Advertisement
Article Detail0/zeeodisha/odisha3090433
Zee OdishaOdisha Politicsକଳିକେଶଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର ମିଶ୍ର

କଳିକେଶଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର ମିଶ୍ର

ଗଣମାଧ୍ୟମ ସାମ୍ନାରେ ଦିବ୍ୟଶଙ୍କର କହିଛନ୍ତି ଯେ, କଳିକେଶ ନାରାୟଣ ସିଂଦେଓ ଯୁବ ନେତୃତ୍ୱର ଉଦାହରଣ କହିଥିଲି । 

କଳିକେଶଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: କଳିକେଶଙ୍କୁ ନେଇ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ରଖିଛନ୍ତି ଦିବ୍ୟଶଙ୍କର ମିଶ୍ର । ଗଣମାଧ୍ୟମ ସାମ୍ନାରେ ଦିବ୍ୟଶଙ୍କର କହିଛନ୍ତି ଯେ, କଳିକେଶ ନାରାୟଣ ସିଂଦେଓ ଯୁବ ନେତୃତ୍ୱର ଉଦାହରଣ କହିଥିଲି । ଯୁବ ପିଢ଼ି ତାଙ୍କ ଯୁବ ନେତୃତ୍ୱକୁ ରୋଲ୍ ମଡେଲ କରିପାରିବେ କହିଥିଲି । ନିଜ ବୟାନରେ ଦଳର ଉଲ୍ଲେଖ କରି ନଥିଲି । ନବୀନ ପଟ୍ଟନାୟକ ସର୍ବମାନ୍ୟ ନେତା ତାଙ୍କ ମାର୍ଗଦର୍ଶନରେ କାମ କରୁଛୁ ବୋଲି ଦିବ୍ୟଶଙ୍କର କହିଛନ୍ତି ।

ବିଜେଡି ଉତ୍ତରାଧିକାରୀ କଳିରେ କଳିକେଶଙ୍କ ସପକ୍ଷରେ ପ୍ରତିକ୍ରିୟା ରଖିଛନ୍ତି ଦେବେଶ ଆଚାର୍ଯ୍ୟ । ଦଳକୁ ସଂଗଠିତ କରିବାକୁ ତାଙ୍କ ଭଳିଆ ନେତା ଆଗକୁ ଆସିବା କଥା । କଳିକେଶ ବାବୁଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି । ସଂସଦକୁ ଯାଇଛନ୍ତି ଏବଂ ୨ ଥର ବିଧାୟକ ହେବାର ଅଭିଜ୍ଞତା ରହିଛି । ରାଜେନ୍ଦ୍ର ନାରାୟଣ ସିଂଦେଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନଙ୍ଗଉଦୟ ବରିଷ୍ଠ ନେତା ତେଣୁ କଳିକେଶଙ୍କୁ ନେଇ ଆମର ଅନେକ ଆଶା ଆକାଂକ୍ଷା ରହିଛି । ଦିନକ ପୂର୍ବରୁ କଳିକେଶଙ୍କୁ ନେଇ ଏପରି ବୟାନ ଦେଇଥିଲେ ଦିବ୍ୟଶଙ୍କର ମିଶ୍ର ।

Also Read- Monthly Horoscope February 2026: ଫେବୃଆରୀରେ ଚମକିବେ ଏହି ସବୁ ରାଶି, ମିଳିବ ଧନ

Add Zee News as a Preferred Source

Also Read- କର୍ମଚାରୀ ସଂଗଠନ FNPO ପକ୍ଷରୁ ଏହି ଦୁଇଟି ଦାବି ସରକାର ମାନିନେଲେ ବଡ଼ ଲାଭ

About the Author