corona କବଳରେ ରାଜନେତା
Advertisement

corona କବଳରେ ରାଜନେତା

  corona:ଦେଶରେ କୋରୋନା ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। ବର୍ତ୍ତମାନ ପରିସ୍ଥିତିରେ ୨୩ ଲକ୍ଷ ପାଖାପାଖି କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୫୦ ହଜାର ପାଖାପାଖି ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ପହଞ୍ଚିଛି। 

corona କବଳରେ ରାଜନେତା

ନୂଆଦିଲ୍ଲୀ: 

corona:ଦେଶରେ କୋରୋନା ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। ବର୍ତ୍ତମାନ ପରିସ୍ଥିତିରେ ୨୩ ଲକ୍ଷ ପାଖାପାଖି କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୫୦ ହଜାର ପାଖାପାଖି ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ପହଞ୍ଚିଛି। ଅନିୟନ୍ତ୍ରିତ ଭାବେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି କୋରୋନା କବଳରେ କେବଳ ସାଧାରଣ ଲୋକମାନେ ସଂକ୍ରମିତ ହୋଇନାହାନ୍ତି, ଅଭେଦ୍ୟ ବଳ ମଧ୍ୟରେ ପ୍ରବେଶ କରିଛି କୋରୋନା ଭାଇରସ। 

ଦେଶର ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଗ୍ରାସ କରିଛି କୋରୋନା। ପୂର୍ବରୁ ବଲିଉଡ଼ର ମଧ୍ୟ ପ୍ରବେଶ କରିଥିଲା କୋରୋନା। ଅନୁପମ ଖେରଙ୍କ ମା କୋରୋନା ସଂକ୍ରମିତ ହୋଇଥିବା ବେଳେ ବଲିଉଡ଼ର ବିଗ ବି ଅମିତାଭ ବଚ୍ଚନ ଓ ତାଙ୍କ ପରିବାର କୋରୋନା ସଂକ୍ରମିତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସାରିଛନ୍ତି। ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କ ବ୍ୟତୀତ ଅନ୍ୟ ସମସ୍ତେ କୋରୋନା ଆକ୍ରାନ୍ତ ହୋଇ ପଡ଼ିଥିଲେ। ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିଷେକ ବଚ୍ଚନ ଓ ଆରାଧ୍ୟା ରାୟ ବଚ୍ଚନ ସଂକ୍ରମିତ ହୋଇ ସାରିଛନ୍ତି। ତେବେ ଅମିତାଭଙ୍କ ପୂର୍ବରୁ ବଲିଉଡ଼ ସିଙ୍ଗର କାନିକା କପୁର ମଧ୍ୟ କୋରୋନା ସଂକ୍ରମିତ ହୋଇ ସାରିଛନ୍ତି। ଲଣ୍ଡନରୁ ଫେରିବା ପରେ ସେ କୋରୋନା ସଂକ୍ରମିତ ହୋଇଥିଲେ। ଏମାନଙ୍କ ବ୍ୟତୀତ କରିମ ମୋରାନୀ, ପୁରବ କୋହଲି ମଧ୍ୟ କୋରୋନା ସଂକ୍ରମିତ ହୋଇ ସାରିଛନ୍ତି। 

ଏବେ କିନ୍ତୁ ରାଜନୈତିକ ଦରବାରରେ ମଧ୍ୟ କୋରୋନା ପ୍ରବେଶ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତିର ତୁଙ୍ଗ ନେତାମାନେ ମଧ୍ୟ ଏହି କୋରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। କେନ୍ଦ୍ରରେ ଗୃହମନ୍ତ୍ରୀ ଅମିତ ଶାହା ଗତ ୨ ତାରିଖରେ ଟ୍ୱିଟ କରି କୋରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ପ୍ରଦାନ କରିଥିଲେ। ସେହିପରି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଥିଲେ। 

ଗତକାଲି ଅପରାହ୍ଣରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ କୋରୋନା ପଜିଟିଭ ହୋଇଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଥିଲେ। ତେବେ ଏହି ତୁଙ୍ଗ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ନେଇ ଜଣାପଡ଼ିଛି। ସେପଟେ ରାଜ୍ୟରେ ମଧ୍ୟ ଦୁଇ ଜଣ ତୁଙ୍ଗନେତା କୋରୋନା ପଜିଟିଭ ହୋଇଥିବା ନେଇ ସୂଚନା ରହିଛି।  ରାଜ୍ୟ ବିଜେପିର ବରଗଡ଼ ସାଂସଦ ତଥା ପଶ୍ଚିମବଙ୍ଗ ବିଜେପିର ସହପ୍ରଭାରୀ ସୁରେଶ ପୁଜାରୀ ମଧ୍ୟ କିଛି ଦିନ ତଳେ କୋରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଥିଲେ। ଆଜି ବିଜେଡ଼ି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ଆଜି କୋରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ରହିଛି।