ଏହି ରାଜ୍ୟର ବିଧାୟକଙ୍କ ପୁଣି ବଢ଼ିବ ଦରମା, ଜାଣନ୍ତୁ ଆମ ରାଜ୍ୟର ବିଧାୟକଙ୍କ ଦରମା କେତେ?
Advertisement

ଏହି ରାଜ୍ୟର ବିଧାୟକଙ୍କ ପୁଣି ବଢ଼ିବ ଦରମା, ଜାଣନ୍ତୁ ଆମ ରାଜ୍ୟର ବିଧାୟକଙ୍କ ଦରମା କେତେ?

୨୦୧୫ରୁ ୨୦୨୨ ପର୍ଯ୍ୟନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ବିଲ୍ ଅଟକି ରହିଥିଲା । ୭ ବର୍ଷ ଧରି ଦିଲ୍ଲୀର ବିଧାୟକଙ୍କ ଦରମା ୧୨ ହଜାର ଟଙ୍କା ଥିଲା । ସୌରଭ ଭରଦ୍ୱାଜ କହିଛନ୍ତି ଯେ ଗୁଗୁଲରେ ଦିଲ୍ଲୀ ବିଧାୟକଙ୍କ ଦରମା ୨ ଲକ୍ଷ ୧୦ ହଜାର ଟଙ୍କା ଦେଖାଉଛି । ଅଧିକାଂଶ ୱେବସାଇଟ୍ ଓ ଉଇକିପିଡ଼ିଆରେ ଏହା ହିଁ ଅଛି, ଯାହା ସଂପୂର୍ଣ୍ଣ ଭାବେ ମିଛ । ବେତନ ଏପର୍ଯ୍ୟନ୍ତ ବୃଦ୍ଧି ହୋଇନାହିଁ, ଏଥିପାଇଁ ଏକ ପ୍ରକ୍ରିୟା ଅଛି । ବର୍ତ୍ତମାନ ଏହାକୁ ଦିଲ୍ଲୀ ବିଧାନସଭା (Delhi Assembly) ରେ ରଖାଯିବ ଓ ଏହା ପାରିତ ହେବ । ଏହା ପରେ ଏହାକୁ ନୋଟିଫାଇ କରାଯିବ ।

ଏହି ରାଜ୍ୟର ବିଧାୟକଙ୍କ ପୁଣି ବଢ଼ିବ ଦରମା, ଜାଣନ୍ତୁ ଆମ ରାଜ୍ୟର ବିଧାୟକଙ୍କ ଦରମା କେତେ?

ନୂଆଦିଲ୍ଲୀ: Delhi MLA Salary Hike: ଦିଲ୍ଲୀର ବିଧାୟକଙ୍କ ଦରମା ଶୀଘ୍ର ବୃଦ୍ଧି ପାଇବ । ବିଧାୟକ ( Delhi MLA) ଙ୍କୁ ପ୍ରତି ମାସରେ ମିଳୁଥିବା ଦରମା ୫୪ ହଜାରରୁ ବୃଦ୍ଧି ଘଟି ୯୦ ହଜାର ଟଙ୍କା ହୋଇଯିବ । ଏନେଇ ଆମ୍ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ (Aam Aadmi Party MLA Saurabh Bhardwaj) ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଦରମା ବୃଦ୍ଧି ପାଇଁ କେନ୍ଦ୍ର ସରକାର (Central Government) ଙ୍କୁ ଯେଉଁ ବିଧେୟକ ପଠାଇଥିଲୁ, ତାହାକୁ କେନ୍ଦ୍ର ତରଫରୁ ଅନୁମୋଦନ କରାଯାଇଛି । କେନ୍ଦ୍ରରୁ ଏକ ପରାମର୍ଶ ଆସିଛି ଯେ ବିଧାୟକଙ୍କ ଦରମା ୧୨ ହଜାରରୁ ୩୦ ହଜାରକୁ ବୃଦ୍ଧି କରାଯାଉ । ଏହା ସହିତ କେନ୍ଦ୍ର ସମସ୍ତ ଭତ୍ତା ପାଇଁ ମଧ୍ୟ ପରାମର୍ଶ ଦେଇଛି । ଯେପରି ନିର୍ବାଚନମଣ୍ଡଳୀ ଭତ୍ତା ୧୮ ହଜାରରୁ ୨୫ ହଜାର, ପରିବହନ ଭତ୍ତା ୬ ହଜାରରୁ ୧୦ ହଜାର, ଟେଲିଫୋନ୍ ଭତ୍ତା ୮ ହଜାରରୁ ୧୦ ହଜାର ଏବଂ ସଚିବାଳୟ ଭତ୍ତା ୧୦ରୁ ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । 

ଆପ୍ ନେତା (AAP Leader) ଙ୍କ ଅନୁଯାୟୀ, ସମସ୍ତ ଭତ୍ତା ମିଶାଇ ଯାହା ପୂର୍ବରୁ ୫୪ ହଜାର ଟଙ୍କା ମିଳୁଥିଲା, ବର୍ତ୍ତମାନ ତାହା ୯୦ ହଜାର ଟଙ୍କା କରିବା ପାଇଁ କେନ୍ଦ୍ର ସରକାର ତରଫରୁ ମଞ୍ଜୁରୀ ମିଳିଛି । ଯେତେବେଳେ ୨୦୧୫ରେ AAP ସରକାର ଗଠନ ହେଲା, ସେତେବେଳେ ବିଧାୟକମାନେ ମନେ କରୁଥିଲେ କି ସେମାନଙ୍କୁ ସମ୍ମାନଜନକ ପାରିଶ୍ରମିକ ମିଳିବା ଉଚିତ, ଯାହା ଦ୍ୱାରା ସେମାନେ କୌଣସି ବାହ୍ୟ ଲୋଭ ବିନା ପାରିଶ୍ରମିକରେ ନିଜ ପରିବାରକୁ ଚଲାଇପାରିବେ ଏବଂ ସମାଜର ସେବା ପାଇଁ ସେମାନଙ୍କ ପୁରା ଧ୍ୟାନ ଲଗାଇବେ । ଯେତେବେଳେ ଆମେ ବିଧାୟକ ହୋଇଥିଲୁ, ଦରମା ୧୨ ହଜାର ଟଙ୍କା ଥିଲା, ଏହା ବେସିକ ଦରମା ନୁହେଁ ବରଂ ଦରମା ଥିଲା । ଏହାକୁ ବୃଦ୍ଧି କରିବା ପାଇଁ ଆମେ ଏକ ବିଲ୍ ପାରିତ କରିଥିଲୁ ଯାହା କେନ୍ଦ୍ର ସରକାରଙ୍କୁ ପଠାଯାଇଥିଲା ।

ଏହା ବି ପଢ଼ନ୍ତୁ:-'ଭୋଟ୍ ଦେବା ପୂର୍ବରୁ ଗ୍ୟାସ ସିଲିଣ୍ଡରକୁ ନମସ୍କାର କରନ୍ତୁ', LPG ମୂଲ୍ୟରେ ବୃଦ୍ଧି ପରେ ଭାଇରାଲ ହେଉଛି ପିଏମ ମୋଦିଙ୍କ ଭିଡିଓ

ଏହା ବି ପଢ଼ନ୍ତୁ:-'ଦେଶବାସୀ ମୋ ଚେତାବନୀକୁ ମନେ ରଖନ୍ତୁ', ଜାଣନ୍ତୁ କାହିଁକି ଏମିତି କହିଲେ କୁମାର ବିଶ୍ୱାସ

ଏହା ବି ପଢ଼ନ୍ତୁ:-ରାମ ମନ୍ଦିର ନିର୍ମାଣ ପାଇଁ ୯୦ ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କରିବ ଏହି ମୁଲସିମ ପରିବାର

 

୨୦୧୫ରୁ ୨୦୨୨ ପର୍ଯ୍ୟନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ବିଲ୍ ଅଟକି ରହିଥିଲା । ୭ ବର୍ଷ ଧରି ଦିଲ୍ଲୀର ବିଧାୟକଙ୍କ ଦରମା ୧୨ ହଜାର ଟଙ୍କା ଥିଲା । ସୌରଭ ଭରଦ୍ୱାଜ କହିଛନ୍ତି ଯେ ଗୁଗୁଲରେ ଦିଲ୍ଲୀ ବିଧାୟକଙ୍କ ଦରମା ୨ ଲକ୍ଷ ୧୦ ହଜାର ଟଙ୍କା ଦେଖାଉଛି । ଅଧିକାଂଶ ୱେବସାଇଟ୍ ଓ ଉଇକିପିଡ଼ିଆରେ ଏହା ହିଁ ଅଛି, ଯାହା ସଂପୂର୍ଣ୍ଣ ଭାବେ ମିଛ । ବେତନ ଏପର୍ଯ୍ୟନ୍ତ ବୃଦ୍ଧି ହୋଇନାହିଁ, ଏଥିପାଇଁ ଏକ ପ୍ରକ୍ରିୟା ଅଛି । ବର୍ତ୍ତମାନ ଏହାକୁ ଦିଲ୍ଲୀ ବିଧାନସଭା (Delhi Assembly) ରେ ରଖାଯିବ ଓ ଏହା ପାରିତ ହେବ । ଏହା ପରେ ଏହାକୁ ନୋଟିଫାଇ କରାଯିବ ।

ଆସନ୍ତୁ ଜାଣିବା ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟର ବିଧାୟକଙ୍କ ଦରମା

ଓଡ଼ିଶା-୧ ଲକ୍ଷ
ତେଲେଙ୍ଗାନା -୨ ଲକ୍ଷ ୫୦ ହଜାର
ମହାରାଷ୍ଟ୍ର- ୨ ଲକ୍ଷ ୩୨ ହଜାର 
ଉତ୍ତର ପ୍ରଦେଶ- ୧ ଲକ୍ଷ ୮୭ ହଜାର 
ଜମ୍ମୁ କାଶ୍ମୀର- ୧ ଲକ୍ଷ ୬୦ ହଜାର 
ଉତ୍ତରାଖଣ୍ଡ - ୧ ଲକ୍ଷ ୬୦ ହଜାର 
ଆନ୍ଧ୍ର ପ୍ରଦେଶ -୧ ଲକ୍ଷ ୩୦ ହଜାର 
ହିମାଚଳ ପ୍ରଦେଶ - ୧ ଲକ୍ଷ ୨୫ ହଜାର
ରାଜସ୍ଥାନ - ୧ ଲକ୍ଷ ୨୫ ହଜାର 
ପଞ୍ଜାବ -୧ ଲକ୍ଷ ୧୪ ହଜାର 
ହରିୟାଣା - ୧ ଲକ୍ଷ ୧୫ ହଜାର