ବାଚସ୍ପତି ସୁରମା ପାଢୀଙ୍କୁ ଚିଠି ଲେଖିଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ପହଲଗାମ୍ ଆତଙ୍କୀ ହମ୍ଲା ଘଟଣା ଆଲୋଚନା ପାଇଁ ପ୍ରସ୍ତାବ ଚିଠିରେ ପ୍ରସ୍ତାବ ଦେଇଛନ୍ତି ।
Trending Photos
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ପହଲଗାମ୍ ହମଲା ନେଇ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ରାହୁଲ ଚିଠିରେ ଉଲ୍ଲେଖ କରିଛନ୍ତି । ସଂସଦର ଉଭୟ ଗୃହର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ରାହୁଲ ପ୍ରସ୍ତାବ ଦେଇଛନ୍ତି ।
ସେହିପରି, ଓଡ଼ିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ବାଚସ୍ପତି ସୁରମା ପାଢୀଙ୍କୁ ଚିଠି ଲେଖିଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ପହଲଗାମ୍ ଆତଙ୍କୀ ହମ୍ଲା ଘଟଣା ଆଲୋଚନା ପାଇଁ ପ୍ରସ୍ତାବ ଚିଠିରେ ପ୍ରସ୍ତାବ ଦେଇଛନ୍ତି ।
ସୂଚନାଯୋଗ୍ୟ, ପହଲଗାମ୍ ହମ୍ଲାକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଗୃହ ସଚିବଙ୍କ ସହ ବିଏସ୍ଏଫ୍, ଆସାମ ରାଇଫଲ୍ସ ଓ NSG ଡିଜି ଉପସ୍ଥିତ ରହିଥିଲେ । CRPF ଓ CISFର ପ୍ରମୁଖ ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଥିବା ଜଣାପଡିଛି । ପହଲଗାମ ଆକ୍ରମଣ ପରେ ଆତଙ୍କ ନିରୋଧୀ ଅପରେସନ ଜୋରଦାର୍ ଆରମ୍ଭ କରାଯାଇଛି । ଜମ୍ମୁ କାଶ୍ମୀରର ଅନେକ ସ୍ଥାନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ ଜାରି ରହିଛି ।
Also Read- ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା
Also Read- Liver Health: ଏହି ଭିଟାମିନର ଅଭାବରେ ଖରାପ ହୁଏ ଲିଭର, ତେଣୁ ବେଳରୁ ସାବଧାନ !