ବଢ଼ିଚାଲିଛି ତୈଳ ଦର, ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ
Advertisement

ବଢ଼ିଚାଲିଛି ତୈଳ ଦର, ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ

୬ ଦିନ ପୂର୍ବରୁ ଭୁବନେଶ୍ୱରରେ ୭୨ ଟଙ୍କା ଭିତରେ ପେଟ୍ରୋଲ ଦର ରହିଥିଲା । ଏବେ ଏହା ୭୫.୬ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ମଧ୍ୟ ୭୧ ଟଙ୍କା ପାର କରିସାରିଲାଣି ।

ଫଟୋ ସୌଜନ୍ୟ: ଜୀ ମିଡିଆ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ୬ ଦିନରେ ୩ଟଙ୍କା ୨୯ ପଇସା ବଢ଼ିଲାଣି ପେଟ୍ରୋଲ ଦର । ଡିଜେଲ ଦରରେ ମଧ୍ୟ ସମାନ ଅବସ୍ଥା । ଅନଲକ୍ ୧.୦ ଆରମ୍ଭ ହେବା ପରେ ଦେଶ ସ୍ୱାଭାବିକ ସ୍ଥିତିକୁ ଗତି କରୁଛି ସତ, ହେଲେ ତୈଳ ଦର ମଧ୍ୟ ବଢ଼ିଚାଲିଛି । ଯାହାକୁ ନେଇ ପ୍ରତିବାଦ କରିଛି ଯୁବ କଂଗ୍ରେସ । ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । 

fallback

ମୋଦି, ନବୀନ ଓ ଧର୍ମେନ୍ଦ୍ର, ଯୁବ କଂଗ୍ରେସର ରୋଷରୁ କେହି ବାଦ୍ ପଡ଼ିଲେନି । ତୈଳ ଦର ବୃଦ୍ଧି ପ୍ରତିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଯୁବ କଂଗ୍ରେସ କର୍ମକର୍ତ୍ତା । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ । କୋରୋନା ପରି ସଙ୍କଟ ସମୟରେ ତୈଳ ଦର ବୃଦ୍ଧିକୁ ସହଜରେ ହଜମ କରିପାରିନି କଂଗ୍ରେସ । ଏହା ଉପରେ ଲଗାମ ନ ଲାଗିଲେ, ଆଗକୁ ଭୟାବହ ଆନ୍ଦୋଳନ ହେବ ବୋଲି ଧମକ ଦିଆଯାଇଛି । 

fallback

୬ ଦିନ ପୂର୍ବରୁ ଭୁବନେଶ୍ୱରରେ ୭୨ ଟଙ୍କା ଭିତରେ ପେଟ୍ରୋଲ ଦର ରହିଥିଲା । ଏବେ ଏହା ୭୫.୬ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ମଧ୍ୟ ୭୧ ଟଙ୍କା ପାର କରିସାରିଲାଣି । ଅନଲଗ ୧.୦ ପରେ ହିଁ ବଢ଼ିଚାଲିଛି ଦୈଳ ଦର । କୋରୋନା ସମୟରେ ତୈଳ ଦର ବୃଦ୍ଧି ନିଶ୍ଚିତ ଭାବେ ଗ୍ରାହକଙ୍କୁ ବାଧୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇ ମଧ୍ୟ ଦେଶର ଏହାକୁ ବୃଦ୍ଧି କରାଯାଇଛି । ଯାହକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । 

ନଜର ପକାନ୍ତୁ ଦେଶର ପ୍ରମୁଖ ସହର ଗୁଡ଼ିକରେ ଆଜିର ତୈଳଦର ସମ୍ପର୍କରେ...

ତୈଳ ଦର ବୃଦ୍ଧି ଘଟିବା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା  ୭୪.୫୭ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୭୨.୮୧ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ସେହିପରି ଅନ୍ୟ ସହର ଗୁଡ଼ିକ ମଧ୍ୟରେ କୋଲକାତାରେ ଲିଟର ପିଛା ୭୬.୪୮ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଦର ୬୮.୭୦ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଦର ୮୧.୫୩ ଓ ଡିଜେଲ ଦର ୭୧.୪୮ ଟଙ୍କା ରହିଛି । ଚେନ୍ନାଇରେ ମଧ୍ୟ ତୈଳଦରରେ ବୃଦ୍ଧି ଘଟି ପେଟ୍ରୋଲ ଲିଟର ପିଛା ୭୮.୪୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଦର ୭୧.୧୪ ଟଙ୍କା ରହିଛି । 

ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ତୈଳଦର ପରିବର୍ତ୍ତନ ଉପରେ ସରକାର ପୁନର୍ବାର ଦୈନିକ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।  କିଛି ତୈଳ କମ୍ପାନୀ ନିୟମିତ ବ୍ୟବଧାନରେ ବିମାନ ଇନ୍ଧନର ଦର ବୃଦ୍ଧି କରିଥିଲା । ମାତ୍ର ମାର୍ଚ୍ଚ ୧୬ ତାରିଖ ପରଠାରୁ ହିଁ ଦେଶରେ ତୈଳଦରରେ କୌଣସି ପରିବର୍ତ୍ତନ ହୋଇନଥିବା ସେ ସୂଚନା ଦେଇଥିଲେ । ତେବେ ପୂର୍ବରୁ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲଗାଇବା ପରେ ଏହି ତୈଳଦର ପରିବର୍ତ୍ତନ ଉପରେ ରୋକ ଲଗାଇଦେଇଥିଲେ ।