କୋରୋନା ପ୍ରତିକାରକୁ ନେଇ ଏପରି କହିଲା who
Advertisement
Article Detail0/zeeodisha/odisha683048

କୋରୋନା ପ୍ରତିକାରକୁ ନେଇ ଏପରି କହିଲା who

ସମଗ୍ର ବିଶ୍ୱରେ ବର୍ତ୍ତମାନ କୋରୋନା ସଂକଟ। ମହାମାରୀ ରୂପ ନେଇ ଥିବା ଏହି କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବା ସହିତ ନିଜ କବଳକୁ ନେଇଛି ସମଗ୍ର ବିଶ୍ୱକୁ। ତେବେ ଏଥିରୁ ମୁକୁଳିବା ପାଇଁ ସମଗ୍ର ବିଶ୍ୱ ଏବେ ଏକଜୁଟ ହୋଇ ଲଢୁଛି। ଏହାରି ଭିତରେ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଲୋକଙ୍କ ମଧ୍ୟରେ ମାସ୍କ ଲଗା

କୋରୋନା ପ୍ରତିକାରକୁ ନେଇ ଏପରି କହିଲା who

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବର୍ତ୍ତମାନ କୋରୋନା ସଂକଟ। ମହାମାରୀ ରୂପ ନେଇ ଥିବା ଏହି କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବା ସହିତ ନିଜ କବଳକୁ ନେଇଛି ସମଗ୍ର ବିଶ୍ୱକୁ। ତେବେ ଏଥିରୁ ମୁକୁଳିବା ପାଇଁ ସମଗ୍ର ବିଶ୍ୱ ଏବେ ଏକଜୁଟ ହୋଇ ଲଢୁଛି। ଏହାରି ଭିତରେ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଲୋକଙ୍କ ମଧ୍ୟରେ ମାସ୍କ ଲଗାଇବା ହେଉ ଅବା ସୋସିଆଲ ଡିଷ୍ଟାନସିଂ ଉପରେ ଧ୍ୟାନ ଦିଆଯାଇ ସଚେତନ କରାଯାଉଛି, ସେତିକି ପ୍ରଶାସନ ପକ୍ଷରୁ ମଧ୍ୟ ପରିସ୍କାର ତଥା ସୁଦ୍ଧତା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। 

ଯେଉଁ  ଅଞ୍ଚଳରେ କୋରୋନା ରୋଗୀ ଚିହ୍ନଟ ହେଉଛନ୍ତି, ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ କରିଦିଆଯାଉଛି। ଉକ୍ତ ଅଞ୍ଚଳକୁ ପ୍ରଚୁର ମାତ୍ରା ରସାୟନିକ ମିଶ୍ରଣ ଦ୍ୱାରା ସାନିଟାଇଜ କରାଯାଉଛି। ଏହି ସଚେତନତା ଦ୍ୱାରା କୋରୋନାକୁ ହରାଇହେବା ନେଇ ଆମମାନଙ୍କ ମାନସିକତାରେ ଏକ ଧାରଣା ସୃଷ୍ଟି ହୋଇଛି। ତେବେ ସାଧାରଣ ଭାବେ ଆମେ ଏହି ରସାୟନିକ ବା କିଟାଣୁନାସକ ପ୍ରୟୋଗ କରି ଯେଉଁ ଉଦ୍ୟମ କରୁଛେ, ତାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇ କହିଛି ଯେ, ଏହି କିଟାଣୁନାସକକୁ ଛିଞ୍ଚନ କଲେ କୋରୋନାର ଲୋପ ପାଇବ ନାହିଁ। ମାତ୍ର ନିଜ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହେବ ବା ସାଧାରଣ ସୁସ୍ଥ ଲୋକମାନେ ମଧ୍ୟ ଅସୁସ୍ଥ ହୋଇ ପଡ଼ିବେ ବୋଲି ସଂଗଠନ କହିଛି। 

ସଂଗଠନ କହିଛି ଗଳିକନ୍ଦି କିମ୍ବା ରାସ୍ତାଘାଟ ହେଉ, ବଜାର ହେଉ ଅବା ମାର୍କେଟ ଅଞ୍ଚଳରେ ଏହି କିଟାଣୁନାସକକୁ ସ୍ପ୍ରେ କରିଲେ କୌଣସି ଫାଇଦା ହେବ ନାହିଁ। ଏହାକୁ ସ୍ପ୍ରେ କରିବା ଦ୍ୱାରା କୌଣସି ଫାଇଦା ହେବ ନାହିଁ। ଖୋଲାମେଲା ଅଞ୍ଚଳ ହେଉ ଅବା ଇଣ୍ଡୋର ଅଞ୍ଚଳରେ ଏହି କିଟାଣୁନାସକକୁ ପ୍ରୟୋଗ କରିବା ଦ୍ୱାରା ଲାଭଦାୟକ ହେବା ପରିବର୍ତ୍ତେ ଘାତକ ସାବ୍ୟସ୍ତ ହୋଇଥାଏ। ଏହି କିଟାଣୁନାସକ ପ୍ରୟୋଗ କରିବା ଫଳରେ ଏହାର ସଂସ୍ପର୍ଷରେ ଆସୁଥିବା ଶରୀରର ସୁକ୍ଷ୍ମ ଅଙ୍ଗପ୍ରତ୍ୟେଙ୍ଗ ଗୁଡ଼ିକ ଉପରେ ଗଭୀର ଭାବେ ପ୍ରଭାବ ପକାଇଥାଏ ବୋଲି ସଂଗଠନ କହିଛି। 

ଏହା ବ୍ୟତୀତ ମଣିଷର ଶରୀର ଉପରେ ଡିସଇନଫେକ୍ଟଣ୍ଟ ସ୍ପ୍ରେର ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ଏହି ସ୍ପ୍ରେକୁ ପ୍ରସ୍ତୁତ କରିବା ପାଇଁ କ୍ଲୋରିନ ଓ ଅନ୍ୟ ବିଷାକ୍ତ କେମିକାଲକୁ ମଧ୍ୟ ବ୍ୟବହାର କରାଯାଇଥାଏ। ଆଖି ଓ ଚର୍ମ ଉପରେ ଏହା ଗୁରୁତର ଭାବେ କୁ ପ୍ରଭାବ ପକାଇଥାଏ। ବିଭିନ୍ନ ପ୍ରକାର ବେମାରୀ ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି। ଏପରିକି ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ସୃଷ୍ଟି ହେବ ବୋଲି ସଂଗଠନ କହିଛି। 

 

;