ ଭାବରେ ଆମର ଉତ୍ତରଦାୟିତ୍ୱ ଯେ ଭାରତର ଗଣତାନ୍ତ୍ରିକ ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆମେ ସମସ୍ତ ପ୍ରୟାସ ଏବଂ ସଂଗ୍ରାମ କରିବା ।"